Legatus

ଆଜି ହେଉଛି ସଧବା ହିନ୍ଦୁ ନାରୀଙ୍କ ଲାଗି ସବୁଠାରୁ ବଡ଼ ପର୍ବ ସାବିତ୍ରୀ ଓଷା :ସ୍ୱାମୀଙ୍କ ଦୀର୍ଘାୟୁ କାମନା କରି ବ୍ରତ ପାଳୁଛନ୍ତି ସଧବା ନାରୀ

 Breaking News

May 19
10:04 2023

ଭୁବନେଶ୍ବର,୧୯/୫: ଆଜି ହେଉଛି ସଧବା ହିନ୍ଦୁ ନାରୀଙ୍କ ଲାଗି ସବୁଠାରୁ ବଡ଼ ପର୍ବ ସାବିତ୍ରୀ ଓଷା। ସ୍ୱାମୀଙ୍କ ମଙ୍ଗଳ ଓ ଦୀର୍ଘାୟୁ କାମନା କରି ବ୍ରତ ପାଳୁଛନ୍ତି ହିନ୍ଦୁ ସଧବା ମହିଳା।ଆଜି ରାଜ୍ୟର ସବୁଠି ସଧବା ମହିଳାମାନେ ମହାସତୀ ସାବିତ୍ରୀଙ୍କ ପତିଭକ୍ତିକୁ ମନେ ପକାଇ ପୂଜାର୍ଚ୍ଚନା କରୁଛନ୍ତି। କେହି କେହି ମନ୍ଦିରକୁ ଯାଇ ପୂଜାର୍ଚ୍ଚନା କରୁଛନ୍ତି ତ ପୁଣି ଅନ୍ୟମାନେ ଘରକୁ ପୂଜକଙ୍କୁ ଡକାଇ ପୂଜା କରୁଛନ୍ତି। ସକାଳ ହେଉ ହେଉ ମଥାରେ ସିନ୍ଦୂର, ହାତରେ ନୂଆ ଚୁଡ଼ି, ରଙ୍ଗ ବେରଙ୍ଗ ଶାଢିରେ ସଜେଇ ହୋଇ କେହି କେହି ସଧବା ମହିଳା ମନ୍ଦିରରେ ପହଞ୍ଚିଛନ୍ତି ତ ଆଉ କେହି ଘରେ ପୂଜା କରୁଥିବା ପରିଲକ୍ଷିତ ହେଉଛି। ଏହି କାରଣରୁ ବିଭିନ୍ନ ମନ୍ଦିରରେ ଭିଡ଼ ମଧ୍ୟ ଦେଖିବାକୁ ମିଳୁଛି ।
ଜ୍ୟେଷ୍ଠ ଅମାବାସ୍ୟା ‘ସାବିତ୍ରୀ ଅମାବାସ୍ୟା’ ଭାବରେ ଖ୍ୟାତ ଏବଂ ପ୍ରତି ଓଡ଼ିଆ ଘରେ ଏହା ସଧବା ସ୍ତ୍ରୀମାନଙ୍କର ଏକ ପବିତ୍ର ବ୍ରତ ରୂପେ ପାଳିତ ହୁଏ। ଆଜି ମହାସତୀ ସାବିତ୍ରୀ ପତି ସତୟବାନଙ୍କୁ ଯମଙ୍କ ନିକଟରୁ ଫେରାଇ ଆଣିବାରେ ସକ୍ଷମ ହୋଇଥିଲେ ବୋଲି ପୁରାଣରେ ବର୍ଣ୍ଣିତ ହୋଇଛି।ଏ ବ୍ରତକଥାର ବାର୍ତ୍ତା ହେଉଛି- ଜ୍ୟେଷ୍ଠ ଅମାବାସ୍ୟା ଦିନ ଯିଏ ସାବିତ୍ରୀଙ୍କ ନାମ ସ୍ମରଣ କରି ବ୍ରତ କରିବ, ସେ ଜନ୍ମେ ଜନ୍ମେ ସଧବା ରହିବ। ପତିପରାୟଣା ଓ ପୁତ୍ରବତୀ ହୋଇ ଅନ୍ତିମକାଳରେ ବୈକୁଣ୍ଠ ପୁରକୁ ଯିବ।

About Author

indadmin

indadmin

Related Articles

Archives

Calendar

April 2025
M T W T F S S
 123456
78910111213
14151617181920
21222324252627
282930