Indus Valley Times

ଆଦିତ୍ୟ ଦାସ୍ ଙ୍କ ମୃତ୍ୟୁର ଖୋଳୁଛି ଗୁମର: ଡାଇରିରେ ଶେଷ ଦୁଇ ପୃଷ୍ଠା ବିଦ୍ୟାଶ୍ରୀ ଲେଖିଥିଲେ

 Breaking News

ଆଦିତ୍ୟ ଦାସ୍ ଙ୍କ ମୃତ୍ୟୁର ଖୋଳୁଛି ଗୁମର: ଡାଇରିରେ ଶେଷ ଦୁଇ ପୃଷ୍ଠା ବିଦ୍ୟାଶ୍ରୀ ଲେଖିଥିଲେ

July 20
13:18 2020

ଭୁବନେଶ୍ବର ୨୦।୭: ସମାଜସେବୀ ଆଦିତ୍ୟ ଦାଶ ମୃତ୍ୟୁ ମାମଲାର ଦିନକୁ ଦିନ ଯେତିକି ଜଟିଳ ହେଉଛି ସେତିକି ନୁଆ ନୁଆ ତଥ୍ୟ ସାମ୍ନାନାକୁ ଆସୁଛି । ମୃତ୍ୟକୁ ଇତିମଧ୍ୟରେ ୨ସପ୍ତାହରୁ ଅଧିକ ଦିନ ବିତିଯାଇଥିଲେ ମଧ୍ୟ ମୃତ୍ୟୁ ହତ୍ୟା ନା ଆତ୍ମହତ୍ୟ ତାହା ପ୍ରମାଣ ହୋଇପାରିଲାନାହିଁ । ଜିଆର୍ପି ଘଟଣାର ତଦନ୍ତ କରୁଛି । କିନ୍ତୁ ସଠିକ୍ ଠିକଣାରେ ବର୍ତ୍ତମାନ ପର‌୍ୟ୍ୟନ୍ତ ତଦନ୍ତ ପହଞ୍ଚିପାରୁନି ।
ଆଦିତ୍ୟ ଙ୍କ ମୃତ୍ୟୁକୁ ନେଇ ଅନେକ ଚର୍ଚ୍ଚା ହେଉଛି । କିଏ କହୁଛି ଟଙ୍କା ପାଇଁ ହତ୍ୟା କରାଯାଇଛି । କେତେବେଳେ ଟ୍ରେନ୍ ଡ୍ରାଇଭର ଆସି କହୁଛି ଯେ, ଗାଡିରେ କୌଣସି ଧକ୍କା ହୋଇନାହିଁ । ତେବେ ଆଦିତ୍ୟଙ୍କ ମୃତ୍ୟୁକୁ ନେଇ ଏବେ ବି ସସ୍ପେନ୍ସ ଜାରି ରହିଛି । ତେବେ ଘଟଣାକୁ ନେଇ ସସ୍ପେନ୍ସ ଜାରି ରହିଥିବା ବେଳେ ଜିଆର୍ପି ଦ୍ୱାରା ଜେରା ହୋଇଥିବା ବିଦ୍ୟାଶ୍ରୀଙ୍କୁ ନେଇ ଏକ ନୂଆ ତଥ୍ୟ ସାମ୍ନାକୁ ଆସିଛି । ସୁଇସାଇଡ୍ ନୋଟ ଲେଖା ଥିବା ଡାଏରୀରେ ଅଦିତ୍ୟଙ୍କ ଛଡା ଅନ୍ୟ ଜଣକ ହାତଲେଖା ରିହିଛି । ତେବେ ଜିଆର୍ପି ପୁଲିସ ଜେରା ବେଳେ ଜଣାପଡିଥିଲା ଯେ ବିଦ୍ୟାଶ୍ରୀ ଆଦିତ୍ୟଙ୍କ ୪ ଫର୍ଦ୍ଦ ବିଶିଷ୍ଠ ସୁଇସାଇଡ୍ ନୋଟ୍ ପରେ ଆଉ ଦୁଇ ଫର୍ଦ୍ଦ ଲେଖିଥିଲେ ତେବେ ଏହି ଦୁଇ ପୃଷ୍ଠାରେ ବିଦ୍ୟାଶ୍ରୀ କ’ଣ ଲେଖିଥିଲେ । ତାହା ସ୍ପଷ୍ଟ ହୋଇ ନଥିଲେ ମଧ୍ୟ ପିପୁଲ ଫର୍ ସେବା ଫାଉଣ୍ଡେସନରେ କରାଯାଇଥିବା ଅର୍ଥ କାରବାରକୁ ନେଇ କିଛି ସୂଚନା ଦିଆଯାଇଥିବା ପୁଲିସ କହିଛି

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031