Indus Valley Times

ଆମେ ସବୁ ସିଟ୍ ପାଇଁ ପ୍ରସ୍ତୁତ ହେଉଛୁ, ଆମେ ମେଣ୍ଟ କଥା କେମିତି କହିବୁ : ଲତା ଉସେଣ୍ଡି

 Breaking News

ଆମେ ସବୁ ସିଟ୍ ପାଇଁ ପ୍ରସ୍ତୁତ ହେଉଛୁ, ଆମେ ମେଣ୍ଟ କଥା କେମିତି କହିବୁ : ଲତା ଉସେଣ୍ଡି

ଆମେ ସବୁ ସିଟ୍ ପାଇଁ ପ୍ରସ୍ତୁତ ହେଉଛୁ, ଆମେ ମେଣ୍ଟ କଥା କେମିତି କହିବୁ : ଲତା ଉସେଣ୍ଡି
March 10
15:25 2024

ଭୁବନେଶ୍ୱର, ୧୦/୩ : ବିଜେଡି ସହିତ ମେଣ୍ଟ ନେଇ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଓ ନିର୍ବାଚନ ପ୍ରଭାରୀ ବିଜୟପାଲ ସିଂହ ତୋମାରଙ୍କ ଯେଉଁ କଥା କହିଥିଲେ ତାକୁ ଦୋହରାଇଛନ୍ତି ନିର୍ବାଚନ ସହପ୍ରଭାରୀ ଲତା ଉସେଣ୍ଡି।
ଆଜି ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବା ପରେ ଲତା କହିଥିଲେ, ରାଜ୍ୟରେ ବିଜେପି ଏକାକୀ ନିର୍ବାଚନ ଲଢ଼ିବ। ବିଧାନସଭା ହେଉ କିମ୍ବା ଲୋକସଭା- ସବୁ ଆସନ ପାଇଁ ଦଳ ପ୍ରସ୍ତୁତି କରୁଛି। ଗୋଟିଏ ଗୋଟିଏ ଆସନ ପାଇଁ ଆଲୋଚନା ହୋଇଛି। ମେଣ୍ଟ ନେଇ କୌଣସି ଚର୍ଚ୍ଚା ହୋଇନି।
ଦୁଇ ଦିନ ତଳେ ଦିଲ୍ଲୀରୁ ଫେରିବା ପରେ ମେଣ୍ଟ ଆଲୋଚନାକୁ ସିଧା ସିଧା ଖଣ୍ଡନ କରିଥିଲେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ। ସେ କହିଥିଲେ, ନିର୍ବାଚନ ପ୍ରସ୍ତୁତି ନେଇ ଦଳର ଶୀର୍ଷ ନେତୃତ୍ୱଙ୍କ ସହିତ କଥାବାର୍ତ୍ତା ଥିଲା। ସେହି ଉଦ୍ଦେଶ୍ୟରେ ଆମେ ଦିଲ୍ଲୀ ଯାଇଥିଲୁ। ସେଠାରେ ଅନ୍ୟ କୌଣସି ବିଷୟରେ ଆଲୋଚନା ହୋଇନାହିଁ। ମେଣ୍ଟ ବିଷୟରେ ଆଲୋଚନା ହୋଇନାହିଁ। ଓଡ଼ିଶାରେ ଓ କେନ୍ଦ୍ରରେ କେମିତି ଆମ ସରକାର ହେବ ସେ ବିଷୟରେ ଆଲୋଚନା ହୋଇଛି। ସେ ସଂପର୍କିତ ପ୍ରସ୍ତୁତି ନେଇ ଆଲୋଚନା ହୋଇଛି। ଓଡ଼ିଶାରେ ବିଜେପି ଏକାକୀ ଉଭୟ ଲୋକସଭା ଓ ବିଧାନସଭା ନିର୍ବାଚନ ଲଢ଼ିବ।
ସେହିପରି ଦଳର ରାଜ୍ୟ ନିର୍ବାଚନ ପ୍ରଭାରୀ ବିଜୟ ପାଲ ସିଂହ ତୋମାର ମଧ୍ୟ ସମାନ ଢଙ୍ଗରେ ମେଣ୍ଟ ଚର୍ଚ୍ଚାକୁ ଖଣ୍ଡନ କରି ଦଳ ଏକାକୀ ଲଢ଼ି ସରକାର କରିବ ବୋଲି ଦମ୍ଭୋକ୍ତି ପ୍ରକାଶ କରିଥିଲେ।

About Author

indadmin

indadmin

Related Articles

Archives

Calendar

May 2024
M T W T F S S
 12345
6789101112
13141516171819
20212223242526
2728293031