Indus Valley Times

ଆଜି ହେଉଛି ମଣ୍ଡପରେ ମହାଅଷ୍ଟମୀ ପୂଜା, ମନ୍ତ୍ରପାଠରେ କମ୍ପୁଛି ପୂଜା ମଣ୍ଡପ

 Breaking News

ଆଜି ହେଉଛି ମଣ୍ଡପରେ ମହାଅଷ୍ଟମୀ ପୂଜା, ମନ୍ତ୍ରପାଠରେ କମ୍ପୁଛି ପୂଜା ମଣ୍ଡପ

ଆଜି ହେଉଛି ମଣ୍ଡପରେ ମହାଅଷ୍ଟମୀ ପୂଜା, ମନ୍ତ୍ରପାଠରେ କମ୍ପୁଛି ପୂଜା ମଣ୍ଡପ
October 13
09:00 2021

ଭୁବନେଶ୍ୱର ୧୩।୧୦: ଆଜି ହେଉଛି ମଣ୍ଡପରେ ମହାମୟାଙ୍କ ମହାଅଷ୍ଟମୀ । ଚଳଚଞ୍ଚଳ ପୂଜା ମଣ୍ଡପ । ମନ୍ତ୍ର ପାଠରେ କମ୍ପୁଛି ପରିବେଶ ।
କରୋନା କଟକଣା ପାଇଁ ଏଥର ସମସ୍ତ ପୂଜା ମଣ୍ଡପରେ ଭକ୍ତଶୂନ୍ୟ ହୋଇ ପଡିଛି । କରୋନା କଟକଣା ଯୋଗୁ ଏଥର ସେଭଳି ଉତ୍ସାହ ନାହିଁ। ମଣ୍ଡପରେ ଭକ୍ତଙ୍କ ଦର୍ଶନ ଉପରେ କଟକଣା କରାଯାଇ ଥିବାରୁ ଫେସ୍ ବୁକ୍, ୟୁଟ୍ୟୁବ୍ ମାଧ୍ୟମରେ ବିଭିନ୍ନ ପୂଜା କମିଟି ପୂଜାର ଲାଇଭ୍ ବ୍ୟବସ୍ଥା କରିଛନ୍ତି।
ସାଧାରଣ ଭକ୍ତଙ୍କୁ ମଣ୍ଡପକୁ ବାରଣ ଥିବାରୁ ମା’ଙ୍କ ମୃଣ୍ମୟୀ ମୂର୍ତ୍ତି ସହ ମଣ୍ଡପ ପାର୍ଶ୍ୱ ଗୁଡ଼ିକ ଆବଦ୍ଧ କରି ଦିଆଯାଇଛି। ଦେବୀ ପୀଠ ଗୁଡ଼ିକରେ ମା’ଙ୍କ ନବମୀ ପୂଜା ହେଉଛି।
ସେହିପରି ରାଜଧାନୀର ବିଭିନ୍ନ ପୂଜା ମଣ୍ଡମରେ ମହାମାୟାଙ୍କ ଚାଲିଛି ଅଷ୍ଟମୀ ପୂଜା । ମନ୍ତ୍ରପାଠରେ କମ୍ପୁଛି ମଣ୍ଡପ । ଅଷ୍ଟମୀରେ ଆଜି ମା’ଙ୍କ ସନ୍ଧିପୂଜା କରାଯିବ । ଏହାପରେ ମହାଷ୍ଟମୀ ପୂଜା କରାଯାଇ ଶୋଡଷ ଉପଚାର କରାଯିବ । ପୂଜା ଚାଲିଛି କିନ୍ତୁ ଭକ୍ତଙ୍କ ଦେଖାନାହିଁ ।
କାରଣ କରୋନା କଟଣା ପାଇଁ ଭକ୍ତଙ୍କ ଦର୍ଶନ ଉପରେ କଟକଣା ଲାଗିଛି । କରୋନା କଟକଣା ପାଇଁ ପୂର୍ବଭଳି ସାଜସଜ୍ଜା ଜାକଜମକ ନାହିଁ କି ନାହିଁ ଗହଳି ଚହଳି । ଷ୍ଟେସନ ବଜାର, ସହିଦ ନଗର, ନୟାପଲ୍ଲୀ ପୂଜା ମଣ୍ଡପରୁ ମାଆଙ୍କ ପୂଜାକୁ ସୋସିଆଲ ମିଡିଆରେ ଲାଇଭ୍ କରୁଛନ୍ତି ବିଭିନ୍ନ ପୂଜା କମିଟି ।
ଅଷ୍ଟମୀରେ ମହିଳାମାନଙ୍କ ଦ୍ବାରା କରାଯାଉଥିବା ଶାଢି ପୂଜା ଏବଂ କନ୍ୟା ପୂଜାକୁ ବନ୍ଦ କରାଯାଇଛି । ନୂଆପଲ୍ଲି, ସହିଦନଗର, ଲକ୍ଷ୍ମୀସାଗର, ଝାରପଡା , ଷ୍ଟେସନ ବଜାର, ରୁସୁଲଗଡ, ବରମୁଣ୍ଡା ଭଳି ପ୍ରମୁଖ ପୂଜା ମଣ୍ଡପରେ ୩ ପାଖକୁ ବନ୍ଦ କରାଯାଇ ରୀତିନୀତି ଅନୁଯାୟୀ ପୂଜା ଚାଲିଛି ।

ସେପଟେ କଟକର ଶକ୍ତିପୀଠ ଗୁଡ଼ିକରେ ମଙ୍ଗଳବାର ମହାମାୟାଙ୍କ ନବମୀ ପୂଜା ଅନୁଷ୍ଠିତ ହେଉଥିବା ବେଳେ ମଣ୍ଡପଗୁଡ଼ିକରେ ମୃଣ୍ମୟୀ ମୂର୍ତ୍ତିଙ୍କର ମହାଷ୍ଟମୀ ପୂଜା ହେଉଛି ।
କରୋନା କଟକଣା ଭିତରେ କେବଳ ପରମ୍ପରା ରକ୍ଷା ପାଇଁ ପୂଜାବିଦ୍ଧି କରାଯାଉଛି। କଟକ ସହରରେ ଶାରଦୀୟ ଦୁର୍ଗାପୂଜା ନିରାଡ଼ମ୍ବର ଭାବେ ପାଳନ କରାଯାଉଛି। କରୋନା ସଂକ୍ରମଣ ଭୟଥିବାରୁ କୋଭିଡ୍ କଟକଣା ମଧ୍ୟରେ ଉଭୟ ପୂଜାମଣ୍ଡପ ଓ ଶକ୍ତିପୀଠଗୁଡ଼ିକରେ ପୂଜା ଅନୁଷ୍ଠିତ ହେଉଛି।
ଶାରଦୀୟ ଷୋଡ଼ଶ ପୂଜାର ଉପଚାରରେ ଦେବୀଙ୍କୁ ଆରାଧନା ଓ ପୂଜାର୍ଚ୍ଚନା କରାଯାଉଛି। ପୂଜା ମଣ୍ଡପଗୁଡ଼ିକରେ ପରଦା ଟଙ୍ଗାଯାଇଛି। ଭିତରେ ପୂଜାର୍ଚ୍ଚନା ଚାଲୁ ରହିଛି। ଚଳିତ ବର୍ଷ କଟକରେ ୧୫୫ଟି ମଣ୍ଡପରେ ୪ଫୁଟର ମୂର୍ତ୍ତି ପୂଜା ପାଉଛନ୍ତି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031