Indus Valley Times

ଆସିସି ଟି-୨୦ ବିଶ୍ୱ କପ୍‌: ଭାରତ-ପାକସ୍ଥାନ ମ୍ୟାଚ୍ ଦେଖିବା ପାଇଁ ୫ମିନିଟ୍‌ରେ ବିକ୍ରି ହୋଇଗଲା ସବୁ ଟିକେଟ

 Breaking News

ଆସିସି ଟି-୨୦ ବିଶ୍ୱ କପ୍‌: ଭାରତ-ପାକସ୍ଥାନ ମ୍ୟାଚ୍ ଦେଖିବା ପାଇଁ ୫ମିନିଟ୍‌ରେ ବିକ୍ରି ହୋଇଗଲା ସବୁ ଟିକେଟ

ଆସିସି ଟି-୨୦ ବିଶ୍ୱ କପ୍‌: ଭାରତ-ପାକସ୍ଥାନ ମ୍ୟାଚ୍ ଦେଖିବା ପାଇଁ ୫ମିନିଟ୍‌ରେ ବିକ୍ରି ହୋଇଗଲା ସବୁ ଟିକେଟ
February 08
21:05 2022

ଭୁବନେଶ୍ୱର,୮/୨: ମେଲବୋର୍ଣ୍ଣ କ୍ରିକେଟ୍ ଗ୍ରାଉଣ୍ଡରୁ ହେବାକୁ ଥିବା ଭାରତ-ପାକିସ୍ଥାନ ଆସିସି ଟି-୨୦ ବିଶ୍ୱକପ ଦେଖିବା ପାଇଁ ଲୋକଙ୍କ ଭିତରେ ଉତ୍କଣ୍ଠା ଭରିଯାଇଛି ।
ଭାରତ-ପାକିସ୍ତାନର ଏହି ଆସିସି ଟି-୨୦ ବିଶ୍ୱକପ ଚଳିତ ବର୍ଷର ପ୍ରଥମ ମ୍ୟାଚ୍ ଖେଳା ଯିବ ଯାହାକୁ ନେଇ ଦର୍ଶକଙ୍କ ମନରେ ଉତ୍ସାହ ଦେଖା ଦେଇଛି ।
ଭାରତ ଓ ପାକିସ୍ତାନ ମଧ୍ୟରେ ୨୦୨୨ ଅକ୍ଟୋବର ୨୩ରେ ମେଲବୋର୍ଣ୍ଣ କ୍ରିକେଟ୍ ଗ୍ରାଉଣ୍ଡରେ ମହା ମୁକାବିଲା ଖେଳାଯିବ। ଏହି ମ୍ୟାଚ୍ ଦେଖିବା ପାଇଁ ଦର୍ଶକଙ୍କ ଭିତରେ ଏତେ ଉତ୍କଣ୍ଠା ଭରିଯାଇଛି ଯେ ୫ମିନିଟ୍ ଭିତରେ ସବୁ ଟିକେଟ କିଣି ନେଇଛନ୍ତି ଦର୍ଶକ । ଏଥିରୁ ଅନୁମାନ କରିହେଉଛି ଖେଳପ୍ରେମୀଙ୍କ ଭିତରେ କେତେ ଉତ୍କଣ୍ଠା ରହିଛି ।
ଖବର ମୁତାବକ ଏହି ଆସିସି ଟି-୨୦ରେ ୪୫ଟି ମ୍ୟାଚ୍ ଖେଳାଯିବ । ଅଷ୍ଟ୍ରେଲିଆରେ ଅକ୍ଟୋବର ୧୩ ଠାରୁ ନଭେମ୍ବର ୧୬ ପର୍ଯ୍ୟନ୍ତ ମ୍ୟାଚ୍ ଖେଳା ଯିବ । ଏହି ମ୍ୟାଚ୍ ଦେଖିବା ପାଇଁ ପ୍ରି-ସେଲ୍ ୨ଲକ୍ଷ ଟିକେଟ ବିକ୍ରି ହୋଇଛି ।
ସବୁଠାରୁ ରୋମାଞ୍ଚକ କଥା ହେଲା କ୍ରିକେଟ୍ ଜଗତର ସବୁଠାରୁ ବଡ଼ ପ୍ରତିଦ୍ୱନ୍ଦୀ ଭାରତ-ପାକିସ୍ଥାନ ମ୍ୟାଚ୍ ଦେଖିବା ପାଇଁ ୫ମିନିଟ୍ ଭିତରେ ସବୁ ଟିକେଟ ବିକ୍ରି ହୋଇଥିଲା ।
ଆସିସି ସଂସ୍ଥାର ସିଇଓ ମିସେଲ୍ ଏନ୍‌ରାଇଟ୍ କହିଛନ୍ତି, ଅଷ୍ଟ୍ରେଲିଆରେ ପ୍ରଥମ ଥର ପାଇଁ ଆସିସି ଟି-୨୦ପୁରୁଷ କ୍ରିକେଟ୍ ଖେଳ ହେବାକୁ ଯାଉଛି । ଏହି ମ୍ୟାଚ୍‌କୁ ୮ଲକ୍ଷ ଖେଳ ପ୍ରେମି ଦେଖିବେ ବୋଲି ଆଶା କରାଯାଉଛି । ଅନ୍ ଲାଇନ୍‌ରେ ଟିକେଟ ସରିଯାଇଥିଲେ ମଧ୍ୟ ଖେଳ ପ୍ରେମଙ୍କୁ ଟିକେଟ ଯୋଗାଇ ପାଇଁ ଆହୁରି ଅନେକ ସୁଯୋଗ ରହିଛି । ସମସ୍ତଙ୍କୁ ଜେନେରାଲ ପବ୍ଲିକ୍ ସେଲରେ ଟିକେଟ୍ ଦିଆଯିବ ।
ସେ ଆହୁରି ମଧ୍ୟ କହିଛନ୍ତି ଯେ ଖେଳ ପ୍ରେମୀଙ୍କ ଆଗ୍ରହ ଦେଖି ଆମେ ବହୁତ ଖୁସି । ଆମେ ଏଥିପାଇଁ ଗର୍ବିତ ମଧ୍ୟ । ୨୦୨୦ମସିହାରେ ହେବାକୁ ଥିବା ସିଇଓ ବିଶ୍ୱ କପ୍ ସ୍ଥଗିତ କରାଯାଇଥିଲା ବେଳେ ଯେଉଁମାନେ ଟିକେଟ୍ କିଣିଥିଲେ ସେମାନଙ୍କୁ ପ୍ରି-ସେଲ୍‌ରେ ଟିକେଟ୍ ଦିଆଯିବ ।
୨୦୨୨ ପୁରୁଷ ଟି-୨୦ ଅକ୍ଟୋବର ୧୩ ଠାରୁ ନଭେମ୍ବର ୧୬ ପର୍ଯ୍ୟନ୍ତ ଅଷ୍ଟ୍ରେଲିଆର ମେଲବରନ୍‌, ସ୍ୱିଡେନ୍‌, ବ୍ରିସବେନ୍‌, ଆଡିଲେଡେ, ଗେଲୋନ୍‌, ହୋବଟ୍ ଏବଂ ପେର୍ଥରେ ଖେଳାଯିବ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031