Legatus

ଆଜି ହେଉଛି ମହାବିଷୁବ ସଂକ୍ରାନ୍ତି ଏବଂ ଓଡ଼ିଆ ନୂଆ ବର୍ଷ ଆରମ୍ଭ, ପ୍ରଚଳନ ହେବ ନୂଆ ପାଞ୍ଜି

 Breaking News

ଆଜି ହେଉଛି ମହାବିଷୁବ ସଂକ୍ରାନ୍ତି ଏବଂ ଓଡ଼ିଆ ନୂଆ ବର୍ଷ ଆରମ୍ଭ, ପ୍ରଚଳନ ହେବ ନୂଆ ପାଞ୍ଜି

ଆଜି ହେଉଛି ମହାବିଷୁବ ସଂକ୍ରାନ୍ତି ଏବଂ ଓଡ଼ିଆ ନୂଆ ବର୍ଷ ଆରମ୍ଭ, ପ୍ରଚଳନ ହେବ ନୂଆ ପାଞ୍ଜି
April 14
11:57 2024

ଭୂବନେଶ୍ୱର, ୧୪/୪: ଆଜି ହେଉଛି ପବିତ୍ର ପଣା ସଂକ୍ରାନ୍ତି, ଏହା ସାଧାରଣତଃ ଏପ୍ରିଲ ମାସ ୧୪ ତାରିଖରେ ପଡ଼ିଥାଏ। ଓଡ଼ିଆ ପରମ୍ପରା ଅନୁଯାୟୀ ଏହି ଦିନଠାରୁ ନୂତନ ବର୍ଷ ଆରମ୍ଭ ହୋଇଥାଏ।
ଏହାଛଡ଼ା ଏହି ଦିନକୁ ହନୁମାନ ଜୟନ୍ତୀ, ମହାବିଷୁବ ସଂକ୍ରାନ୍ତି ଭାବେ ମଧ୍ୟ ପାଳନ କରାଯାଇଥାଏ।
ବର୍ଷାରମ୍ଭ ହେଉଥିବାରୁ ଓଡ଼ିଆ ପରିବାରରେ ଦେବଦେବୀଙ୍କଠାରେ ସ୍ୱତନ୍ତ୍ର ପୂଜା, ଭୋଗ, ହୋମ ଆଦି କରାଯାଇଥାଏ।
ହିନ୍ଦୁ ପରିବାରରେ ଚଉଁରାରେ ପୂଜା ପାଉଥିବା ତୁଳସୀ ବୃକ୍ଷ ଉପରେ ଛାମୁଡ଼ିଆ କରି ଘଡ଼ିରେ ଜଳ ରଖି ତାର ନିମ୍ନ ଅଂଶରେ ସରୁ କଣାକରି ସୂକ୍ଷ୍ମ ଧାରରେ ଜଳଦାନ କରାଯାଇଥାଏ।
ପୁରାଣ ଅନୁଯାୟୀ, ପଣା ସଂକ୍ରାନ୍ତିଠାରୁ ଜଳବାୟୁରେ ପରିବର୍ତ୍ତନ ହୋଇଥାଏ। ସୂର୍ଯ୍ୟ ମଧ୍ୟ ଭାଗକୁ ଚାଲି ଆସିଥାନ୍ତି। ଏହି ଦିନ ସୂର୍ଯ୍ୟ ବିଷୁବରେଖାରେ ଅବସ୍ଥାନ କରିଥାନ୍ତି। ଏହି ସମୟରେ ସୂର୍ଯ୍ୟ କିରଣ ବୃଦ୍ଧି ପାଇବା ସହ ହଜମ ଶକ୍ତି ମଧ୍ୟ ବୃଦ୍ଧି ପାଇଥାଏ। ଦେହର ଅତ୍ୟଧିକ ତାପ ଶକ୍ତି ସମ ଅବସ୍ଥାକୁ ଆଣିବା ପାଇଁ ପଣାପାନର ବ୍ୟବସ୍ଥା ମଧ୍ୟ ଅଛି । ଏହାସହ ମହାବିଷୁବ ସଂକ୍ରାନ୍ତି ଦିନରେ ବିଭିନ୍ନ ଦେବଦେବୀ ମନ୍ଦିରମାନଙ୍କରେ ପଣା ଭୋଗ ଲାଗି କରାଯାଇଥାଏ।
ବେଲ ପଣାଠାରୁ ଆରମ୍ଭ କରି ବିଭିନ୍ନ ପଣା ଠାକୁରଙ୍କ ପାଖରେ ଲାଗି ହେବା ସହ ଘରେ ପଣା ମଧ୍ୟ ହୋଇଥାଏ। ଆସନ୍ତୁ ଜାଣିବା ବିଭିନ୍ନ ପଣା ବିଷୟରେ ।

About Author

indadmin

indadmin

Related Articles

Archives

Calendar

March 2025
M T W T F S S
 12
3456789
10111213141516
17181920212223
24252627282930
31