Indus Valley Times

ଆସନ୍ତା ୧୬ ତାରିଖଠାରୁ ପୁରୀ ସ୍ୱର୍ଗଦ୍ୱାରରେ ବାହାର ଜିଲ୍ଲାବାସୀ କରିପାରିବେ ଶବ ସତ୍କାର

 Breaking News

ଆସନ୍ତା ୧୬ ତାରିଖଠାରୁ ପୁରୀ ସ୍ୱର୍ଗଦ୍ୱାରରେ ବାହାର ଜିଲ୍ଲାବାସୀ କରିପାରିବେ ଶବ ସତ୍କାର

August 14
14:33 2021

ପୁରୀ, ୧୪/୮: ଆସନ୍ତା ୧୬ ତାରିଖରୁ ବାହାର ଜିଲ୍ଲାବାସୀଙ୍କ ପାଇଁ ଉନ୍ମୁକ୍ତ ହେବ ପୁରୀ ସ୍ୱର୍ଗ ଦ୍ୱାର । ଏଣିକି ପୁରୀ ବାହାର ଜିଲ୍ଲା ଲୋକ ବି ସ୍ୱର୍ଗ ଦ୍ୱାରରେ ନିଜ ପରିଜନଙ୍କ ଶବ ସତ୍କାର କରିପାରିବେ। ହେଲେ ଶବ ସତ୍କାର ସମୟରେ କୋଭିଡ କଟକଣାକୁ କଡ଼ାକଡ଼ି ଭାବେ ପାଳନ କରାଯିବ।
ପୁରୀ ଉପଜିଲ୍ଲାପାଳ ଭବତାରଣ ସାହୁ ଦେଇଥିବା ସୂଚନା ଅନୁଯାୟୀ, ଦୀର୍ଘ ଦିନ ପରେ କରୋନା ଗ୍ରାଫ୍ ତଳମୁହାଁ ଥିବାରୁ ପୁରୀ ବାହାର ଜିଲ୍ଲାବାସୀଙ୍କୁ ସ୍ୱର୍ଗଦ୍ୱାରରେ ଶବ ସତ୍କାର କରିବାକୁ ଅନୁମତି ଦିଆଯାଇଛି।
ହେଲେ ମୃତକଙ୍କ କୋଭିଡ ନେଗେଟିଭ ରିପୋର୍ଟ ଦେଖାଇବା ବାଧ୍ୟତାମୂଳକ। ଏହାବାଦ ଶନିବାର, ରବିବାର ଶଟଡାଉନ୍ରେ ମଧ୍ୟ ସ୍ୱର୍ଗଦ୍ୱାର ଖୋଲା ରହିବ। ଏହି ସମୟରେ ମଧ୍ୟ ବାହାର ଜିଲ୍ଲାବାସୀ ଶବ ସତ୍କାର କରିପାରିବେ।
ସୂଚନାଯୋଗ୍ୟ, କରୋନା ସଂକ୍ରମଣ ହୁ ହୁ ହୋଇ ବଢ଼ୁଥିବା ବେଳେ ଗତ ଏପ୍ରିଲ ୨୬ ତାରିଖରୁ ସ୍ୱର୍ଗଦ୍ୱାରରେ ବାହାର ଜିଲ୍ଲା ଲୋକଙ୍କ ଶବ ସତ୍କାରକୁ ବାରଣ କରାଯାଇଥିଲା।
ଏଥିପାଇଁ କେବଳ ପୁରୀ ଲୋକଙ୍କୁ ଅନୁମତି ମିଳିଥିଲା। କୋଭିଡ ବ୍ୟତୀତ ଅନ୍ୟ କାରଣ ପାଇଁ ମୃତ୍ୟୁ ହେଲେ ସ୍ୱର୍ଗଦ୍ୱାରରେ ପୁରୀବାସୀ ସେମାନଙ୍କ ଆତ୍ମୀୟଙ୍କ ଶବଦାହ କରିପାରିବେ ବୋଲି ସ୍ପଷ୍ଟ କରାଯାଇଥିଲା। ।

Tags
Share

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031