Indus Valley Times

ଆସନ୍ତାକାଲିଠାରୁ ଓଡ଼ିଶା ସମେତ ୧୬ଟି ରାଜ୍ୟରେ ଏସ୍ଆଇଆର୍ ଆରମ୍ଭ ହେବ

 Breaking News

ଆସନ୍ତାକାଲିଠାରୁ ଓଡ଼ିଶା ସମେତ ୧୬ଟି ରାଜ୍ୟରେ ଏସ୍ଆଇଆର୍ ଆରମ୍ଭ ହେବ

ଆସନ୍ତାକାଲିଠାରୁ ଓଡ଼ିଶା ସମେତ ୧୬ଟି ରାଜ୍ୟରେ ଏସ୍ଆଇଆର୍ ଆରମ୍ଭ ହେବ
May 29
12:09 2026

ଭୁବନେଶ୍ୱର, ୨୯/୫: ଆସନ୍ତାକାଲିଠାରୁ ଓଡ଼ିଶା ସମେତ ୧୬ଟି ରାଜ୍ୟରେ ଏସ୍ଆଇଆର୍ ଆରମ୍ଭ ହେବ । ଓଡ଼ିଶାରେ ମେ ୩୦ରୁ ଏସ୍ଆଇଆର୍ ଆରମ୍ଭ ହେବ । ଏଥିରେ ୪୫ ହଜାରରୁ ଉର୍ଦ୍ଧ୍ୱ ବ୍ଲକ୍ ସ୍ତରୀୟ ଅଧିକାରୀ ବା ବିଏଲ୍ଓ ନିଯୁକ୍ତ ହେବେ । ଏହା ପୂର୍ବରୁ ଶୁକ୍ରବାର ସାମ୍ବାଦିକ ସମ୍ମିଳନୀ ଜରିଆରେ ସବିଶେଷ ତଥ୍ୟ ପ୍ରଦାନ କରିଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍.ଏସ୍ ଗୋପାଳନ ।
ଏସ୍ଆଇଆର୍ ପ୍ରକ୍ରିୟାରେ ତାଲିମପ୍ରାପ୍ତ ୪୫, ୨୨୫ ବିଏଲ୍ଓ ନିଯୁକ୍ତ ହେବେ । ଲୋକମାନେ ତାଙ୍କର ଭୋଟର୍ ତାଲିକା ସଂଶୋଧନ କରିପାରିବେ । କିମ୍ବା ନିଜେ ଫର୍ମ ନେଇ ପୂରଣ କରିପାରିବେ । ମେ ୩୦ ରୁ ୨୮ ଜୁନ୍ ଯାଏ ବିଏଲ୍ଓମାନେ ଘରକୁ ଘର ବୁଲିବେ । ମତଦାନ କେନ୍ଦ୍ରଗୁଡିକର ଯୁକ୍ତିସଙ୍ଗତ ପୁନର୍ବିନ୍ୟାସ ଜୁନ୍ ୨୮ ସୁଦ୍ଧା ଶେଷ ହେବ । ଜୁଲାଇ ୫ରେ ଖସଡା ଭୋଟର ତାଲିକା ବା ଡ୍ରାଫ୍ଟ ଭୋଟର୍ ଲିଷ୍ଟ ପ୍ରକାଶ ପାଇବ ।
ଯାହାର ଆପତ୍ତି ଅଭିଯୋଗ ଥିବ ସେମାନେ ଜୁଲାଇ ୫ରୁ ଅଗଷ୍ଟ ୪ ତାରିଖ ମଧ୍ୟରେ କରିପାରିବେ । ଜୁଲାଇ ୫ରୁ ସେପ୍ଟେମ୍ବର ୨ ତାରିଖ ଯାଏ ଅଭିଯୋଗ ଉପରେ ନିଷ୍ପତ୍ତି ହେବ । ସେପ୍ଟେମ୍ବର ୬ ତାରିଖରେ ଅନ୍ତିମ ଭୋଟର୍ ତାଲିକା ପ୍ରକାଶ ପାଇବ । ପ୍ରାୟ ୭୫ ପ୍ରତିଶତ ମତଦାତାଙ୍କର କୌଣସି ଅସୁବିଧା ହେବ ନାହିଁ ବୋଲି ଗୋପାଳନ୍ କହିଛନ୍ତି ।
ଅପରାହ୍ନ ୩ଟାରୁ ସନ୍ଧ୍ୟା ୫ ଯାଏ ବୁଥରେ ରହିବେ ବିଏଲ୍ଓ
ମତଦାତାଙ୍କ ସୁବିଧା ଦୃଷ୍ଟିରୁ ଭୋଟର୍ ତାଲିକା ସଂଶୋଧନ ପାଇଁ ବୁଥ୍ ଖୋଲାଯିବ । ପ୍ରତିଦିନ ଅପରାହ୍ନ ୩ଟାରୁ ସନ୍ଧ୍ୟା ୫ଟା ଯାଏ ବିଏଲ୍ଓମାନେ ବୁଥରେ ଉପସ୍ଥିତ ରହିବେ । ମତାଦାତାମାନେ ସେଠାରେ ବିଏଲଓଙ୍କୁ ଭେଟି ଅଭିଯୋଗ ଜଣାଇପାରିବେ । ଅନ୍ୟସମୟରେ ବିଏଲଓମାନେ ଘରକୁ ଘର ବୁଲିବେ । ରାଜନୈତିକ ଦଳ ତରଫରୁ ୩୩ ହଜାର ୦୨୬ ବୁଥ୍ ଲେବଲ୍ ଏଜେଣ୍ଟଙ୍କୁ ନିଯୁକ୍ତି କରାଯାଇଛି । ଏହା ସହିତ ମତଦାତାଙ୍କ ପାଇଁ ଭୋଟର୍ ହେଲ୍ପ ଡେସ୍କ ରହିବ ।
ନୂଆ ଫଟୋ ଦେଇ ହେବ
ସେହିପରି ଯେଉଁମାନେ ନୂଆ ଫଟୋ ଦେବାକୁ ଚାହୁଁଛନ୍ତି ଦେଇ ପାରିବେ । ଯଦି ଫଟୋ ଭଲ ଅଛି ତେବେ ରହିବ । ଯଦି ଭଲ ଫଟୋ ନ ଥିବ ତେବେ ପାସର୍ଫୋଟ ଫଟୋ ଦେଇପାରିବେ । ନ ହେଲେ ବିଏଲଓ ନିଜେ ଏସ୍ଆଇଆର୍ ଆପ୍ ମାଧ୍ୟମରେ ଫଟୋ ଉଠାଇ ଦାଖଲ କରିବେ । ସମସ୍ତଙ୍କୁ ଦୁଇଟି ଫର୍ମ ମିଳିବ, ଭୋଟର୍ ନିଜେ ପୂରଣ କରିବେ ନ ହେଲେ ବିଏଲ୍ଓ ପୂରଣ କରିଦେବେ । ଗୋଟେ ପ୍ରମାଣ ସ୍ୱରୂପ ନିଜ ପାଖରେ ରଖିବେ ଆଉ ଗୋଟିଏ ବିଲଏ୍ଓଙ୍କୁ ଦେବେ ।
ସେହିପରି ଭୋଟର୍ ତାଲିକା ସଂଶୋଧନ ସମୟରେ ବିଏଲ୍ଓମାନେ ହିଟ୍ ୱେଭ୍ ନିର୍ଦ୍ଦେଶନାମାକୁ କଡ଼ାକଡ଼ି ପାଳନ କରିବେ । ଏସ୍ଆଇଆର୍ ବେଳେ ବିଏଲ୍ଓଙ୍କ ସୁରକ୍ଷାକୁ ପ୍ରାଥମିକତା ଦିଆଯିବ । ଯେଉଁଠି କେହି ବି ଅସୁବିଧାର ସମ୍ମୁଖୀନ ହୁଅନ୍ତି ପୋଲିସ ତାଙ୍କୁ ସୁରକ୍ଷା ଯୋଗାଇ ଦେବେ । ଆଉ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୁଦ୍ଧରେ କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ନିର୍ବାଚନ ଅଧିକାରୀ କହିଛନ୍ତି ।
ଯେଉଁମାନେ ଭାରତୀୟ ନାଗରିକ ନୁହଁନ୍ତି ସେମାନଙ୍କୁ ମତଦାତା ତାଲିକାରୁ ସିଧାସଳଖ ବାଦ୍ ଦିଆଯିବ ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି ।

About Author

indadmin

indadmin

Related Articles

Archives

Calendar

August 2026
M T W T F S S
 12
3456789
10111213141516
17181920212223
24252627282930
31