Indus Valley Times

ଆପାର୍ଟମେଣ୍ଟରେ ଲାଗିବ ଆଇପି ଏନାବଲ୍ଡ କ୍ୟାମେରା

 Breaking News

ଆପାର୍ଟମେଣ୍ଟରେ ଲାଗିବ ଆଇପି ଏନାବଲ୍ଡ କ୍ୟାମେରା

October 26
21:44 2024

ଭୁବନେଶ୍ୱର,୨୬/୧୦ : କଟକ ଓ ଭୁବନେଶ୍ୱରରେ ଥିବା ଆପାର୍ଟମେଣ୍ଟଗୁଡ଼ିକର ପ୍ରବେଶ ଓ ପ୍ରସ୍ଥାନ ପଏଣ୍ଟଗୁଡ଼ିକରେ ଲାଗିବ IP ଯୁକ୍ତ କ୍ୟାମେରା। ଏହି କ୍ୟାମେରା ଲଗାଇବା ପାଇଁ ସମସ୍ତ ଆପାର୍ଟମେଣ୍ଟର ବାସିନ୍ଦା କଲ୍ୟାଣ ସଂଘଗୁଡ଼ିକୁ ସୂଚନା ଜାରି କରାଯାଇଥିବା କହିଛନ୍ତି ପୁଲିସ କମିଶନର ଏସ୍ ଦେବଦତ୍ତ ସିଂହ। ଆପାର୍ଟମେଣ୍ଟଗୁଡ଼ିକରେ ଚୋରି ସଂଖ୍ୟା ବୃଦ୍ଧି ପାଉଥିବାରୁ ଏହାକୁ ରୋକିବାକୁ ଏଭଳି ପଦକ୍ଷେପ ନେଇଛି କଟକ-ଭୁବନେଶ୍ୱର କମିଶନରେଟ ପୁଲିସ୍‌।
ପୁଲିସ କମିଶନର ଶ୍ରୀ ସିଂହ କହିଛନ୍ତି, ଆପାର୍ଟମେଣ୍ଟରେ ରହୁଥିବା ଲୋକମାନଙ୍କ ପାଇଁ ଆମେ ଏକ ସୂଚନା ଜାରି କରିଛୁ। ସମସ୍ତ ଆପାର୍ଟମେଣ୍ଟର କଲ୍ୟାଣ ସଂଘଗୁଡ଼ିକ ଆପାର୍ଟମେଣ୍ଟର ପ୍ରବେଶ ଓ ପ୍ରସ୍ଥାନ ପଏଣ୍ଟଗୁଡ଼ିକରେ IP-enabledକ୍ୟାମେରା ଲଗାଇବେ ଏବଂ ତାହାର ତଥ୍ୟ ଆମ କମିଶନରେଟ ପୁଲିସ୍ କଣ୍ଟ୍ରୋଲ ରୁମ୍‌କୁ ଦେବେ।
ସେମାନେ IP-enabled କ୍ୟାମେରାଗୁଡ଼ିକର ସବିଶେଷ ତଥ୍ୟ ଏସିପି କେ.କେ ହରିପ୍ରସାଦଙ୍କୁ ମୋବାଇଲ ନମ୍ବର ୭୬୦୬୦୬୬୭୬୬ରେ ଯୋଗାଇବେ। ଏଥିପାଇଁ ଆମେ ସମସ୍ତଙ୍କ ସହଯୋଗ ଆଶା କରୁଛୁ। ଆମେ ଘଟଣାଗୁଡ଼ିକର ଅନୁସନ୍ଧାନ କରିବା ପାଇଁ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରୁଛୁ। ଯଦି କାହା ପାଖରେ କୌଣସି ଅଭିଯୋଗ ବା ସୂଚନା ଅଛି, ତା’ହେଲେ ଦୟାଗର ୭୦୭୭୭୯୮୧୧୧ ନମ୍ବରକୁ ହ୍ୱାଟସଆପ୍ କରିବାକୁ ପୁଲିସ କମିଶନର କହିଛନ୍ତି।
ସେ ଆହୁରି କହିଛନ୍ତି ଯେ୨୦୨୪ ମସିହାରେ ଏପର୍ଯ୍ୟନ୍ତ କଟକ ଓ ଭୁବନେଶ୍ୱରର ବିଭିନ୍ନ ଆପାର୍ଟମେଣ୍ଟରୁ ଚୋରି ହୋଇଥିବା ନେଇ ମୋଟ ୬୫ଟି ମାମଲା ରୁଜୁ ହୋଇଛି। ଏହି ସବୁ ମାମଲାରେ ଆମେ ଏଯାବତ ୨୯ ଜଣଙ୍କୁ ଗିରଫ କରିଛୁ।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930