ଆଳୁ ସମସ୍ୟା ଓ ସମାଧାନର ବାଟ
ଅଶୋକ କୁମାର ବରାଳଙ୍କ ରିପୋର୍ଟ
ଭୁବନେଶ୍ୱର, ୨/୧୨ : ରାଜ୍ୟରେ ଆଳୁ କେଜି ୪୦ ଟଙ୍କାରୁ ଉର୍ଦ୍ଧ୍ୱ ହୋଇଥିବା ବେଳେ ଅନ୍ୟ ସମସ୍ତ କଞ୍ଚା
ପନି ରିବାର ଦାମ୍ ପ୍ରାୟ କେଜି ପ୍ରତି ୫୦ଟଙ୍କା ରହିଛି । ବର୍ତ୍ତମାନ କଞ୍ଚା ପନି ରିବା ଉତ୍ପାଦନ କମ୍ ହେଉଥିବାରୁ ସେ ସବୁର
ଦାମ ଅଧିକ ରହିବା ସ୍ୱାଭାବିକ ହେଲେ ଆଳୁ ଦାମ ବୃଦ୍ଧି ପାଇଁ ଉଭୟ ଆଳୁ ବେପାରୀ ଏବଂ ସରକାର ପଶ୍ଚିମବଙ୍ଗ ସରକାରକୁ ଦାୟୀ କରୁଛନ୍ତି । ବେପାରୀମାନେ ସେମାନଙ୍କର ଲାଭକୁ ଲୁଚାଇବା ପାଇଁ ଏପରି କହୁ ଥାଇପାରନ୍ତି ହେଲେ ରାଜ୍ୟ
ପ୍ରଶାସନ ତାର ଦୋଷ ଦୁର୍ବଳତାକୁ ଲୁଚାଇବାକୁ ଏପରି କହୁଛି । ଏହା କେବଳ ଚଳିତ ବର୍ଷର ସମସ୍ୟା ନୁହେଁ । ଏପରି
ଦରବୃଦ୍ଧି ଗତ କିଛିବର୍ଷ ହେଲା ଦେଖିବାକୁ ମିଳୁଛି । ପ୍ରତିବର୍ଷ ପ୍ରାୟ ମେ’ ମାସରୁ ନଭେମ୍ବର ମାସ ମଧ୍ୟରେ ପନି ରିବା ଦର
ଏହି ରି ବୃଦ୍ଧି ପାଉଛି । ଜନସାଧାରଣଙ୍କୁ ପନି ରିବା ଦର ବୃଦ୍ଧି ଅଧିକ ବାଧୁଛି ଯେତେବେଳେ ଆଳୁ ଦର ଆକାଶ ଛୁଆଁ
ହେଉଛି । ପରିସଂଖ୍ୟନ ମନ୍ତ୍ରଣାଳୟର ତଥ୍ୟ ଅନୁସାରେ ପନି ରିବା ମୁଦ୍ରାସ୍ପିତ ପ୍ରାୟ ୨୯% ଅଛି ହେଲେ ବାସ୍ତବରେ ଏହା
ବହୁତ ଅଧିକ ଅଟେ ।
ସାଧାରଣତଃ ଆଳୁର ଖୁଚୁରା ଦର କେଜି ପ୍ରତି ୨୦ରୁ ୨୫ଟଙ୍କା ରହିବା କଥା ହେଲେ ବିଭିନ୍ନ କାରଣରୁ ଆଳୁ ଦାମ୍
୪୦ ଟଙ୍କାକୁ ଟପିଛି । କୁହାଯାଉଛି ପଶ୍ଚିମବଙ୍ଗ ସରକାର ଆଳୁ ଗାଡି ଛାଡୁନାହିଁ । ସେଠାରେ ପୁଲିସ୍ ପ୍ରଶାସନ ଆଳୁ
ବେପାରୀଙ୍କ ଠାରୁ ମୋଟା ଅଙ୍କର ଚାନ୍ଦା ଆଦାୟ କରୁଛନ୍ତି । ପଶ୍ଚିମବଙ୍ଗ ଓଡ଼ିଶା ବେପାରୀଙ୍କୁ ଆଳୁ ବିକୁଛି, ହେଲେ ଆଳୁଗାଡି
ଛାଡୁନାହିଁ କାହିଁକି? ବର୍ତ୍ତମାନର ଆଳୁ ସମସ୍ୟା ସମାଧାନ ପାଇଁ ସରକାର ଏ ବିଷୟରେ ଅନୁଧ୍ୟାନ କରିବା ଆବଶ୍ୟକ ।
ଓଡ଼ିଶାର ବେପାରୀ ବର୍ତ୍ତମାନ କେତେ ରେଟ୍ରେ ଆଳୁ କିଣୁଛନ୍ତି ବା ଅମଳ ସମୟରେ କେତେ ରେଟ୍ରେ ଆଳୁ କିଣି
ସେଠାକାର ଶୀତଳଭଣ୍ଡାରରେ କେତେ ପରିମାଣର ସାଇତି ରଖିଥିଲେ, ସେ ବିଷୟ ମଧ୍ୟ ସରକାର ଜାଣିବା ଆବଶ୍ୟକ ।
ହେଲେ ଏଠାରେ ପ୍ରଶ୍ନଉଠୁଛି ଆମେ କାହିଁକି ଆଳୁ ପାଇଁ ପଶ୍ଚିମବଙ୍ଗ ଉପରେ ନିର୍ଭରଶୀଳ? ଓଡ଼ିଶା କ’ଣ ପାଇଁ ଆଳୁ
ଉତ୍ପାଦନରେ ଆତ୍ମନିର୍ଭରଶୀଳ ନୁହେଁ?
ଓଡ଼ିଶାର ଜନସଂଖ୍ୟା ଅନୁସାରେ ରାଜ୍ୟରେ ବର୍ଷକୁ ପ୍ରାୟ ୧୩ଲକ୍ଷ ଟନ୍ ଆଳୁର ଆବଶ୍ୟକତା ରହିଛି । ହେଲେ ଆମ
ରାଜ୍ୟରେ ପ୍ରାୟ ୩ଲକ୍ଷ ଟନ ଆଳୁ ଉତ୍ପାଦନ ହେଉଛି । ଅବଶିଷ୍ଟ ୧୦ ଲକ୍ଷ ଟନ ଆଳୁ ପାଇଁ ଆମକୁ ମୁଖ୍ୟତଃ ପଶ୍ଚିମବଙ୍ଗ
ଉପରେ ନିର୍ଭର କରିବାକୁ ପଡୁଛି । ଅମଳ ସମୟରେ ଯେଉଁ ଆଳୁ କେଜି ୧୦ଟଙ୍କା ସେହି ଆଳୁକୁ ବର୍ତ୍ତମାନ ୪୦ଟଙ୍କାରେ
କିଣିବାକୁ ପଡୁଛି । ପଶ୍ଚିମବଙ୍ଗରେ ଲୋକମାନେ ଆଳୁକେଜି ୨୫ଟଙ୍କାରେ କିଣୁଥିବା ବେଳେ ଆମକୁ ୪୦ରୁ ୫୦ଟଙ୍କା
ଦେବାକୁ ପଡୁଛି । ଏହାର କାରଣ ଓଡ଼ିଶାର ଆବଶ୍ୟକତା ମୁତାବକ ଆଳୁ ରାଜ୍ୟରେ ଉତ୍ପାଦନ ହେଉନାହିଁ ବା ଆବଶ୍ୟକତା
ମୁତାବକ ଆଳୁକୁ ସାଇତି ରଖିବା ପାଇଁ ରାଜ୍ୟରେ ଶୀତଳଭଣ୍ଡାର ନାହିଁ । ଏହି ଦୁଇଟି କ୍ଷେତ୍ରରେ ଆମ ରାଜ୍ୟ ପଛରେ ରହିଛି ।
୮୦ଦଶକରେ ଓଡ଼ିଶା ଆଳୁ ଉତ୍ପାଦନରେ ଆତ୍ମନିର୍ଭରଶୀଳ ଥିଲା । ବର୍ତ୍ତମାନ ଭଳି ଆଳୁ ।ଇଁ ପଶ୍ଚିମବଙ୍ଗ ଉପରେ ଏତେଟା
ନିର୍ଭରଶୀଳ ହେବାକୁ ପଡୁନଥିଲା । ୧୯୮୪-୮୫ ମସିହାରେ ଓଡ଼ିଶାରେ ପ୍ରାୟ ୪ଲକ୍ଷ ମେଟ୍ରିକଟନ ଆଳୁ ଉତ୍ପାଦନ
ହେଉଥିଲା । ଯାହା ସେତେବେଳର ଆବଶ୍ୟକତାକୁ ପୂରଣ କରୁଥିଲା । ଏହାର କାରଣ ଥିଲା ସେ ସମୟରେ ରାଜ୍ୟର ୧୩ଟି
ଜିଲ୍ଲାରେ ଥିବା ୨୦ଟି ସରକାରୀ ସଚଳ ଶୀତଳଭଣ୍ଡାର ଥିଲା । ଫଳରେ ଚାଷୀ ନିଜେ ନିଜର ଘର ଖର୍ଚ୍ଚ ପାଇଁ ଆଳୁ ସାଇତି
ରଖିବା ସହିତ ଚାଷ ପାଇଁ ଆଳୁ ମଞ୍ଜି ସାଇତି ରଖି ।ରୁଥିଲା । ସରକାରୀ ଶୀତଳଭଣ୍ଡାର ଅଚଳ ହୋଇପଡିବାରୁ ରାଜ୍ୟରେ
ଆଳୁ ଚାଷ କମିବା ସହିତ ଆଳୁ ଉତ୍ପାଦନ ମଧ୍ୟ କମିଲା ।
ଆଳୁ ପରିବା ମଧ୍ୟରେ ରାଜା । ପିଲାଠାରୁ ବୁଢ଼ା ପର୍ଯ୍ୟନ୍ତ ସମସ୍ତେ ଆଳୁ ଖାଇବାକୁ ପସନ୍ଦ କରନ୍ତି, କାରଣ ଆଳୁ
ଯେତିକି ସୁସ୍ୱାଦୁ ସେତିକି ଶକ୍ତି ପ୍ରଦାୟକ । ବର୍ତ୍ତମାନ ହାଣ୍ଡିଶାଳ ପାଇଁ ଆଳୁ ଯେତିକି ଆବଶ୍ୟକ, ଫାଷ୍ଟଫୁଡ ପାଇଁ ମଧ୍ୟ ।
ସେତିକି ଆବଶ୍ୟକ । ଫାଷ୍ଟଫୁଡ ବଜାରରେ ଆଳୁର ଚାହିଦା ମଧ୍ୟ କମ୍ ନୁହେଁ । ଆଳୁ ଚିପ୍ସ ହେଉକି ଆଳୁ ଫିଙ୍ଗରଫ୍ରାଏ
ସମସ୍ତଙ୍କର ପସନ୍ଦ । କିନ୍ତୁ ଆଳୁ ଦର ବୃଦ୍ଧି ଆଜି ସମସ୍ତଙ୍କୁ ବାଧିଛି । ହାଣ୍ଡିଶାଳରେ ଆଳୁର ଅଭାବ ଅନୁଭୁତ ହେଉଥିବା ବେଳେ
ପରିବା କିଣାରେ ସାଧାରଣ ଲୋକଙ୍କ ପକେଟ ଖାଲି ହୋଇଯାଉଛି । ୫୦୦ଟଙ୍କାର ପରିବା କିଣିଲେ ବ୍ୟାଗ ପୂର୍ଣ୍ଣ ହେଉନାହିଁ ।
ଏହାର ସ୍ଥାୟୀ ପ୍ରତିକାର ସହିତ ବର୍ତ୍ତର୍ମାନ ପରିସ୍ଥିତିକୁ ନିୟନ୍ତ୍ରଣ କରିବା ଆବଶ୍ୟକତା ରହିଛି ।
ବର୍ତ୍ତମାନ ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିବା ପାଇଁ ପ୍ରଥମେ ପଶ୍ଚିମବଙ୍ଗରେ ଅଟକି ରହିଥିବା ଆଳୁ ଗାଡିକୁ କି ରି
ଓଡ଼ିଶାକୁ ଆଣିବା ତାହାର ବ୍ୟବସ୍ଥା କରିବା ଆବଶ୍ୟକ । ବର୍ତ୍ତମାନ ତଥ୍ୟ ଅନୁସାରେ ପଶ୍ଚିମବଙ୍ଗ ଓଡ଼ିଶା ବେପାରୀଙ୍କୁ ଆଳୁ
ବିକୁଛି । ହେଲେ ଆଳୁ ଗାଡି ଛାଡୁନାହିଁ । ଆଳୁଗାଡି ବାବଦରେ ଦାଦାବଟି ୩୦ରୁ ୪୦ହଜାର ଟଙ୍କା ପଶ୍ଚିମବଙ୍ଗ ପୋଲିସ
ପ୍ରଶାସନ ଅନୈତିକ ଭାବରେ ଆଦାୟ କରୁଛି ବୋଲି ଅଭିଯୋଗ ହେଉଛି । ହେଲେ ପଶ୍ଚିମବଙ୍ଗ ସରକାର ଏହି ଅଭିଯୋଗକୁ
ଖଣ୍ଡନ କରୁଛି । ତେଣୁ ରାଜ୍ୟ ସରକାର ଖାଦ୍ୟ ଯୋଗାଣ ଓ ଖାଉଟିକଲ୍ୟାଣ ମନ୍ତ୍ରୀଙ୍କ ସହିତ ପ୍ରଶାସନିକ ଅଧିକାରୀ ଏବଂ ଆଳୁ
ବେପାରୀଙ୍କୁ ନେଇ ଏକ ଟିମ୍ ପଶ୍ଚିମବଙ୍ଗ ପଠାନ୍ତୁ । ସେଠାକାର ସରକାରଙ୍କ ସହିତ ଏ ବିଷୟରେ ଆଲୋଚନା କରିବା ସହିତ
ପରିସ୍ଥିତି ଅନୁଧ୍ୟାନ କରିବାର ଆବଶ୍ୟକତା ରହିଛି । କି ରି ପଶ୍ଚିମବଙ୍ଗରୁ ଆଳୁ ଓଡ଼ିଶା ଆସି ।ରିବ ତାହାର ବ୍ୟବସ୍ଥା କରିବା
ଜରୁରୀ ଅଟେ ।
ଅନ୍ୟ ପକ୍ଷରେ ଏହାର ସ୍ଥାୟୀ ପ୍ରତିକାର ହେବା ଆବଶ୍ୟକ । ରାଜ୍ୟର ଆବଶ୍ୟକତା ଅନୁସାରେ ଆଳୁ ଉତ୍ପାଦନ ଏବଂ
ସଂରକ୍ଷଣ ପାଇଁ ସରକାର ଖସଡା ପ୍ରସ୍ତୁତ କରିବା ଆବଶ୍ୟକ । ଯଦିବା ବର୍ଷେ ବା ଦୁଇବର୍ଷ ମଧ୍ୟରେ ଏହି ସମସ୍ୟା ସମାଧାନ
ହୋଇପାରିବ ନାହିଁ । ରାଜ୍ୟର ଲୋକସଂଖ୍ୟା ଅନୁସାରେ ଆବଶ୍ୟକ ହେଉଥିବା ୧୩ ଲକ୍ଷ ମେଟ୍ରିକ ଟନ ଆଳୁ ଉତ୍ପାଦନ ପାଇଁ
ଆମକୁ ପ୍ରାୟ ୧ଲକ୍ଷ ହେକ୍ଟର ଜମିରେ ଆଳୁ ଚାଷ କରିବାକୁ ପଡିବ । ବର୍ତ୍ତମାନ ଆମ ରାଜ୍ୟରେ ପ୍ରାୟ ୩୦ରୁ ୩୫ହଜାର
ହେକ୍ଟର ଜମିରେ ଆଳୁ ଚାଷ ହେଉଛି । ଆଳୁ ଚାଷ ବୃଦ୍ଧି ପାଇଁ ଚାଷୀମାନଙ୍କୁ ଉତ୍ସାହିତ କରିବା ସହିତ ସରକାର ସମସ୍ତ ପ୍ରକାର
ସହାୟତା ଯୋଗାଇ ଦେବା ଆବଶ୍ୟକ । ଖାଇବା ଆଳୁ ଏବଂ ମଞ୍ଜି ଆଳୁ ସାଇତି ରଖିବା ପାଇଁ ଆବଶ୍ୟକ ପରିମାଣର
ଶୀତଳଭଣ୍ଡାର ପ୍ରତିଷ୍ଠା କରିବା ଉଚିତ୍ । ଆଳୁକୁ ଶୀତଳଭଣ୍ଡାରରେ ରଖି ଆଳୁ ଦର ସହିତ ଅନ୍ୟାନ୍ୟ ପନି ରିବା ଦରକୁ
ନିୟନ୍ତ୍ରଣ କରାଯାଇପାରିବ । ଚାଷୀଙ୍କ ସହିତ ଆଳୁ ବେପାରୀମାନେ ଯଦି ରାଜ୍ୟ ଭିତରେ ରାଜ୍ୟର ଆବଶ୍ୟକ ମୁତାବକ ଆଳୁ
ଶୀତଳଭଣ୍ଡାରରେ ସାଇତି ରଖିବେ ତେବେ ଆଳୁ ଦର ବୃଦ୍ଧି ପାଇବ ନାହିଁ । ଚାଷୀ ଅମଳ ବେଳେ ଆଳୁକୁ କେଜି ପ୍ରତି ପ୍ରାୟ
୧୦ଟଙ୍କାରେ ବିକ୍ରୟ କରୁଥିଲା । ରାଜ୍ୟରେ ଚାଷୀ ଏବଂ ବେପାରୀ ଅମଳ ସମୟରେ ଆଳୁକୁ ଶୀତଳଭଣ୍ଡାରରେ ସାଇତି
ରଖିଥାନ୍ତେ ତେବେ ଶୀତଳଭଣ୍ଡାରର ଭଡାସହିତ ଅନ୍ୟାନ୍ୟ ଖର୍ଚ୍ଚ କେଜି ପ୍ରତି ୫ଟଙ୍କା ହୋଇଥାନ୍ତା । ଏବଂ ଉଭୟ ଚାଷୀ ଓ
ବେପାରୀ ଆଳୁ କେଜି ପ୍ରତି ୧୫ଟଙ୍କାରେ ପାଇଥାନ୍ତେ । ଚାଷୀକୁ ଆଜି ୪୦ଟଙ୍କାରେ ଆଳୁ କିଣିବାକୁ ପଡିନଥାନ୍ତା କି
ବେପାରୀକୁ ପଶ୍ଚିମବଙ୍ଗ ପୋଲିସକୁ ଗାଡି ୪୦ହଜାର ଦାଦାବଟି ଦେବାକୁ ପଡିନଥାନ୍ତା । ସର୍ବୋପରି ସାଧାରଣ ଖାଉଟିଙ୍କୁ
୧୫ଟଙ୍କାର ଆଳୁକୁ ୪୦ଟଙ୍କାରେ କିଣିବାକୁ ପଡିନଥାନ୍ତା । ଏହାର ଏକ ଉଦାହରଣ ହେଉଛି ମୋ ଗାଁର ଚାଷୀମାନେ ଚଳିତ
ବର୍ଷ ମାର୍ଚ୍ଚ ମାସରେ ଯେଉଁ ସମୟରେ ଆଳୁ କେଜି ୧୦ଟଙ୍କା ଥିଲା ସେ ସମୟରେ, ଶୀତଳଭଣ୍ଡାରରେ ଆଳୁ ସାଇତି
ରଖିଥିଲେ ତାହାର ବର୍ତ୍ତମାନ ମୂଲ୍ୟ ୪୦ରୁ ୫୦ଟଙ୍କା ହୋଇଛି । ଏବଂ ଚାଷୀଙ୍କୁ ଶୀତଳଭଣ୍ଡାରରେ ସାଇତି ରଖିବା ପାଇଁ
କେଜି ପିଛା ମାତ୍ର ୫ଟଙ୍କା ଖର୍ଚ୍ଚ କରିବାକୁ ପଡୁଛି । ଅର୍ଥାତ୍ ୫ମାସ ମଧ୍ୟରେ ଆଳୁର ମୂଲ୍ୟ ୩ଗୁଣ ହୋଇଛି । ଏହା ଅନ୍ୟ
ଯେକୌଣସି କ୍ଷେତ୍ରରେ ଅର୍ଥବିନିଯୋଗର ରିଟର୍ଣ୍ଣ ଠାରୁ ସର୍ବାଧିକ ଅଟେ ।
କେବଳ ଖାଇବା ପାଇଁ ନୁହେଁ ଚାଷୀ ଚାଷ ପାଇଁ ମଧ୍ୟ ଆଳୁକୁ ଶୀତଳଭଣ୍ଡାରରେ ରଖି ବ । ଚାଷୀ ଆଳୁ ମଞ୍ଜି
ଶୀତଳଭଣ୍ଡାରରେ ରଖିଲେ ରାଜ୍ୟରେ ଆଳୁ ଚାଷ ବୃଦ୍ଧି ଘଟିବ । ଏହାର କାରଣ ହେଉଛି ଆଳୁ ମଞ୍ଜି କିଣିବା ପାଇଁ ଚାଷୀଙ୍କୁ
ଯେତେ ପରିମାଣର ଅର୍ଥ ଖର୍ଚ୍ଚ କରିବାକୁ ପଡେ, ତାହା ଆଳୁ ଚାଷରେ ଖର୍ଚ୍ଚ ହେଉଥିବା ସମସ୍ତ ଖର୍ଚ୍ଚର ପ୍ରାୟ ୪୦% ପ୍ରତିଶତ
ଅଟେ । ଚାଷୀର ଆର୍ଥିକ ଅବସ୍ଥା ସ୍ୱଚ୍ଛଳ ନଥିବାରୁ ଏବଂ ଆଳୁ ଚାଷ ସମୟରେ ଆଳୁ ମଞ୍ଜିର ମୂଲ୍ୟ ଅଧିକ ରହୁଥିବାରୁ
ଚାଷୀମାନେ ଆଳୁଚାଷ ପ୍ରତି ଆଗ୍ରହ ପ୍ରକାଶ କରୁନାହାଁନ୍ତି । ଯଦି ପ୍ରତି ବ୍ଲକ୍ରେ ଶୀତଳଭଣ୍ଡାର ପ୍ରତିଷ୍ଠା ହେବ ତେବେ
ଚାଷୀମାନେ ଆଳୁ ମଞ୍ଜି ସାଇତି ରଖି ଆଳ ଚାଷ କରିବେ । ରାଜ୍ୟରେ ଆଳୁର ଉତ୍ପାଦନ ବଢ଼ିବା ସହିତ ଆଳୁ ଦର
ନିୟନ୍ତ୍ରିତ ହେବ । ଶୀତଳଭଣ୍ଡାର ନଥିବାରୁ ରାଜ୍ୟରେ ଆଳୁ ଉତ୍ପାଦନ କମ୍ ହେବା ସହିତ ରାଜ୍ୟରେ ଉତ୍ପାଦିତ ହେଉଥିବା
ଆଳୁକୁ ସାଇତି ରଖାଯାଇପାରୁନାହିଁ, ପଡୋଶୀ ରାଜ୍ୟ ଉପରେ ନିର୍ଭର କରିବାକୁ ପଡୁଛି । ଅନ୍ୟ ପକ୍ଷରେ ପଡୋଶୀ ରାଜ୍ୟ
ପଶ୍ଚିମବଙ୍ଗର ୩୪୧ଟି ବ୍ଲକ୍ରେ ୫୮୮ଟି ଶୀତଳଭଣ୍ଡାର ଥିବା ବେଳେ ଆମ ରାଜ୍ୟର ୩୧୪ଟି ବ୍ଲକ୍ରେ ମାତ୍ର ୩୬ଟି
ସଚଳ ଶୀତଳଭଣ୍ଡର ରହିଛି ଏବଂ ୯୭ ଟି ଶୀତଳଭଣ୍ଡାର ଅଚଳ ହୋଇ ପଡିରହିଛି । ରାଜ୍ୟରେ କମ୍ ସଂଖ୍ୟାକ
ଶୀତଳଭଣ୍ଡାର ଥିବାରୁ ଆମ୍ଭେମାନେ ଖାଇବା ଆଳୁକୁ ସାଇତି ରଖି ରୁଛୁ ନା ଆଳୁ ଚାଷପାଇଁ ଆଳୁ ମଞ୍ଜି ସାଇତି
ରଖି ।ରୁଛେ । ଶୀତଳଭଣ୍ଡାର ପ୍ରତିଷ୍ଠା ହେଲେ କେବଳ ଆଳୁନୁହେଁ ଅନ୍ୟାନ୍ୟ କଞ୍ଚା ପନି ରିବା ମଧ୍ୟ ସାଇତି ରଖିହେବ ଆଉ
ସେହିସବୁ ପନି ରିବାକୁ କୋଲ୍ଡ ଚେନ୍ ମାଧ୍ୟମରେ ସହରମାନଙ୍କରେ ଥିବା ଶୀତତାପ ନିୟନ୍ତ୍ରିତ ମାର୍କେଟ କପ୍ଲେକ୍ସରେ ବିକ୍ରି
କରାଯାଇ ପାରିବ ।
ଆମ ରାଜ୍ୟରେ ସାଧାରଣତଃ ଶୀତ ଋତୁରେ ଅଧିକ ପନି ରିବା ଉତ୍ପାଦିତ ହୋଇଥାଏ । ଶୀତ ଋତୁରେ ଉତ୍ପାଦିତ
ହେଉଥିବା କୋବି, ବିଟ୍,ଗାଜର, ବିନ୍ସ, ଟମାଟୋ ଏବଂ ଅନ୍ୟାନ୍ୟ ପନି ରିବାର ମୂଲ୍ୟ ସେ ସମୟରେ ଯାହାଥାଏ ଠିକ୍ ଗ୍ରୀଷ୍ମ
ଏବଂ ବର୍ଷା ଋତୁରେ ସେସବୁ ପନି ରିବାର ଦାମ୍ ଦୁଇରୁ ତିନିଗୁଣକୁ ବୃଦ୍ଧି ପାଇଥାଏ । ଶୀତଋତୁରେ ଉତ୍ପାଦିତ ହେଉଥିବା
ବଳକା ପନି ରିବାକୁ ଶୀତଳଭଣ୍ଡାରରେ ସାଇତି ରଖିବା ଏବଂ କିଛି ପନି ରିବାକୁ ପ୍ରକ୍ରିୟାକରଣ କରି ସାଇତି ରଖିଲେ
ଗ୍ରୀଷ୍ମଋତୁରେ ଏବଂ ବର୍ଷାଋତୁରେ ପନି ରିବା ଦରକୁ ନିୟନ୍ତ୍ରଣ କରାଯାଇପାରିବ ।
ଯଦି ସରକାର ଚାହିଁବେ ପ୍ରତି ବ୍ଲକ୍ରେ ଗୋଟିଏ ୫ହଜାର ମେଟ୍ରିକ ଟନ୍ର ମଲ୍ଟି ର୍ପୋଜ ଶୀତଳ ଭଣ୍ଡାର ପ୍ରତିଷ୍ଠା
କରି ପନି ରିବାର ଦର ନିୟନ୍ତ୍ରଣ କରିବା ସହିତ ସେହିସବୁ ପନି ରିବାକୁ ମୂଲ୍ୟଯୁକ୍ତ କରିବେ । ୩୧୪ଟି
ଶୀତଳଭଣ୍ଡାର ପ୍ରତିଷ୍ଠା କରିବା ପାଇଁ କେନ୍ଦ୍ର ସରକାରଙ୍କ ରିହାତି ଅନୁଦାନକୁ ଛାଡି ରାଜ୍ୟ ସରକାରଙ୍କୁ ପ୍ରାୟ ୧୫୦୦କୋଟି
ଟଙ୍କା ଖର୍ଚ୍ଚ କରିବାକୁ ପଡିବ, ଯାହା ରାଜ୍ୟ ବଜେଟ୍ ଆକଳନର ପ୍ରାୟ ୦.୫୬ ପ୍ରତିଶତ ହୋଇଥିବା ବେଳେ କୃଷି ବଜେଟ୍ର
ମାତ୍ର ୪.୪୨ ପ୍ରତିଶତ ଅଟେ । ୩୧୪ଟି ଶୀତଳଭଣ୍ଡାର କାର୍ଯ୍ୟକ୍ଷମ ହେଲେ ବାର୍ଷିକ ପ୍ରାୟ ୨୦୦କୋଟି ଲାଭ ଉପାର୍ଜନ
ହେବ ଏବଂ ସରକାର ୭ବର୍ଷ ମଧ୍ୟରେ ଖର୍ଚ୍ଚ କରିଥିବା ୧୫୦୦କୋଟି ଟଙ୍କା ଫେରି ।ଇବେ । ଶୀତଳଭଣ୍ଡାରରେ କେବଳ
ପନି ରିବା ନୁହେଁ ଅଦା, ରସୁଣ, ତେନ୍ତୁଳି ଏବଂ ଅନ୍ୟାନ୍ୟ ପ୍ରକ୍ରିୟାକରଣ ପନି ରିବା ରଖାଯାଇପାରିବ ଯାହାଫଳରେ
ପନି ରିବା ମୂଲ୍ୟଯୁକ୍ତ ହେବା ସହିତ ଚାଷୀର ଆୟ ବୃଦ୍ଧି ପାଇବ ।
ଅନ୍ୟପକ୍ଷରେ ଚାଷ କାର୍ଯ୍ୟରେ ନିୟୋଜିତ ସମସ୍ତ ଚାଷୀ ନିଜ ନିଜର ବାର୍ଷିକ ଖାଇବା ପାଇଁ ଆବଶ୍ୟକ ହେଉଥିବା
ଆଳୁକୁ ଶୀତଳଭଣ୍ଡାରରେ ସାଇତି ରଖିବେ ତେବେ ବଜାରରେ ଆଳୁଦର ବଢ଼ିବ ନାହିଁ । ଚାଷୀ ଶୀତଳଭଣ୍ଡାରରେ ଆଳୁ
ସାଇତି ନ ରଖିଥିବାରୁ ବର୍ତ୍ତମାନ ସମୟରେ ଉଭୟ ଚାଷୀ ଏବଂ ଖାଉଟି ବଜାରରୁ ଆଳୁ କିଣି ଖାଉଛନ୍ତି, ଫଳରେ ଆଳୁ ଦର
ବୃଦ୍ଧି ପାଉଛି । ଆଳୁ ଦର ନିୟନ୍ତ୍ରଣ ହେଲେ ଅନ୍ୟ ପନି ରିବା ଦର ସେତେଟା ବଢ଼ିବ ନାହିଁ । ଆଳୁ ଆଗରୁ ମଧ୍ୟ ପନି ରିବାର
ଦର ନିୟନ୍ତ୍ରଣ କରୁଥିଲା ଏବଂ ଆଗକୁ ମଧ୍ୟ କରିବ । ହେଲେ ଏହି ନିୟନ୍ତ୍ରଣ ବେପାରୀଙ୍କ ହାତରେ ନ ରହି ସରକାରଙ୍କ
ହାତରେ ରହୁ ।