Legatus

ଆମ୍ବେଦକରଙ୍କ ନାଁରେ ନାମିତ ହେବ ବରମୁଣ୍ଡା ବସ୍‌ଷ୍ଟାଣ୍ଡ

 Breaking News

ଆମ୍ବେଦକରଙ୍କ ନାଁରେ ନାମିତ ହେବ ବରମୁଣ୍ଡା ବସ୍‌ଷ୍ଟାଣ୍ଡ

ଆମ୍ବେଦକରଙ୍କ ନାଁରେ ନାମିତ ହେବ ବରମୁଣ୍ଡା ବସ୍‌ଷ୍ଟାଣ୍ଡ
February 05
18:28 2024

ଭୁବନେଶ୍ୱର,୫/୨: ସମ୍ବିଧାନ ପ୍ରଣେତା ଡକ୍ଟର ଭୀମରାଓ ରାମଜୀ ଆମ୍ବେଡକରଙ୍କ ନାମରେ ନାମିତ ହେବ ନବନିର୍ମିତ ବରମୁଣ୍ଡା ବସଷ୍ଟାଣ୍ଡ। ଏନେଇ ସୋମବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି।
ମୁଖ୍ୟମନ୍ତ୍ରୀ କହିଛନ୍ତି, ଡକ୍ଟର ଆମ୍ବେଡକର ଜଣେ ଦୂରଦର୍ଶୀ ନେତା ତଥା ସମର୍ପିତ ସମାଜ ସଂସ୍କାରକ ଥିଲେ।
ସମାଜର ଦଳିତ ଓ ନିଷ୍ପେସିତଙ୍କ ପାଇଁ ସେ ଥିଲେ ଆଶାର ଆଲୋକ। ସମସ୍ତେ ଯେପରି ନ୍ୟାୟ ପାଇବେ, ସେ ଦିଗରେ ସାରା ଜୀବନ ସେ କାର‌୍ୟ୍ୟ କରିଥିଲେ।
ତାଙ୍କ ଆଦର୍ଶ ଓ ଦେଶ ଗଠନରେ ମହାନ ଅବଦାନ ବିଷୟରେ ଜନସାଧାରଣଙ୍କୁ ସଚେତନ କରିବା ପାଇଁ ବରମୁଣ୍ଡା ବସଷ୍ଟାଣ୍ଡରେ ୯୦୦ ବର୍ଗ ଫୁଟ ଅଞ୍ଚଳରେ ଏକ ସତନ୍ତ୍ର ଗ୍ୟାଲେରି ନିର୍ମାଣ କରାଯିବ।
ଡିଜିଟାଲ ଜ୍ଞାନକୌଶଳର ବ୍ୟବହାର ଜରିଆରେ ଡକ୍ଟର ଆମ୍ବେଦକରଙ୍କ ଜୀବନୀ ଓ ଆଦର୍ଶକୁ ଏଠାରେ ସୁନ୍ଦର ଭାବରେ ଉପସ୍ଥାପିତ କରାଯିବ।
ବରମୁଣ୍ଡାରେ ୧୫.୫ ଏକର ପରିମିତ ଜମିରେ ନୂଆ ବସଷ୍ଟାଣ୍ଡ ନିର୍ମାଣ କରାଯାଇଛି। ଏଠାରେ ଯାତ୍ରୀମାନଙ୍କ ପାଇଁ ବିଭିନ୍ନ ସୁବିଧା ସୁଯୋଗ କରାଯାଇଛି।
ଏହି ବସଷ୍ଟାଣ୍ଡ ଦୈନିକ ୩୦ ହଜାର ଯାତ୍ରୀଙ୍କ ପରିବହନର ମୁଖ୍ୟ ମାଧ୍ୟମ ହେବ। ଏହାକୁ ଦୃଷ୍ଟିରେ ରଖି ଏଠାରେ ଯାତ୍ରୀମାନଙ୍କ ପାଇଁ ବିଭିନ୍ନ ସୁବିଧା ସୁଯୋଗର ବିକାଶ କରାଯିବା ସହ ନିରାପତ୍ତା ପ୍ରତି ମଧ୍ୟ ସ୍ଵତନ୍ତ୍ର ଧ୍ୟାନ ଦିଆଯାଇଛି।

About Author

indadmin

indadmin

Related Articles

Archives

Calendar

March 2025
M T W T F S S
 12
3456789
10111213141516
17181920212223
24252627282930
31