Indus Valley Times

ଆଦର୍ଶ ଗ୍ରାମ ଥୁଆ ବାରୀ, କୁସବିଡ଼ା,ଉଦୟପୁର ଗ୍ରାମ ପରିଦର୍ଶନ କଲେ ଦଶପଲ୍ଲା ବିଧାୟକ

 Breaking News

ଆଦର୍ଶ ଗ୍ରାମ ଥୁଆ ବାରୀ, କୁସବିଡ଼ା,ଉଦୟପୁର ଗ୍ରାମ ପରିଦର୍ଶନ କଲେ ଦଶପଲ୍ଲା ବିଧାୟକ

December 31
23:40 2020

ପୁଷ୍ପଲତା ପ୍ରଧାନଙ୍କ ରିପୋର୍ଟ
ନୂଆଗାଁ,୩୧/୧୨: ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଅନ୍ତର୍ଗତ ବୀର ସହିଦ ଙ୍କ ଗ୍ରାମ କୁସବିଡା, ଥୂଆବାରି ,ଓ ଉଦୟପୁର ଗ୍ରାମକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ କ୍ୟାବିନେଟ୍ ରେ ଆଦର୍ଶ ଗ୍ରାମ ଭାବେ ଗ୍ରହଣ କରାଯାଇଛି।ନୟାଗଡ ଜିଲ୍ଲା ବିଜେଡ଼ି ସଭାପତି ତଥା ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଆଦର୍ଶ ଗ୍ରାମ ଗୁଡ଼ିକ ପରିଦର୍ଶନ କରିବା ସହ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ଯୁଗାନ୍ତକାରୀ ପଦକ୍ଷେପ କୁ ପ୍ରଶଂସା କରିବା ସହ ଅଶେଷ ଧନ୍ୟବାଦ୍ ପ୍ରଦାନ କରିଥିଲେ।ତତ୍ ସହିତ ରାଜ୍ୟ ସରକାରଙ୍କ ବିଭିନ୍ନ ଜନ ହିତକର ଯୋଜନା ସମ୍ପର୍କରେ ବର୍ଣ୍ଣନା କରିଥିଲେ।ତିନୋଟି ଆଦର୍ଶ ଗ୍ରାମ ର ଲୋକମାନେ ଦଶପଲ୍ଲା ବିଧାୟକ ଙ୍କୁ ବିପୁଳ ସମ୍ବର୍ଦ୍ଧନା ଦେବା ସହ ମାନ୍ୟବର ମୁଖ୍ୟମନ୍ତ୍ରୀ, ଦଶପଲ୍ଲା ବିଧାୟକ,ଓ ସାଂସଦ ଙ୍କୁ ଅଶେଷ ଧନ୍ୟବାଦ୍ ପ୍ରଦାନ କରିଥିଲେ।ତତ୍ ସହିତ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଯୁଗାନ୍ତ କାରୀ ପଦକ୍ଷେପ କୁ ଜନସାଧାରଣ ପ୍ରଶଂସା କରିଥିଲେ।ଦଶପଲ୍ଲା ବିଧାୟକ ଙ୍କ ସହିତ ନୂଆଗାଁ ବ୍ଲକ୍ ଅଧ୍ୟକ୍ଷ ଅନ୍ତର‌୍ୟ୍ୟାମୀ ସ୍ୱାଇଁ, ଉପାଧ୍ୟ କ୍ଷା ପୁଷ୍ପାଞ୍ଜଳି ସାହୁ,ବିଡ଼ିଓ ପ୍ରମୋଦ କୁମାର ଦଳ ବେହେରା,ସାଂସଦ ଙ୍କ ପ୍ରତିନିଧି ବିଜୟ କୁମାର ସାସମଲ,ବିଜେଡ଼ି ସଭାପତି ସନାତନ ସାମଲ, ଜିଲ୍ଲା ଯୁବ ବିଜେଡ଼ି ସମ୍ପାଦକ ସନ୍ତୋଷ କୁମାର ନାୟକ,ସାଧାରଣ ସମ୍ପାଦକ ଗୋଲଖ ବିହାରୀ ଗୋଚ୍ଛାୟତ,ଯୁବ ସଂଗଠକ ସଞ୍ଜୟ କୁମାର ସାହୁ, ବ୍ଲକ୍ ଯୁବ ସଭାପତି ଶୁଭ୍ରାଂଶୁ ସେନାପତି,ପୂର୍ବତନ ସମିତି ସଭ୍ୟ ଦିଲ୍ଲୀପ କୁମାର ଦଳ ବେହେରା,ଯୁବ ନେତା ଜିତେନ୍ଦ୍ର ସାହୁ,ଙ୍କ ସମେତ ବରିଷ୍ଠ ବିଜେଡ଼ି କର୍ମୀ ଆଦର୍ଶ ଗ୍ରାମ ଗୁଡ଼ିକ ପରିଦର୍ଶନ କରିଥିଲେ।

About Author

indadmin

indadmin

Related Articles

Archives

Calendar

May 2024
M T W T F S S
 12345
6789101112
13141516171819
20212223242526
2728293031