Indus Valley Times

ଆସନ୍ତା ସପ୍ତାହରେ ୨ ଦିନିଆ ଓଡ଼ିଶା ଗସ୍ତରେ ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

 Breaking News

ଆସନ୍ତା ସପ୍ତାହରେ ୨ ଦିନିଆ ଓଡ଼ିଶା ଗସ୍ତରେ ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ଆସନ୍ତା ସପ୍ତାହରେ ୨ ଦିନିଆ ଓଡ଼ିଶା ଗସ୍ତରେ ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
May 04
17:58 2024

ଭୁବନେଶ୍ବର, ୪/୫: : ଚଳିତ ନିର୍ବାଚନରେ ଶାସକ ବିଜୁ ଜନତା ଦଳ (ବିଜେଡି) ଓ ଭାରତୀୟ ଜନତା ପାର୍ଟି (ବିଜେପି) ମଧ୍ୟରେ ଜୋରଦାର ଲଢ଼େଇ ହେବାକୁ ଯାଉଛି। ନବୀନ ପଟ୍ଟନାୟକ ଓ ୫ଟି ରୂପାନ୍ତରଣ କାର‌୍ୟ୍ୟକୁ ପ୍ରସଙ୍ଗ କରି ବିଜେଡି ଅବତୀର୍ଣ୍ଣ ହୋଇଥିବା ବେଳେ ବିକଶିତ ଭାରତକୁ ପ୍ରସଙ୍ଗ କରିଛି ବିଜେପି। ଓଡ଼ିଶାରେ ଲୋକସଭା ସମେତ ବିଧାନସଭା ନିର୍ବାଚନ ହେଉଥିବାରୁ ଭାରତୀୟ ଜନତା ପାର୍ଟି ଅଧିକ ଫୋକସ କରୁଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଓଡ଼ିଶା ଉପରେ ସ୍ବତନ୍ତ୍ର ନଜର ରଖିଛନ୍ତି।
ନିର୍ବାଚନ ତାରିଖ ଘୋଷଣା ହେଲା ପରେ ପ୍ରଧାନମନ୍ତ୍ରୀ ମୋଦୀ ଆସନ୍ତାକାଲି (ରବିବାର) ରାତି ୯ଟା ୩୦ରେ ପ୍ରଥମ ଥର ଓଡ଼ିଶା ଗସ୍ତରେ ଆସୁଛନ୍ତି। ମେ’ ୬ତାରିଖରେ ସେ ବ୍ରହ୍ମପୁର ଓ ନବରଂଗପୁରରେ ନିର୍ବାଚନ ପ୍ରଚାର କରିବେ। ଜନସଭାକୁ ସମ୍ବୋଧନ ଦେବେ। ତିନି ଦିନର ବ୍ୟବଧାନ ପରେ ପ୍ରଧାନମନ୍ତ୍ରୀ ମୋଦୀ ମେ’ ୧୦ ତାରିଖ ପୁଣି ଥରେ ଓଡ଼ିଶା ଗସ୍ତ କରିବେ। ସେହି ସମୟରେ ସେ ଭୁବନେଶ୍ବରରେ ରୋଡ ସୋ’ କରିବେ। ଭୁବନେଶ୍ବର ଅଧୀନ ୩ଟି ବିଧାନସଭା କ୍ଷେତ୍ର (ଏକାମ୍ର, ମଧ୍ୟ ଓ ଉତ୍ତର)ରେ ଶକ୍ତି ପ୍ରଦର୍ଶନ କରିବେ। ପ୍ରଧାନମନ୍ତ୍ରୀ ମୋଦୀଙ୍କ ଗସ୍ତ ନେଇ ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଅଧ୍ୟକ୍ଷତାରେ ଶନିବାର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।
ପ୍ରଧାନମନ୍ତ୍ରୀ ମୋଦୀ ଓଡ଼ିଶା ଗସ୍ତ ପୂର୍ବରୁ ଗତ ୨୯ ତାରିଖ ରାତି ୯ଟାରେ ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇଥିଲେ। ଏଥିରେ ସେ କହିଥିଲେ ଯେ, ‘ଓଡ଼ିଆ ଅସ୍ମିତା, ଓଡ଼ିଆ ଭାଷା ଏବେ ବିପଦରେ ଅଛି। ଓଡ଼ିଶାର ପୂରା ଅସ୍ମିତା ଏବେ ଶେଷ ହେବାକୁ ବସିଛି। ଓଡ଼ିଆ ଭାଷା ଓ ଅସ୍ମିତା ଏବେ ସଂକଟରେ ରହିଛି। ଓଡ଼ିଶାବାସୀ ଏହାକୁ ଆଉ ବରଦାସ୍ତ କରିବେ ବୋଲି ଭାବୁନି। ପ୍ରାକୃତିକ ସଂପଦରେ ଭରପୂର ରହିଛି ଓଡ଼ିଶା। ଏତେ ସଂପଦରେ ପରିପୂର୍ଣ୍ଣ ଓଡ଼ିଶା ୧ ନମ୍ବର ଧନୀ ରାଜ୍ୟ ହେବା କଥା। ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ ଯେ, ବିଜୁ ଜନତା ଦଳ ଆମକୁ ପ୍ରସଙ୍ଗ ଭିତ୍ତିରେ ସମର୍ଥନ ଦେଇଛି। କେବଳ ବିଜେଡି ନୁହେଁ। ଏଭଳି ଅନେକ ଆଞ୍ଚଳିକ ଦଳ ଆମକୁ ପ୍ରସଙ୍ଗ ଭିତ୍ତିକ ସମର୍ଥନ କରଛନ୍ତି। କିନ୍ତୁ ବିଜେଡି ସହ ଆମର ସଂପର୍କ ରାଜ୍ୟରେ ପୂରା ଅଲଗା।
କେବଳ ଏତିକି ନୁହେଁ ପ୍ରଧାନମନ୍ତ୍ରୀ ମୋଦୀ ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ଚଳିତ ବର୍ଷ ୨ ଥର ଓଡ଼ିଶା ଗସ୍ତ କରିସାରିଛନ୍ତି। ସେ ଗତ ମାର୍ଚ୍ଚ ୫ ତାରିଖରେ ଓଡ଼ିଶା ଗସ୍ତରେ ଯାଜପୁରରେ ଆୟୋଜିତ ସରକାରୀ କାର‌୍ୟ୍ୟକ୍ରମରେ ୧୯, ୬୦୦ କୋଟି ଟଙ୍କାରୁ ଅଧିକ ଟଙ୍କାର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ, ଲୋକାର୍ପଣ ଓ ଉଦଘାଟନ କରିଥିଲେ। ଏହା ପରେ ସେଦିନ ଦଳୀୟ କର୍ମୀଙ୍କୁ ଅନ୍ୟ ଏକ ସଭାରେ ସମ୍ବୋଧିତ କରିଥିଲେ। ସେହିପରି ମୋଦୀ ଗତ ଫେବ୍ରୁଆରି ୩ ତାରିଖରେ ସମ୍ବଲପୁର ଗସ୍ତରେ ୬୮ ହଜାର କୋଟି ଟଙ୍କାର ଭେଟି ଦେଇଥିଲେ। ଏଥିରେ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ, ଲୋକାର୍ପଣ ଓ ଉଦଘାଟନ କାର‌୍ୟ୍ୟକ୍ରମ ଥିଲା।

About Author

indadmin

indadmin

Related Articles

Archives

Calendar

May 2024
M T W T F S S
 12345
6789101112
13141516171819
20212223242526
2728293031