Indus Valley Times

ଆତଙ୍କୀ ପନ୍ନୁର ଧମକପୂର୍ଣ୍ଣ ଇ-ମେଲ; ତନଘନା ଆରମ୍ଭ କଲା କ୍ରାଇମବ୍ରାଞ୍ଚ

 Breaking News

ଆତଙ୍କୀ ପନ୍ନୁର ଧମକପୂର୍ଣ୍ଣ ଇ-ମେଲ; ତନଘନା ଆରମ୍ଭ କଲା କ୍ରାଇମବ୍ରାଞ୍ଚ

November 30
17:46 2024

ଭୁବନେଶ୍ୱର,୩୦/୧୧: ଭୁବନେଶ୍ୱରରେ ଏବେ ଡିଜିପି ସମ୍ମିଳନୀ ଚାଲିଥିବା ବେଳେ ବିଜୁ ପଟ୍ଟନାୟକ ବିମାନବନ୍ଦରକୁ ଟାର୍ଗେଟ କରିଛି ଖଲିସ୍ତାନୀ ଆତଙ୍କୀ ପନ୍ନୁ। ଏହାକୁ ନେଇ ସମଗ୍ର ରାଜଧାନୀରେ ଚାଞ୍ଚଲ୍ୟ ସୃଷ୍ଠଇ ହୋଇଛି। ତେବେ ରାଜଧାନୀ ଭୁବନେଶ୍ୱର ସମ୍ପୂର୍ଣ୍ଣ ଭାବେ ସୁରକ୍ଷା ବଳୟରେ ଥିବା ବେଳେ ଯେକୌଣସି ପ୍ରକାର ଚ୍ୟାଲେଞ୍ଜକୁ ସାମନା କରିବାକୁ ପ୍ରସ୍ତୁତ ଥିବା ଭୁବନେଶ୍ୱର ଡିସିପି ପିନାକ ମିଶ୍ର କହିଛନ୍ତି ।
ଖଲିସ୍ତାନୀ ଆତଙ୍କୀ ପନ୍ନୁ ଧମକପୂର୍ଣ୍ଣ ଇ-ମେଲ ପଠାଇଥିବା ନେଇ ବରିଷ୍ଠ ସାମ୍ବାଦିକ ଅକ୍ଷୟ ସାହୁ ଶନିବାର ସକାଳେ ପୋଲିସକୁ ସୂଚନା ଦେଇଛନ୍ତି। ପରେ ଖୋଳତାଡ଼ ଆରମ୍ଭ ହୋଇଯାଇଛି । କିଏ ଏହି ମେଲ ପଠାଇଛି, ପ୍ରକୃତରେ ପନ୍ନୁ ହିଁ ମେଲ ପଠାଇଛି ନା ତା’ଙ୍କ ପାଇଁ ଓ କିଏ କାମ କରୁଛି ତାହାର ତଦନ୍ତ ଚାଲିଛି।
ଏନେଇ ଡିସିପି କହିଛନ୍ତି, ଯେକୌଣସି ସୂଚନା ପାଉଛୁ ଆମେ ତାହାକୁ ଗୁରୁତର ସହ ନେଉଛୁ। ଟିକିନିଖି କରି ସବୁ ତଥ୍ୟକୁ ଯାଞ୍ଚ କରାଯାଉଛି। ଆମେ ସମ୍ପୂର୍ଣ୍ଣ ଆଲର୍ଟ ଅଛୁ ।
ଶୁକ୍ରବାରଠାରୁ ଲୋକସେବା ଭବନରେ ଡିଜିପି ସମ୍ମିଳନୀଆରମ୍ଭ ହୋଇଛି। ଡିଜିପି ସମ୍ମିଳନୀର ଦ୍ୱିତୀୟ ଦିନରେ ଆଜି ସାମିଲ ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ଏନ୍‌ଏସ୍‌ଏ ଅଜିତ ଡୋଭାଲ। ତେଣୁ ସମଗ୍ର ଦେଶର ବହୁ ହାଇ ପ୍ରୋଫାଇଲ ନେତାଙ୍କ ସମେତ ବରିଷ୍ଠ ପୋଲିସ ଅଧିକାରୀ ମଧ୍ୟ ଅଛନ୍ତି।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930