Indus Valley Times

ଆସନ୍ତାକାଲିଠୁ ରାଜ୍ୟରେ ସ୍ୱାଭାବିକ ଭାବେ ଖୋଲିବ ବିଦ୍ୟାଳୟ

 Breaking News

ଆସନ୍ତାକାଲିଠୁ ରାଜ୍ୟରେ ସ୍ୱାଭାବିକ ଭାବେ ଖୋଲିବ ବିଦ୍ୟାଳୟ

ଆସନ୍ତାକାଲିଠୁ ରାଜ୍ୟରେ ସ୍ୱାଭାବିକ ଭାବେ ଖୋଲିବ ବିଦ୍ୟାଳୟ
June 23
17:11 2024

ଭୁବନେଶ୍ୱର,୨୩/୬: ଏଣିକି ସ୍ବାଭାବିକ ଭାବେ ଖୋଲିବ ସ୍କୁଲ। ରାଜ୍ୟରେ ପାଗ ବଦଳିଥିବାରୁ ତଥା ମୌସୁମୀ ବର୍ଷା ଆରମ୍ଭ ହୋଇଥିବାରୁ ବଡ ଘୋଷଣା କରିଛନ୍ତି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ। ସୋମବାରଠାରୁ ସାରା ରାଜ୍ୟରେ ସ୍ବାଭାବିକ ହେବ ସ୍କୁଲ । ପୂର୍ବ ଭଳି ସକାଳ ୧୦ଟାରୁ ସ୍କୁଲ ଖୋଲାଯିବ।
ମନ୍ତ୍ରୀ କହିଛନ୍ତି, ରାଜ୍ୟରେ ପାଣିପାଗ ବଦଳିଛି । ମୌସୁମୀ ବର୍ଷା ସ୍ବାଭାବିକ ହୋଇଥିବାରୁ ସ୍କୁଲ ସ୍ବାଭାବିକ ହେବାରେ କୌଣସି ସମସ୍ୟା ନାହିଁ । ତେଣୁ ଆସନ୍ତାକାଲି ଅର୍ଥାତ ଜୁନ ୨୪ ସୋମବାର ଠାରୁ ସାରା ରାଜ୍ୟରେ ଦିନ ୧୦ଟା ରୁ ଖୋଲିବ ସ୍କୁଲ । ଆଉ ସକାଳୁଆ ସ୍କୁଲ କିମ୍ବା ଛୁଟି ବୃଦ୍ଧି ପାଇବ ନାହିଁ ।
ସୂଚନାଯୋଗ୍ୟ, ପୂର୍ବରୁ ଭୀଷଣ ଖରା ଏବଂ ପ୍ରବଳ ଗୁଳୁଗୁଳି ପାଇଁ ରାଜ୍ୟ ସରକାର ଛୁଟି ବଢାଇଥିଲେ। କିଛି ଜିଲାରେ ସକାଳୁଆ ସ୍କୁଲ ଓ ଆଉ କିଛି ଜିଲାରେ ଛୁଟିକୁ ବଢାଇଥିଲେ ଜିଲାପାଳ । ତେବେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଜିଲାପାଳ ସ୍କୁଲ ଖୋଲିବା ସମ୍ବନ୍ଧୀୟ ନିଷ୍ପତ୍ତି ନେଇଥିଲେ।

About Author

indadmin

indadmin

Related Articles

Archives

Calendar

June 2024
M T W T F S S
 12
3456789
10111213141516
17181920212223
24252627282930