Legatus

ଆଡପ ଦର୍ଶନ ହେଲା ଶେଷ ଦର୍ଶନ, ଚାଲିଗଲା ଭକ୍ତଙ୍କ ଜୀବନ

 Breaking News

ଆଡପ ଦର୍ଶନ ହେଲା ଶେଷ ଦର୍ଶନ, ଚାଲିଗଲା ଭକ୍ତଙ୍କ ଜୀବନ

June 27
19:05 2023

ପୁରୀ,୨୭/୬ : ଆଡପ ମଣ୍ଡରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଦର୍ଶନ ହେଲା ଶେଷ ଦର୍ଶନ। ମହାପ୍ରଭୁଙ୍କୁ ଆଡପ ମଣ୍ଡପରେ ଦର୍ଶନ କରି ଫେରିବା ବେଳେ ଭକ୍ତଙ୍କ ମୃତ୍ୟୁ ହୋଇଛି। ଆଜି ପୁରୀ ଶ୍ରୀଗୁଣ୍ଡିଚା ମନ୍ଦିର ନିକଟରେ ଏହି ଅଘଟଣ ଘଟିଛି। ମୃତ ଭକ୍ତ ହେଉଛନ୍ତି କାକଟପୁର ଅଞ୍ଚଳର ଲକ୍ଷ୍ମୀଧର ଖୁଣ୍ଟିଆ।
ସେ ଗୁଣ୍ଡିଚା ମନ୍ଦିରରେ ଦର୍ଶନ ସାରି ଫେରିବା ବେଳେ ଅସୁସ୍ଥ ହୋଇପଡ଼ିଥିଲେ। ତାଙ୍କୁ ପରିବାର ଲୋକେ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ହେଲେ ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ ଡାକ୍ତର। ଏହି ଘଟଣା ପରେ ପରିଜନମାନେ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି।

Tags
Share

About Author

indadmin

indadmin

Related Articles

Archives

Calendar

March 2025
M T W T F S S
 12
3456789
10111213141516
17181920212223
24252627282930
31