Indus Valley Times

ଆସନ୍ତା ୭ରୁ ୧୭ଯାଏ ରାଜ୍ୟବ୍ୟାପୀ କଂଗ୍ରେସର ଆନ୍ଦୋଳନ

 Breaking News

ଆସନ୍ତା ୭ରୁ ୧୭ଯାଏ ରାଜ୍ୟବ୍ୟାପୀ କଂଗ୍ରେସର ଆନ୍ଦୋଳନ

July 05
21:12 2021

ଭୁବନେଶ୍ବର,୫/୭: ଦେଶରେ ବଢୁଥିବା ତେଲ ଦରକୁ ନେଇ କଂଗ୍ରେସ ସୋମବାର ଦିନ ପ୍ରେସମିଟ କରିଛି । ଏହି ପ୍ରେସମିଟରେ କେନ୍ଦ୍ର ସରକାରଙ୍କୁ ପିସିସି ସଭାପତି କଡ଼ା ସମାଲୋଚନା କରିଛନ୍ତି । ସେ କହିଛନ୍ତି, କେତେ ଶୋଷିଲେ ବିଜେପି ସରକାରର ମନ ସନ୍ତୁଷ୍ଟ ହେବ । ଦର ବଢୁଥିବା ବେଳେ ରାଜ୍ୟ ସରକାରଙ୍କର ମଧ୍ୟ ଦୟା ନାହିଁ । ଏହି ମହଙ୍ଗା ମାଡର ଲୋକେ ସଠିକ୍ ଜବାବ ଦେବେ।
ଆସନ୍ତା ୭ରୁ ୧୭ଯାଏ ରାଜ୍ୟବ୍ୟାପୀ କଂଗ୍ରେସ ଆନ୍ଦୋଳନ କରିବ । ୭ରେ ପ୍ରତ୍ୟେକ ବ୍ଲକ ଆଗରେ ଦଳ ପ୍ରତିବାଦ କରିବ । ୯ରେ ଜିଲ୍ଲାସ୍ତରରେ, ୧୪ରେ ଭୁବନେଶ୍ୱରରେ ଦର ବୃଦ୍ଧି ନେଇ ପ୍ରତିବାଦ ହେବ । ୧୫ରେ ଲୋକଙ୍କୁ ତେଲ ନକିଣିବାକୁ ଦଳ ଅନୁରୋଧ କରିବ । ୧୭ରେ ପ୍ରତି ପେଟ୍ରୋଲ ପମ୍ପ ଆଗରେ ଦସ୍ତଖତ ଅଭିଯାନ କରାଯିବ ।
ଅନ୍ୟପକ୍ଷରେ କୋଭିଡ୍ ଆକ୍ରାନ୍ତ ଓ ମୃତ୍ୟୁ ତଥ୍ୟ ନେଇ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛି କଂଗ୍ରେସ । ମାସେ ଧରି ଦଳ କୋଭିଡ୍ ଆକ୍ରାନ୍ତ ଓ ମୃତ୍ୟୁର ତଥ୍ୟ ସଂଗ୍ରହ କରିବ । ଘରଘର ବୁଲି ତଥ୍ୟ ସଂଗ୍ରହ କରିବ କଂଗ୍ରେସ କର୍ମୀ । ଏହାକୁ ଏଆଇସିସି ନିକଟରେ ଦାଖଲ କରାଯିବ । ଏନେଇ ସୂଚନା ଦେଇଛନ୍ତି ପିସିସି ସଭାତି ନିରଂଜନ ପଟ୍ଟନାୟକ ।

About Author

indadmin

indadmin

Related Articles

Archives

Calendar

May 2024
M T W T F S S
 12345
6789101112
13141516171819
20212223242526
2728293031