Indus Valley Times

ଆମ୍ବ ଟାକୁଆ ଖାଇବା ଘଟଣା : ପ୍ରଶାସନ ପକ୍ଷରୁ ସହାୟତା ପ୍ରଦାନ

 Breaking News

ଆମ୍ବ ଟାକୁଆ ଖାଇବା ଘଟଣା : ପ୍ରଶାସନ ପକ୍ଷରୁ ସହାୟତା ପ୍ରଦାନ

November 02
22:41 2024

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡା, ୨/୧୧: କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ବ୍ଲକ ମାଣ୍ଡିପଙ୍କା ରେ ଆମ୍ବ ଟାକୁଆ ଖାଇ ୨ ମୃତ ଓ ୬ ଗୁରୁତରଙ୍କୁ ପ୍ରଶାସନ ପକ୍ଷରୁ ସହାୟତା ରାଶି ପ୍ରଦାନ କରାଯାଇଛି।
କନ୍ଧମାଳ ଜିଲାପାଳ ଅମ୍ରିତ ଋତୁରାଜଙ୍କ ନିର୍ଦ୍ଦେଶ କ୍ରମେ ଦାରିଙ୍ଗବାଡି ତହସିଲଦାର ଶରତ ଶବର ମାଣ୍ଡିପଙ୍କାରେ ପହଞ୍ଚି ମୃତକଙ୍କ ପରିବାର ଲୋକଙ୍କୁ ୨୦ ହଜାର ଲେଖାଏ ସହାୟତା ରାଶି ପ୍ରଦାନ କରିଥିବା ବେଳେ ଗୁରୁତର ରୋଗୀଙ୍କ ପରିବାର ଲୋକଙ୍କୁ ୧୦ ହଜାର ଲେଖାଏ ସହାୟତା କରିଛନ୍ତି । ପ୍ରଶାସନର ଏହି ସହାୟତା ପାଇଁ ଅଞ୍ଚଳବାସୀ ଧନ୍ୟବାଦ ଜଣାଇଛନ୍ତି ।
ମୋ ସେବାକେନ୍ଦ୍ର ମାଧ୍ୟମରେ ଲାଇଫ ସାର୍ଟିଫିକେଟ ପାଇଲେ ପେନସନଧାରୀ
ବାଲିଗୁଡା,୨/୧୧ : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପ କୋଷାଗାର କାର୍ଯ୍ୟାଳୟଠାରେ ବିନା ଶୁଳ୍କରେ ପେନସନ ଉପଭୋକ୍ତାଙ୍କ ବାର୍ଷିକ ଜୀବନ ପ୍ରମାଣପତ୍ର ଦାଖଲ ପାଇଁ ମୋ ସେବା କେନ୍ଦ୍ରର ସହାୟତା ରେ କାର୍ଯ୍ୟ ଆରମ୍ଭ ହୋଇଛି ।
ଏହି ଅବସରରେ ଉପ କୋଷାଗାର ଅଧିକାରୀ ସୁଧାକର କହଁର, ମିନତି କୁମାରୀ ମିଶ୍ର,ତପନ କୁମାର ଦିଗାଳ, ପ୍ରଦୀପ କୁମାର ବେହେରା, ଶରତ କୁମାର ପୂଜାରୀ, ମୋ ସେବା କେନ୍ଦ୍ରର ଜିଲ୍ଲା ପରିଚାଳକ ରାଜେଶ ପାଣିଗ୍ରାହିଙ୍କ ସମେତ କାର୍ଯ୍ୟାଳୟରେ କାର୍ଯ୍ୟରତ ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ ।
ବାଲିଗୁଡା ଅଞ୍ଚଳର ବହୁ ପେନସନ ଉପଭୋକ୍ତା ନିଜର ଆଧାର କାର୍ଡ, ପେନସନ ବହି, ବ୍ୟାଙ୍କ ପାସବୁକ ଏବଂ ମୋବଇଲ ନମ୍ବର ସଂଯୋଗ କରି ବିନା ଶୁଳ୍କରେ ସେମାନଙ୍କ ଜୀବନ ପ୍ରମାଣ ପତ୍ର ହାତ ପାଆନ୍ତାରେ ପାଇପାରିବେ ।
ମୋ ସେବା କେନ୍ଦ୍ର ମାଧ୍ୟମରେ ପେନସନ ଉପଭୋକ୍ତାଙ୍କ ଘରକୁ ଯାଇ ସେବା ଦେବାର ବ୍ୟବସ୍ଥା ମଧ୍ୟ ରହିଛି । ଏହି ସେବା ପାଇ ନିଜେ ଖୁସିଥିବା କହିଛନ୍ତି ପେନସନଧାରୀ ମାନେ । ଏହି ସେବା ପାଇବାଦ୍ଵାରା ନିଜର ସମୟ ବଞ୍ଚିବା ସହିତ ସହଜରେ ବୃଦ୍ଧ, ବୃଦ୍ଧା ମାନେ ଘରେବସି ଏହି ସେବା ପାଇପାରିବେ ବୋଲି ସମ୍ପକୀୟ ମାନେ କହିଛନ୍ତି ।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930