Indus Valley Times

ଆଫଗାନିସ୍ତାନରେ ଗର୍ଭବତୀ ମହିଳା ପୋଲିସ ଅଧିକାରୀଙ୍କୁ ଶିଶୁ ଓ ସ୍ୱାମୀଙ୍କ ସମ୍ମୁଖରେ ହତ୍ୟା କଲା ତାଲିିବାନ

 Breaking News

ଆଫଗାନିସ୍ତାନରେ ଗର୍ଭବତୀ ମହିଳା ପୋଲିସ ଅଧିକାରୀଙ୍କୁ ଶିଶୁ ଓ ସ୍ୱାମୀଙ୍କ ସମ୍ମୁଖରେ ହତ୍ୟା କଲା ତାଲିିବାନ

September 06
09:32 2021

ନୂଆଦିଲ୍ଲୀ, ୬/୯ : ଆଫଗାନିସ୍ତାନର କେନ୍ଦ୍ରାଞ୍ଚଳରେ ଥିବା ଗୋର୍ ପ୍ରଦେଶର ରାଜଧାନୀ ନଗରୀ ଫିରୋଜକୋରେ ତାଲିବାନ୍ ଉଗ୍ରବାଦୀମାନେ ଜଣେ ପୁଲିସ ଅଧିକାରିଣୀଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଗଣମାଧ୍ୟମ ‘ବିବିସି’ ରିପୋର୍ଟ ଅନୁସାରେ, ବନୁ ନେଗର ନାମ୍ନୀ ସେ ପୁଲିସ ଅଧିକାରିଣୀଙ୍କ ପରିବାରର ସଦସ୍ୟମାନେ କହିଛନ୍ତି ଯେ, ତାଲିବାନୀ ଆକ୍ରମଣ ଯୋଗୁଁ ତାଙ୍କ ମୁଖମଣ୍ଡଳ ଅତ୍ୟନ୍ତ ବିକୃତ ହୋଇଯାଇଛି।
‘ବିବିସି’ ରିପୋର୍ଟରେ ଆହୁରି ମଧ୍ୟ ଉଲ୍ଲେଖ ଅଛି ଯେ, ସ୍ଥାନୀୟ କାରାଗାରରେ କାର୍ଯ୍ୟ କରୁଥିବା ନେଗର ଆଠ ମାସ ହେବ ଅନ୍ତଃସତ୍ତ୍ବା ଥିଲେ ବୋଲି ଗୋଟିଏ ସୂତ୍ରରୁ ରିପୋର୍ଟ ମିଳିଛି।
ସେହିପରି, ‘ଦି ସନ୍’ କରିଥିବା ରିପୋର୍ଟରେ ଉଲ୍ଲେଖ ଅଛି ଯେ, ଦ୍ୱାର ଦ୍ୱାର ବୁଲି ମୁଣ୍ଡକାଟ ଅଭିଯାନ ଚଳାଇଥିବା ବେଳେ ତାଲିବ୍ମାନେ ନେଗରଙ୍କୁ ତାଙ୍କୁ ପିଲା ଓ ସ୍ୱାମୀଙ୍କ ସାମ୍ନାରେ ହତ୍ୟା କରିଛନ୍ତି।
ବିଲାଲ୍ ସର୍ୱାରି ନାମରେ ଜଣେ ବ୍ୟକ୍ତି ଟୁଇଟ୍ କରିଛନ୍ତି, ଗୋର୍ ପ୍ରଦେଶରେ ରାତି ୧୦ଟା ବେଳେ ପୁଲିସ ଅଧିକାରିଣୀ ନିଗାରାଙ୍କୁ ତାଙ୍କ ପିଲା ଓ ସ୍ୱାମୀଙ୍କ ସମ୍ମୁଖରେ ଗୁଳି ମାରି ହତ୍ୟା କରାଯାଇଛି। ୬ ମାସ ହେବ ଅନ୍ତଃସତ୍ତ୍ୱା ଥିବା ନିଗାରାଙ୍କୁ ତାଲିବାନ୍ ଗୁଳି ମାରି ହତ୍ୟା କରିଥିବା କଥା ତାଙ୍କ ପରିବାରର ସଦସ୍ୟମାନେ କହୁଛନ୍ତି।
ନିହତ ମହିଳା ପୁଲିସଙ୍କ ଶବ ରକ୍ତରଞ୍ଜିତ ଗାଲିଚାରେ ପଡ଼ିଥିବା ଦୃଶ୍ୟ ସାମାଜିକ ଗଣମାଧ୍ୟମରେ ପ୍ରସାରିତ ‘ଗ୍ରାଫିକ୍ ଇମେଜ୍’ରେ ଦେଖାଯାଉଛି। ସେ ଗାଲିଚା ଉପରେ ରକ୍ତଦାଗ ଥିବା ଦୁଇଟି ‘ସ୍କୃ-ଡ୍ରାଇଭର୍’ ମଧ୍ୟ ପଡ଼ିଛି।
ଘଟଣାର ତଦନ୍ତ କରାଯିବ ବୋଲି ସ୍ଥାନୀୟ ତାଲିବାନ ପ୍ରତିଶ୍ରୁତି ଦେଇଥିବା କଥା ତାଙ୍କ ପରିବାରବର୍ଗ କହିଛନ୍ତି।
ଉଲ୍ଲେଖଯୋଗ୍ୟ, ଆଫଗାନିସ୍ତାନ ନିୟନ୍ତ୍ରଣ କରିବା ସମୟରୁ ତାଲିବାନ ଆପଣାକୁ ଅଧିକ ସହନଶୀଳ ଏବଂ ଉଦାରଚେତା ବୋଲି ଚିତ୍ରଣ କରିବାକୁ ଉଦ୍ୟମ ଚଳାଇଛି। କିନ୍ତୁ, ସେମାନଙ୍କ ଦ୍ୱାରା କରାଯାଇଥିବା କେତେକ ପାଶବିକ ଏବଂ ଦମନ ଘଟଣା ଭିନ୍ନ କଥା କହୁଛି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031