Indus Valley Times

ଆରମ୍ଭ ହେଲା ନୂଆ ଅଧ୍ୟାୟ ; ଚନ୍ଦ୍ର ଅଭିମୁଖେ ଚନ୍ଦ୍ରଯାନ-୩, ଶ୍ରୀହରିକୋଟାରୁ ସଫଳ ଉତକ୍ଷେପଣ

 Breaking News

ଆରମ୍ଭ ହେଲା ନୂଆ ଅଧ୍ୟାୟ ; ଚନ୍ଦ୍ର ଅଭିମୁଖେ ଚନ୍ଦ୍ରଯାନ-୩, ଶ୍ରୀହରିକୋଟାରୁ ସଫଳ ଉତକ୍ଷେପଣ

ଆରମ୍ଭ ହେଲା ନୂଆ ଅଧ୍ୟାୟ ; ଚନ୍ଦ୍ର ଅଭିମୁଖେ ଚନ୍ଦ୍ରଯାନ-୩, ଶ୍ରୀହରିକୋଟାରୁ ସଫଳ ଉତକ୍ଷେପଣ
July 14
16:47 2023

ଶ୍ରୀହରିକୋଟା,୧୪/୭ : ଭାରତର ଚନ୍ଦ୍ରଯାନ-୩ ମିସନ ସଫଳତାର ସହ ଚନ୍ଦ୍ରର କକ୍ଷପଥରେ ପ୍ରବେଶ କରିଛି । ଏହା ସହିତ ଏହି ମହାକାଶ ଯାନ ସମସ୍ତ ଅଙ୍ଗ ସ୍ବାଭାବିକଭାବେ କାମ କରୁଛି ବୋଲି ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ଘୋଷଣା କରିଛି ।
ଉତକ୍ଷେପଣର ପ୍ରାୟ ୩୦ ମିନିଟ ପରେ ଇସ୍ରୋ ପକ୍ଷରୁ ଟୁଇଟ୍ କରି କୁହାଯାଇଛି ଯେ ମିସନ ସଫଳ ହୋଇଛି । ଚନ୍ଦ୍ରଯାନ-୩ ସଫଳତାର ସହ ଚନ୍ଦ୍ରର କକ୍ଷପଥରେ ସାମିଲ ହୋଇଛି ଓ ନିର୍ଭୁଲଭାବେ ଉକ୍ତ କକ୍ଷପଥରେ ହିଁ ଗତି କରୁଛି ।
ଇସ୍ରୋ ପକ୍ଷରୁ ଶୁକ୍ରବାର ଅପରାହ୍ଣ ୨ଟା ୩୫ ମିନିଟରେ ଚନ୍ଦ୍ରଯାନ-୩ ଚନ୍ଦ୍ର ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା । ଏହାକୁ ଇସ୍ରୋର ଓଜନିଆ ରକେଟ୍ ଏଲଏମଭି୩ ଏମ-୪ ମାଧ୍ୟମରେ ଉତକ୍ଷେପଣ କରାଯାଇଥିଲା । ଏହି ମିସନର ସଫଳତା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଇସ୍ରୋ ଓ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।
ଏହି ସଫଳ ଉତକ୍ଷେପଣ ପରେ ଏବେ ସମସ୍ତଙ୍କ ଆଖି ଆସନ୍ତା ଅଗଷ୍ଟ ମାସରେ ଚନ୍ଦ୍ରପୃଷ୍ଠରେ ଏହାର ସଫ୍ଟ ଲାଣ୍ଡିଙ୍ଗ୍ (ନିୟନ୍ତ୍ରିତ ଅବତରଣ) ଉପରେ ରହିଛି । ଗତ ଥର ଭାରତର ଚନ୍ଦ୍ରଯାନ ଚନ୍ଦ୍ରପୃଷ୍ଠରେ ପହଞ୍ଚିଥିଲେ ବି ସଫ୍ଟଲାଣ୍ଡିଙ୍ଗ୍ କରିବାରେ ବିଫଳ ହୋଇଥିଲା । ସେଥିପାଇଁ ମିସନ ବିଫଳ ହୋଇଥିଲା । ଏଣୁ ଏଥର ପୂର୍ବର ଭୁଲ ନ ଦୋହରାଇବାକୁ ଇସ୍ରୋ ପକ୍ଷରୁ ବ୍ୟାପକ ପଦକ୍ଷେପ ଓ ସତର୍କତା ଅବଲମ୍ବନ କରାଯାଇଛି ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031