Indus Valley Times

ଆଫଗାନିସ୍ଥାନର ବିକଳ ଚିତ୍ର: ଦୋକାନୀଙ୍କ ୪ ବର୍ଷର ପୁଅ ପାଇଁ ନିଜ ୩ ବର୍ଷର ଝିଅକୁ ବିକିଲା ମା

 Breaking News

ଆଫଗାନିସ୍ଥାନର ବିକଳ ଚିତ୍ର: ଦୋକାନୀଙ୍କ ୪ ବର୍ଷର ପୁଅ ପାଇଁ ନିଜ ୩ ବର୍ଷର ଝିଅକୁ ବିକିଲା ମା

November 27
20:35 2021

କାବୁଲ,୨୭/୧୧: ଦିନକୁି ଦିନ ଆଫଗାନିସ୍ଥାନର ସ୍ଥିତି ସଂଗିନ ହେଉଛି । ଆଫଗାନିସ୍ଥାନରେ ଅର୍ଥର ଘୋର ଅଭାବ ଲୋକମାନେ ପରିଲିଖିତ କରୁଛନ୍ତି । ପେଟକୁ ଦାନା ପାଇଁ ନିଜ ୩ ବର୍ଷର ଝିଅକୁ ବିକ୍ରି କଲା ମା । ତାଲିବାନ ଆଫଗାନିସ୍ତାନକୁ ଫେରିବା ମାତ୍ରେ ଦେଶର ଅର୍ଥନୀତି ବିପର‌୍ୟ୍ୟସ୍ତ ହୋଇପଡିଛି। ପରିସ୍ଥିତି ଏତେ ଖରାପ ହୋଇଯାଇଛି ଯେ ଦିନକୁ ଦୁଇଥର ଖାଇବା ପାଇଁ ଲୋକଙ୍କ ପାଖରେ ଟଙ୍କା ନାହିଁ। ଏଭଳି ପରିସ୍ଥିତିରେ ଅନେକ ପରିବାର ନିଜ ଛୋଟ ଝିଅମାନଙ୍କୁ ବିକ୍ରି କରିବା ଆରମ୍ଭ କରି ଦେଇଛନ୍ତି। ଏହି ଲୋକମାନେ କହିଛନ୍ତି ଯେ ପରିବାରର ଅବଶିଷ୍ଟ ସଦସ୍ୟଙ୍କୁ ଖାଇବାକୁ ଦେବା ପାଇଁ ସେମାନେ ଏଭଳି କରୁଛନ୍ତି । ଏବେ ଏଭଳି ଏକ ମାମଲା ସାମ୍ନାକୁ ଆସିଛି ଅନ୍ତର୍ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ସାବରେହ ନାମକ ଜଣେ ମହିଳା କହିଛନ୍ତି ଯେ ଖାଦ୍ୟ ପାଇଁ ସେ ନିଜ ଝିଅକୁ ବିକ୍ରି କରିଛନ୍ତି। ସେ ଏକ ଦୋକାନରୁ ରାସନ କିଣିଥିଲେ ବି ଟଙ୍କା ଦେଇପାରିନଥିଲେ
ମହିଳା ଜଣକ କହିଛନ୍ତି ଯେ ଯଦି ସେ ଟଙ୍କା ନ ଦିଅନ୍ତି ତେବେ ତାଙ୍କୁ ଜେଲକୁ ପଠାଯିବ ବୋଲି ଧମକ ଦିଆଯାଇଥିଲା। ଯାହା ପରେ ସେ ନିଜ ୩ ବର୍ଷର ଝିଅକୁ ବିକ୍ରୟ କରିବାକୁ ସ୍ଥିର କଲେ । ଯାହାର ବିବାହ ଦୋକାନୀଙ୍କ ଚାରି ବର୍ଷର ପୁଅ ସହିତ ହେବ । ନ୍ୟୁଜ୍ ଏଜେନ୍ସି ଅନୁଯାୟୀ, ବାଦଗିସ୍ ପ୍ରଦେଶର ଜମାତ ଆଇଡିପି କ୍ୟାମ୍ପରେ ଦୋକାନ ଚଳାଉଥିବା ବ୍ୟକ୍ତି କହିଛନ୍ତି ଯେ ସେ ବଡ ହେବା ପରେ ତିନି ବର୍ଷର ଝିଅର ଯତ୍ନ ନେବେ। ସାବରେହଙ୍କର ବୟସ ୨୫ ବର୍ଷ ହୋଇଥିବାବେଳେ ସେ କହିଛନ୍ତି ଯେ, ‘ମୁଁ ଏଭଳି ଏକ ପଦକ୍ଷେପ ନେଇ ବହୁତ ଦୁଃଖିତ ଅଛି, କିନ୍ତୁ ଆମ ପାଖରେ ଖାଇବାକୁ ସମ୍ବଳ ନାହିଁ । ଯଦି ଏହା ଜାରି ରହେ, ତେବେ ଆମକୁ ଆଉ ଏକ ତିନି ମାସର ଶିଶୁକୁ ବିକ୍ରି କରିବାକୁ ପଡିବ’ ।
ଏହି ଗୋଟିଏ ମାମଲା ନୁହେଁ ବରଂ ସାବରେହଙ୍କ ଜଣେ ପଡୋଶୀ ନିଜ ନାବାଳିକା ଝିଅକୁ ମଧ୍ୟ ବିକ୍ରି କରିଛନ୍ତି । ଗଜନୀ ସହରରେ ରହୁଥିବା ଜଣେ ମହିଳା କହିଛନ୍ତି ଯେ ସେ ନିଜର ତିନି ପିଲାଙ୍କୁ ଖାଇବାକୁ ଦେବା ପାଇଁ ୧୩ ବର୍ଷର ଝିଅକୁ ପ୍ରାୟ ୧ ଲକ୍ଷ ଟଙ୍କାରେ ବିକ୍ରି କରିଛନ୍ତି। ଆଫଗାନିସ୍ତାନରେ ତାଲିବାନ ଶାସନ ଆରମ୍ଭରୁ ମାନବିକ ସଙ୍କଟ ଆହୁରି ଗଭୀର ହୋଇଛି। ଯାହାର ଦଣ୍ଡ ସାଧାରଣ ଲୋକଙ୍କୁ ଦିଆଯାଉଛି ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031