Indus Valley Times

ଆନ୍ତର୍ଜାତୀକ ସମବାୟ ବର୍ଷ ଉପଲକ୍ଷେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ

 Breaking News

ଆନ୍ତର୍ଜାତୀକ ସମବାୟ ବର୍ଷ ଉପଲକ୍ଷେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ

ଆନ୍ତର୍ଜାତୀକ ସମବାୟ ବର୍ଷ ଉପଲକ୍ଷେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ
April 26
11:30 2025

ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟ
ଖୋର୍ଦ୍ଧା, ୨୬/୪: ଅନ୍ତର୍ଜାତୀକ ସମବାୟ ବର୍ଷ -୨୦୨୫ ଉପଲକ୍ଷେ ଉପ ନିବନ୍ଧକ ସମବାୟ ସମିତି ସମୂହ ଖୋର୍ଦ୍ଧା ବିଭାଜନଙ୍କ ଆନୁକୁଲ୍ୟରେ ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କ ଲିଃ ପରିସରରେ ଏକ ସ୍ବେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି ଓ
ରକ୍ତଦାନ ଏକ ମହତଦାନ ହୋଇଥିବାରୁ ଆନ୍ତର୍ଜାତୀକ ସମବାୟ ବର୍ଷରେ ପ୍ରତି ଜିଲ୍ଲାରେ ଏକ ରକ୍ତଦାନ ଶିବିର କରି ରକ୍ତର ଅଭାବକୁ ଦୂରୀଭୂତ କରିବାକୁ ଓଡିଶା ସରକାରଙ୍କ ସମବାୟ ବିଭାଗ ତରଫରୁ ପ୍ରତି ଜିଲ୍ଲାକୁ ନିର୍ଦ୍ଦେଶ କରାଯାଇଛି।
ଏହି ପରିପ୍ରେକ୍ଷୀରେ ଆୟୋଜିତ ଏହି ରକ୍ତଦାନ ଶିବିରକୁ ଖୋର୍ଦ୍ଧା ଉପଜିଲ୍ଲାପାଳ କିଶୋର କୁମାର ପଣ୍ଡା, ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ରାଜ୍ୟଶ୍ରୀ ପଟ୍ଟନାୟକ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ।
ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ଶିବିରର ଆୟୋଜକ ଉପନିବନ୍ଧକ ସମବାୟ ସମିତି ସମୂହ ଖୋର୍ଦ୍ଧା ବିଭାଜନ ଶ୍ରୀମତୀ ଅଳକାନନ୍ଦ ଜେନା, ବରିଷ୍ଠ ସହକାରୀ ନିବନ୍ଧକ ସମବାୟ ସମିତି ସମୂହ,ଖୋର୍ଦ୍ଧା ଶ୍ରୀମତୀ ଉର୍ମିଳା ଦାସ, ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କ ସଭାପତି ଅଭିଷେକ ସିଂହ ସାମନ୍ତ ,ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ, ସାରଥୀ ଶତପଥୀ ,ସହପ୍ରବନ୍ଧକ ସନ୍ଦୀପ ପଟ୍ଟନାୟକ, ତପନ ଦାସ ,ବିଷ୍ଣୁ ପ୍ରସାଦ ମିଶ୍ର ପ୍ରମୁଖ ଉପସ୍ଥିତ ରହି ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ।
ଏହି ଶିବିରରେ ବ୍ୟାଙ୍କର କର୍ମଚାରୀ ଭବାନୀ ମୋହନ ସିହ୍ନକ୍ଷ, ତପନ କୁମାର ଚୌଧୁରୀ, ଜଗନ୍ନାଥ ପାଲ, ସୁଶାନ୍ତ ପ୍ରଧାନ, ରାକେଶ କୁମାର ପାଇକରାୟ, ଜ୍ୟୋତି ରଞ୍ଜନ ରାଉତରାୟ, ପ୍ରଭୁ ପ୍ରସାଦ ପଟ୍ଟନାୟକ, କାଇପଦର ସେବା ସମବାୟ ସମିତିର ବରିଷ୍ଟ ସମ୍ପାଦକ ଝଜ ସାମନ୍ତରାୟ, ବିଶ୍ୱନାଥ ମହାରଣା, ବ୍ୟାଙ୍କର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କ ଧର୍ମପତ୍ନୀ ବେବିଲତା ଶତପଥିଙ୍କ ସମେତ ଖୋର୍ଦ୍ଧାର ବରିଷ୍ଠ ସାମ୍ବାଦିକ ଦିଲ୍ଲୀପ କୁମାର ପଟ୍ଟନାୟକ ପ୍ରମୁଖ ସ୍ଵେଛାକୃତ ଭାବରେ ରକ୍ତଦାନ କରିଥିଲେ ।
ଏହି ଶିବିରକୁ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରକ୍ତ ଭଣ୍ଡାରର ଡାକ୍ତର ସୌରଭ ରାୟ,ଅର୍ଜୁନ ସାହୁ,ଝୁନିଲତା ସାହୁ, ବୀଚିସ୍ମିତା ପୁହାଣ,ଯଶଜୀତ ଚମ୍ପତି ,ଝାନ୍ସୀରାଣୀ ପାତ୍ର,ଲଷ୍ମୀପ୍ରିୟା ପ୍ରଧାନ ପ୍ରମୁଖ ରହି ଏହି ରକ୍ତଦାନ ଶିବିରକୁ ପରିଚାଳନାରେ ସହାୟତା କରିଥିଲେ ଓ

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930