Indus Valley Times

ଆଜି ହେଉଛି ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ; ମା’ ସମଲେଶ୍ୱରୀଙ୍କ ନିକଟରେ ଲାଗି ହେବ ନବାନ୍ନ

 Breaking News

ଆଜି ହେଉଛି ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ; ମା’ ସମଲେଶ୍ୱରୀଙ୍କ ନିକଟରେ ଲାଗି ହେବ ନବାନ୍ନ

September 11
09:35 2021

ସମ୍ବଲପୁର, ୧୧/୯: ଆଜି ପଶ୍ଚିମ ଓଡିଶାର ଗଣପର୍ବ ନୂଆଖାଇ । ଏଥିଲାଗି ଗାଁଠୁ ସହର ଚଳଚଞ୍ଚଳ। ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀଙ୍କ ନିକଟରେ ଲାଗି ହେବ ନବାନ୍ନ । ଏହାପରେ ଘରେ ଘରେ ନୂଆ ଖାଇବେ ସମସ୍ତେ ।
କୋଭିଡ ନିୟମ ମାନି ଭକ୍ତମାନେ ମା’ଙ୍କ ଦର୍ଶନ କରିବେ। ଭକ୍ତମାନଙ୍କ ଭିଡ଼କୁ ନଜରରେ ରଖି ମା’ଙ୍କର ଦର୍ଶନ ସମୟକୁ ପରିଚାଳନା କମିଟି ପକ୍ଷରୁ ବଦଳାଯାଇଛି। ଦିନ ସାଢେ ୧୨ଟାରୁ ସନ୍ଧ୍ୟା ୫ଟା ୩୦ ପର୍ଯ୍ୟନ୍ତ ଭକ୍ତମାନଙ୍କ ପାଇଁ ମନ୍ଦିର ଖୋଲା ରହିବ । ନୂଆଖାଇ ପାଳନ କରିବାକୁ ଦୂରଦୂରାନ୍ତରେ ଥିବା ପରିବାର ସଦସ୍ୟ ଘରେ ପହଞ୍ଚି ସାରିଛନ୍ତି । ଘରେ ଘରେ ବନ୍ଧୁବାନ୍ଧବଙ୍କ ଭିଡ ଜମିଛି ।
ଗତକାଲି ବଲାଙ୍ଗିରରେ ପାହୁର ଶୋଭାଯାତ୍ରା ହୋଇଛି । କୋଭିଡ କଟକଣା ମଧ୍ୟରେ ସ୍ୱଳ୍ପ ସଂଖ୍ୟକ ଲୋକଙ୍କ ଗହଣରେ ଇଷ୍ଟଦେବୀ ମା’ ସମଲେଶ୍ୱରୀ, ପାଟଣେଶ୍ୱରୀଙ୍କ ସମେତ ବିଭିନ୍ନ ଦେବଦେବୀଙ୍କ ମନ୍ଦିରରେ ପାହୁର ପହଞ୍ଚିଛି । ଏହାସହ ବିଭିନ୍ନ ସହରରେ ନୂଆଖାଇ ପାଇଁ ବଜାରରେ ପାର୍ବଣ ହାଟ ବସିଛି ।
ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ଅବସରରେ ପ୍ରଖ୍ୟାତ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ପୁରୀ ବେଳାଭୂମିରେ ବାଲୁକା କଳା ମାଧ୍ୟମରେ ଶୁଭେଚ୍ଛା ଜଣାଇଛନ୍ତି । ମା ସମଲେଶ୍ୱରୀଙ୍କ ଆଶୀର୍ବାଦରୁ ଏଥର ଭଲ ଚାଷ ହେଉ ବୋଲି ସେ ପ୍ରାର୍ଥନା କରିଛନ୍ତି । ଏହାସହ ସେ ପଶ୍ଚିମ ଓଡ଼ିଶାର ସମସ୍ତ ଭାଇଭଉଣୀଙ୍କୁ ନୂଆଖାଇ ଜୁହାର ଜଣାଇଛନ୍ତି ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031