Legatus

ଆଜି ହେବ ଭାରତ-ପାକିସ୍ତାନ ମହାମୁକାବିଲା, ଅହମ୍ମଦାବାଦରେ ହେବେ ମୁହାଁମୁହିଁ

 Breaking News

ଆଜି ହେବ ଭାରତ-ପାକିସ୍ତାନ ମହାମୁକାବିଲା, ଅହମ୍ମଦାବାଦରେ ହେବେ ମୁହାଁମୁହିଁ

October 14
10:02 2023

ଅହମଦାବାଦ,୧୪/୧୦: ମୋଟେରାସ୍ଥିତ ନରେନ୍ଦ୍ର ମୋଦୀ ଷ୍ଟାଡିୟମ୍ରେ ଶନିବାର ଦୁଇ ଚିର ପ୍ରତିଦ୍ବଦ୍ବୀ ଭାରତ ଓ ପାକିସ୍ତାନ ବିଶ୍ବକପ୍ ମୁକାବିଲାରେ ପରସ୍ପରକୁ ଭେଟିବେ। ଅପରାହ୍ଣ ୨ଟାରେ ଏହି ମହାମୁକାବିଲା ଆରମ୍ଭ ହେବ। ଏଥିପାଇଁ ସଂପୂର୍ଣ୍ଣ ଅହମଦାବାଦ ସହରକୁ ହାଇ ଆଲର୍ଟରେ ରଖାଯାଇଛି।
ମ୍ୟାଚ୍ର ୪୮ ଘଣ୍ଟା ପୂର୍ବରୁ ପାକିସ୍ତାନ ଏଠାକାର ପିଚ୍ ଓ ପଡ଼ିଆକୁ ଅନୁଧ୍ୟାନ କରିସାରିଥିଲା ବେଳେ ଭାରତ ଶୁକ୍ରବାର ସନ୍ଧ୍ୟାରେ ହାଲ୍କା ଅଭ୍ୟାସ କରିଛି। ଲିଗ୍ ପର୍ଯ୍ୟାୟ ଚାଲିଥିଲେ ମଧ୍ୟ ଏହା କୌଣସି ଫାଇନାଲ୍ଠୁ କମ୍ ନୁହେଁ। ପାଖାପାଖି ଦେଢ ଲକ୍ଷ ଦର୍ଶକଙ୍କ ଆଗରେ ଖେଳିବା ବେଳେ ଖେଳାଳିମାନେ ଚାପରେ ରହିବା ସ୍ବାଭାବିକ।
ତେବେ ଏହି ଗୁରୁତ୍ବପୂର୍ଣ୍ଣ ମୁକାବିଲା ପୂର୍ବରୁ ଭାରତୀୟ ପ୍ରଶଂସକଙ୍କୁ ବଡ଼ ଖବର ଦେଇଛନ୍ତି ଭାରତୀୟ ଅଧିନାୟକ ରୋହିତ ଶର୍ମା। ଡେଙ୍ଗୁରେ ପୀଡ଼ିତ ଶୁବମନ ଗିଲ୍ ଏହି ମ୍ୟାଚ୍ରେ ଖେଳିବା ସମ୍ଭାବନା ୯୯ ପ୍ରତିଶତ ଥିବା ରୋହିତ କହି ତାଙ୍କର ଖେଳିବା ଏକପ୍ରକାର ନିଶ୍ଚିତ ବୋଲି ସଙ୍କେତ ଦେଇଛନ୍ତି।
ଚଳିତ ବିଶ୍ବକପ୍ରେ ଦୁଇ ଦଳ ନିଜ ନିଜର ପ୍ରଥମ ଦୁଇଟି ମ୍ୟାଚ୍ ଜିତି ଦୃଢ ମନୋବଳ ସହ ଅହମଦାବାଦ ଆସିଛନ୍ତି। ଅଷ୍ଟ୍ରେଲିଆକୁ ୬ ୱିକେଟ୍ରେ ଓ ଆଫଗାନିସ୍ତାନକୁ ୮ ୱିକେଟ୍ରେ ଭାରତ ପରାସ୍ତ କରିଥିଲା। ସେହିପରି ପାକିସ୍ତାନ ତାହାର ଦୁଇଟି ମ୍ୟାଚ୍ ହାଇଦ୍ରାବାଦରେ ଖେଳିଥିଲା ବେଳେ ନେଦରଲାଣ୍ଡ୍ସକୁ ୮୧ ରନ୍ ଓ ଶ୍ରୀଲଙ୍କାକୁ ୬ ୱିକେଟ୍ରେ ପରାସ୍ତ କରିଛି।
କିନ୍ତୁ ମୋଟେରାରେ ରୋହିତ ଶର୍ମା-ସାହିନ ଶାହ ଆଫ୍ରିଦି, ବିରାଟ କୋହଲି-ହାରିସ ରୌଫ, କୁଲଦୀପ ଯାଦବ-ବାବର ଆଜମ, ଯଶପ୍ରୀତ ବୁମ୍ରା-ମହମ୍ମଦ ରିଜୱାନ ଲଢେଇ ଆକର୍ଷଣୀୟ ହେବାକୁ ଯାଉଛି। ମୋଟେରା ପିଚ୍ର ପ୍ରଥମ କିଛି ଓଭର ବୋଲରଙ୍କୁ ସୁହାଉ ଥିବା ବେଳେ ପରବର୍ତ୍ତୀ ସମୟରେ ବ୍ୟାଟର୍ଙ୍କୁ ଏହା ସହାୟତା ଦେବ।
ତେଣୁ ବ୍ୟାଟ୍ ବଲ୍ର ଭଲ ସନ୍ତୁଳନ ଦେଖିବାକୁ ମିଳିବ। କିନ୍ତୁ ମ୍ୟାଚ୍କୁ ଉପଭୋଗ କରିବା ବେଳେ ପାକିସ୍ତାନୀ ଦର୍ଶକଙ୍କ ଅଭାବ ଅନୁଭୂତ ହେବ। କାରଣ ଏପର୍ଯ୍ୟନ୍ତ ପାକିସ୍ତାନୀ ପ୍ରଶଂସକଙ୍କୁ ଭିସା ମିଳିନଥିଲା ବେଳେ ମ୍ୟାଚ୍ ଟିକେଟ୍ ଅନେକଙ୍କ ପାଖରେ ପହଞ୍ଚିପାରିନଥିବା ଜଣାପଡ଼ିଛି। ତଥାପି ଏହି ମ୍ୟାଚ୍ର ରୋମାଞ୍ଚ କୌଣସି ଗୁଣରେ କମ୍ ହେବ ନାହିଁ ବୋଲି କୁହାଯାଇପାରେ।

About Author

indadmin

indadmin

Related Articles

Archives

Calendar

March 2025
M T W T F S S
 12
3456789
10111213141516
17181920212223
24252627282930
31