Legatus

ଆଷ୍ଟ୍ରାଜେନିକାର ବଡ଼ ନିଷ୍ପତ୍ତି, ବଜାରରୁ ଭାକ୍ସିନ ଫେରସ୍ତ ନେଇ କମ୍ପାନିର ଘୋଷଣା

 Breaking News

ଆଷ୍ଟ୍ରାଜେନିକାର ବଡ଼ ନିଷ୍ପତ୍ତି, ବଜାରରୁ ଭାକ୍ସିନ ଫେରସ୍ତ ନେଇ କମ୍ପାନିର ଘୋଷଣା

ଆଷ୍ଟ୍ରାଜେନିକାର ବଡ଼ ନିଷ୍ପତ୍ତି, ବଜାରରୁ ଭାକ୍ସିନ ଫେରସ୍ତ ନେଇ କମ୍ପାନିର ଘୋଷଣା
May 08
20:31 2024

ନୂଆଦିଲ୍ଲୀ,୮/୫: ବ୍ରିଟିଶ ଫାର୍ମା କମ୍ପାନୀ ଆଷ୍ଟ୍ରାଜେନେକା ବିଶ୍ୱ ବଜାରରୁ ଏହାର କୋଭିଡ-୧୯ ଟିକାର ବିକ୍ରି ଉପରେ ରୋକୋ ଲଗାଇବାକୁ ନିଷ୍ପତ୍ତି ନେଇଛି। ଏଥିରେ ଭାରତରେ ପ୍ରସ୍ତୁତ କୋଭିସିଲ୍ଡ ଟିକା ସାମିଲ ଅଛି।
କିଛି ଦିନ ପୂର୍ବେ ଏହି ଫାର୍ମା କମ୍ପାନୀ କୋର୍ଟରେ ଟିକାର ପାର୍ଶ୍ୱପ୍ରତିକ୍ରିୟା ଥିବା ସ୍ବୀକାର କରିଥିଲା। ତେବେ ଆଷ୍ଟ୍ରାଜେନେକା ଟିକାକୁ ଭାରତରେ କୋଭିସିଲ୍ଡ ନାମରେ ବ୍ୟବହାର କରାଯାଇଥିଲା। ତେବେ କମ୍ପାନୀ ଏବେ ଟିକାକୁ ବିଶ୍ୱ ବଜାରରୁ ଫେରାଇ ନେବା ପଛରେ ଭିନ୍ନ କାରଣ ଥିବା କହିଛି।
କୋଭିଶିଲ୍ଡର ପାର୍ଶ୍ୱ ପ୍ରତିକ୍ରିୟାକୁ ନେଇ ସମଗ୍ର ବିଶ୍ୱରେ ଚହଳ ସୃଷ୍ଟି ହୋଇଥିବା ବେଳେ କମ୍ପାନୀ ପକ୍ଷରୁ କିନ୍ତୁ ଉତ୍ପାଦ ଫେରାଇ ନେବା ପଛର କାରଣ କିଛି ଅଲଗା କୁହାଯାଇଛି। କମ୍ପାନୀ ପ୍ରବକ୍ତା କହିଛନ୍ତି, ମାର୍କେଟରେ ଆବଶ୍ୟକତାଠୁ ଅଧିକ ମାତ୍ରାରେ କୋଭିଶିଲ୍ଡ ଟିକା ମହଜୁଦ ରହିଛି।
ଏଥିସହ ଆହୁରି ବହୁ ପ୍ରତିଦ୍ୱନ୍ଦ୍ୱୀ କମ୍ପାନୀମାନଙ୍କର କୋଭିଡ ଟିକା ବି ବଜାରରେ ଉପଲବ୍ଧ ରହୁଛି। ମାତ୍ର ଏବେ ଏହି ଟିକାର ସେପରି ଆବଶ୍ୟକତା ନ ଥିବାରୁ ତାହା ମାର୍କେଟରେ ପଡ଼ି ରହିଛି। ତେଣୁ କମ୍ପାନୀ ଏହାକୁ ଫେରାଇ ନେବାକୁ ସ୍ଥିର କରିଛି।
ପ୍ରକାଶ ଯେ, କୋଭିସିଲ୍ଡ ଟିକାର ବିରଳ ପାର୍ଶ୍ୱପ୍ରତିକ୍ରିୟା ରହିଛି। ଟିକା ନେଇଥିବା ବ୍ୟକ୍ତିଙ୍କ ଶରୀରରେ ରକ୍ତ ଜମାଟ ବାନ୍ଧିବା ଓ ବ୍ଲଡ ପ୍ଲେଟଲେଟ୍ ସଂଖ୍ୟା କମିଯାଇପାରେ ବୋଲି ଇଂଲଣ୍ଡ କୋର୍ଟଙ୍କୁ ଟିକା ପ୍ରସ୍ତୁତକାରୀ କମ୍ପାନି ଆଷ୍ଟ୍ରାଜେନେକା ଜଣାଇ ସାରିଛି। କରୋନା ମହାମାରୀ ସମୟରେ ଅକ୍ସଫୋର୍ଡ-ଆଷ୍ଟ୍ରାଜେନେକା ପକ୍ଷରୁ ମିଳିତଭାବେ ଏହି ଟିକା ପ୍ରସ୍ତୁତ କରାଯାଇଥିଲା। ଭାରତରେ ପୁନେସ୍ଥିତ ସିରମ ଇନଷ୍ଟିଚ୍ୟୁଟ ସହ ମିଶି ଏହି କମ୍ପାନି ଟିକା ଉତ୍ପାଦନ କରିଥିଲା। ଭାରତରେ ମଧ୍ୟ କୋଟି କୋଟି ଲୋକ ଏହି ଟିକା ନେଇଛନ୍ତି।

About Author

indadmin

indadmin

Related Articles

Archives

Calendar

March 2025
M T W T F S S
 12
3456789
10111213141516
17181920212223
24252627282930
31