Indus Valley Times

ଆରପାରିକୁ ଚାଲିଗଲେ ପୂର୍ବତନ ସିବିଆଇ ନିର୍ଦ୍ଦେଶକ ଉମାଶଙ୍କର ମିଶ୍ର

 Breaking News

ଆରପାରିକୁ ଚାଲିଗଲେ ପୂର୍ବତନ ସିବିଆଇ ନିର୍ଦ୍ଦେଶକ ଉମାଶଙ୍କର ମିଶ୍ର

August 26
19:54 2021

ନୂଆଦିଲ୍ଲୀ, ୨୬/୮: ପୂର୍ବତନ ସିବିଆଇ ନିର୍ଦ୍ଦେଶକ ଉମାଶଙ୍କର ମିଶ୍ରଙ୍କ ପରଲୋକ ହୋଇଯାଇଥିବା ସୂଚନା ମିଳିଛି । ନୂଆଦିଲ୍ଲୀର ଏକ ବେସରକାରୀ ଡାକ୍ତରଖାନାରେ ଗୁରୁବାର ତାଙ୍କର ମୃତ୍ୟୁ ହୋଇଛି । ମିଳିଥିବା ଖବର ଅନୁଯାୟୀ ସେ ସ୍ୱାସ୍ଥ୍ୟଗତ ସମସ୍ୟା କାରଣରୁ କିଛିଦିନ ଧରି ହସ୍ପିଟାଲ୍ରେ ଭର୍ତ୍ତି ହୋଇଥିଲେ ।
ଶ୍ରୀ ମିଶ୍ର ୧୯୬୮ ମସିହାରେ ଭାରତୀୟ ପୋଲିସ୍ ସେବାରେ ଯୋଗ ଦେଇଥିଲେ । ପ୍ରଥମ ଓଡ଼ିଆ ଭାବେ ସେ ଜାତୀୟ ତଦନ୍ତକାରୀ ବ୍ୟୁରୋ ଅର୍ଥାତ ସିବିଆଇ ନିର୍ଦ୍ଦେଶକ ପଦବୀରେ ରହିଥିଲେ । ୨୦୦୩ ମସିହାରେ ସେ ସିବିଆଇର ମୁଖ୍ୟ ହେବା ପୂର୍ବରୁ ସିବିଆଇର ସ୍ୱତନ୍ତ୍ର ନିର୍ଦ୍ଦେଶକ ଥିଲେ ।
ଉମାଶଙ୍କର ଅଣ୍ଡରୱାର୍ଲଡ ଡନ୍ ଅବୁ ସଲେମ୍ ଏବଂ ତାର ପ୍ରେମିକା ମୋନିକା ବେଦୀକୁ ୨୦୦୫ରେ ପର୍ତ୍ତୁଗାଲ୍ରୁ ଗିରଫ କରି ଚର୍ଚ୍ଚାକୁ ଆସିଥିଲେ । ଏହି ଦୁଇଜଣ ୧୯୯୩ ମସିହାରେ ମୁମ୍ୱାଇ ସହରରେ ହୋଇଥିବା ସିରିଏଲ୍ ବୋମା ବିସ୍ପୋରଣ ମାମଲାରେ ଜଡ଼ିତ ଥିଲେ । ଏହି ବିସ୍ପୋରଣରେ ୨୫୦ ଜଣ ଲୋକଙ୍କ ପ୍ରାଣହାନୀ ଘଟିଥିଲା ।
ଚାକିରୀ କାଳ ସରିବା ପରେ ସେ ୨୦୦୯ ମସିହାରେ ଏକ ଓଡ଼ିଆ ସମ୍ୱାଦପତ୍ରରେ ସଂପାଦିକ ଭାବେ ଦ୍ୱାୟିତ୍ୱ ନେଇଥିଲେ । ଏଥିସହିତ ସେ ମେଘାଳୟ ପ୍ଲାନିଙ୍ଗ୍ କମିଶନ୍ର ସଦସ୍ୟ ରହିବା ସହିତ ମାଇକ୍ରୋସଫ୍ଟ ଇଣ୍ଡିଆର ପରାମର୍ଶଦାତା ରହିଥିଲେ ।

About Author

indadmin

indadmin

Related Articles

Archives

Calendar

May 2024
M T W T F S S
 12345
6789101112
13141516171819
20212223242526
2728293031