Indus Valley Times

ଆସୁଛନ୍ତି ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌, ସମ୍ପର୍କ ଆହୁରି ସଦୃଢ଼ ହେବ!

 Breaking News

ଆସୁଛନ୍ତି ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌, ସମ୍ପର୍କ ଆହୁରି ସଦୃଢ଼ ହେବ!

December 05
20:27 2021

ନୂଆଦିଲ୍ଲୀ,୫ ।୧୨: ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ଏକ ଦିନିକିଆ ଗସ୍ତରେ ସୋମବାର ଦିନ ଭାରତ ଆସୁଛନ୍ତି ।  ଏନେଇ ସୂଚନା ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ପ୍ରଦାନ କରାଯାଛି ।
ପୁଟିନ୍‌ଙ୍କ ଏହି ଗସ୍ତ ସମୟରେ ଭାରତ ଏବଂ ଋଷ ମଧ୍ୟରେ ୨୧ତମ ବାର୍ଷିକ ଶୀର୍ଷ ସ୍ତରୀୟ ଆଲୋଚନା ହେବ । ଋଷ ରାଷ୍ଟ୍ରପତି ଏବଂ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମଧ୍ୟରେ ଏହି ଆଲୋଚନା ହେବ ।
ରବିବାର ଦିନ ଋଷ ବୈଦେଶିକ ମନ୍ତ୍ରୀ ସେର୍‌ଗୀ ଲାଭାରୋଭ ଏବଂ ପ୍ରତିରକ୍ଷା ମନ୍ତ୍ରୀ ସେରଗୀ ସୋଇଗୁ   ଭାରତରେ ପହଂଚିଛନ୍ତି । ଭାରତ ଏବଂ ଋଷ ଦୁଇ ଦେଶର ମନ୍ତ୍ରୀସ୍ତରୀୟ ଆଲୋଚନା ରବିବାର ଦିନ ଅନୁଷ୍ଟିତ ହେବ । ସୋମବାର ଦିନ ସନ୍ଧ୍ୟାରେ ପୁଟିନ୍ ଭାରତରେ ପହଂଚିଲା ପରେ ଦ୍ୱିପାକ୍ଷିକ ଆଲୋଚନା ହେବ  ।
ବିଶେକରି ଏସ୍‌-୪୦୦ ଯୁଦ୍ଧ କ୍ଷେପଣାସ୍ତ୍ର ପ୍ରଣାଳୀ ଉପରେ ବୁଝାବଣା ହେବ ବୋଲି ଅନୁମାନ କରାଯାଉଛି । ଏହାଛଡା ଏକେ ୨୦୩ ରାଇଫଲ୍ ଭାରତରେ ଉତ୍ପାଦନ ନେଇ ମଧ୍ୟ ଆଲୋଚନା ବୁଝାମଣା ହେବାର ସମ୍ଭାବନା ରହିଛି । ପୁଟିନଙ୍କ ଭାରତ ଗସ୍ଥକୁ ନେଇ ବିଷେଶଙ୍କମାନେ ଆକଳନ କରୁଛନ୍ତି ଯେ ଏହାଦ୍ୱାରା ଭାରତ ଓ ଋଷ ମ୍ମରେ ସଂମ୍ପର୍କ ଆହୁରି ସୁଦୃଢ଼ ହେବ । ଦୁଇ ଦେଶର ସମସ୍ୟା ଉପରେ ଆଲୋଚନା ହୋଇ ସମାଧାନର ବାଟ ବାହାରିବ ବୋଲି ଆକଳନ କରାଯାଉଛି ।
ଇଣ୍ଡୋ-ପାସିଫିକ ଉପରେ ଆଲୋଚନା ହେବ ଅନୁମାନ କରାଯାଉଛି ।
ମିଳିଥିବା ସୂଚନା ଅନୁସାରେ ଏସିଆ-ପାସିଫିକ୍ ଓ ଇଣ୍ଡୋ-ପାସିଫିକ୍ ସମ୍ପର୍କ ଉପରେ ଆଲୋଚନା ହୋଇପାରେ । ଦୁଇ ଦେଶର ମିଲିଟାରି ଶକ୍ତି ଉପରେ ଆଲୋଚନା ହେବ ।
ଆଫଗାନିସ୍ଥାନ ଓ ପାକିସ୍ଥାନର ଆତଙ୍କବାଦୀ କାର୍ଯ୍ୟକଳାପ ଉପରେ ଆଲୋଚନା ହୋଇପାରେ । ଭାରତ ଚାଇନା ମଧ୍ୟରେ  ବାସ୍ତବିକ ନିୟନ୍ତ୍ରଣ ରେଖା ପ୍ରସଙ୍ଗ ଉପରେ ଆଲୋଚନା ହୋଇପାରେ ।
ପୁଟିନ୍‌ଙ୍କ ଏହି ଗସ୍ତ କରୋନା ମହାମାରି ସମୟର ଆର୍ଥିକ ସଂଙ୍କଟରୁ ବାହାରି ପୁର୍ବଅବସ୍ଥାକୁ କିପରି ଫେରିପାରିବ ସେ  ଉପରେ ଆଲୋଚନା ହୋଇପାରେ । ଏ ତମାମ୍ ପ୍ରସଙ୍ଗ ଭରତର ଭୌଗଳିକ ରାଜନୀତିରେ (ଜିଓ ରାଜନୀତି  ସହାୟକ ହେବ ।  କରୋନା ମହାମାରୀ ପରେ ଏହା ପ୍ରଥମ ଦ୍ୱିପାଖିକ ଆଲୋଚନା ହେବ ।

About Author

indadmin

indadmin

Related Articles

Archives

Calendar

June 2024
M T W T F S S
 12
3456789
10111213141516
17181920212223
24252627282930