Indus Valley Times

ଆବଶ୍ୟକ ପଡ଼ିଲେ ପଞ୍ଜାବରୁ ମଗାଯିବ ଆଳୁ: ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର

 Breaking News

ଆବଶ୍ୟକ ପଡ଼ିଲେ ପଞ୍ଜାବରୁ ମଗାଯିବ ଆଳୁ: ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର

August 05
19:02 2024

ଓଡ଼ିଶା, ୫/୮ : ପଡ଼ୋଶୀ ପଶ୍ଚିମବଙ୍ଗ ସରକାର ବ୍ଲାକ୍‌ମେଲ କରିବାରୁ ଉତ୍ତରପ୍ରଦେଶରୁ ଆସୁଛି ଆଳୁ। ବର୍ତ୍ତମାନ ଓଡ଼ିଶାରେ ପର୍ଯ୍ୟାପ୍ତ ପରିମାଣରେ ଆଳୁ ଅଛି। ଦରକାର ପଡ଼ିଲେ ପଞ୍ଜାବରୁ ଆଳୁ ଆସିବ ବୋଲି କହିଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର।
ଶ୍ରୀ ପାତ୍ର କହିଛନ୍ତି, ଉତ୍ତରପ୍ରଦେଶ ଆଳୁ ଶୀଘ୍ର ପଚିବା କଥା ସମ୍ପୂର୍ଣ୍ଣ ମିଛ। ଉତ୍ତରପ୍ରଦେଶ ଆସିଥିବା ଆଳୁ ଓଡ଼ିଶାରେ ବିକ୍ରି ହେଲାଣି। ୟୁପି ଆଳୁର କ୍ୱାଲିଟି ବହୁତ ଭଲ। ପଶ୍ଚିମବଙ୍ଗ ବ୍ଲାକ ମେଲ ଶିକାର ନ ହୋଇ ଆମେ ଆମ ସ୍ୱାଭିମାନକୁ ଦେଖିଲୁ। ଖାଉଟିଙ୍କ ପାଖରେ ଆଳୁ ପହଞ୍ଚାଇଲୁ ବୋଲି ମନ୍ତ୍ରୀ କହିଛନ୍ତି।
ଆଳୁ ଦର ‍ବଢ଼ିବା ନେଇ ମନ୍ତ୍ରୀ କହିଛନ୍ତି, କେବଳ ଓଡ଼ିଶାରେ ନୁହେଁ। ସମଗ୍ର ଦେଶରେ ଆଳୁ ରେଟ୍ ଅଧିକା ରହିଛି। ଏହି ସିଜିନରେ ଆଳୁ ରେଟ୍ ଟିକେ ଅଧିକ ରହିଥାଏ। ଉତ୍ତରପ୍ରଦେଶରେ ଆଳୁ ରେଟ୍ କମିଲେ, ଓଡ଼ିଶାରେ ଦର କମିବ। ବର୍ତ୍ତମାନ ଓଡ଼ିଶାରେ ପର‌୍ୟ୍ୟାପ୍ତ ପରିମାଣରେ ଆଳୁ ଅଛି। ଧୀରେଧୀରେ ଆଳୁ ରେଟ୍ କମିବ ବୋଲି ମନ୍ତ୍ରୀ କହିଛନ୍ତି।
ପଶ୍ଚିମବଙ୍ଗ ଆଳୁ ସମ୍ପର୍କରେ ମନ୍ତ୍ରୀ କହିଛନ୍ତି, ଆଳୁ ଯୋଗାଇବା ପାଇଁ ମୁଖ୍ୟମନ୍ତ୍ରୀ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ। ଏହା ସତ୍ତ୍ୱେ ବିବାଦ ସମାଧାନ ହେଲାନାହିଁ। ପଶ୍ଚିମବଙ୍ଗରୁ ଆସୁଥିବା ଆଳୁ ଟ୍ରକ୍ ଗୁଡ଼ିକୁ ଅଧା ରାସ୍ତାରେ ଅଟକା ଯାଉଛି।
ପଶ୍ଚିମବଙ୍ଗ ପୁଲିସ୍ ଆଳୁ ଟ୍ରକ ଅଟକାଇ ୨୦ରୁ ୪୦ ହଜାର ଟଙ୍କା ଲେଖାଏଁ ଚାନ୍ଦା ଆଦାୟ କରୁଛି। ଯେଉଁଥିପାଇଁ ପଶ୍ଚିମବଙ୍ଗରୁ ଆସୁଥିବା ଆଳୁ ଓଡ଼ିଶାରେ ଅଧିକ ପଡ଼ୁଛି ବୋଲି ମନ୍ତ୍ରୀ କହିଛନ୍ତି।

About Author

indadmin

indadmin

Related Articles

Archives

Calendar

July 2026
M T W T F S S
 12345
6789101112
13141516171819
20212223242526
2728293031