Indus Valley Times

ଆସୁଛି ବଡ଼ ଧରଣ ବର୍ଷା, ଆଜି ସନ୍ଧ୍ୟାବେଳକୁ ବଙ୍ଗୋପସାଗରରେ ଲଘୁଚାପରେ ହେବ ପରିଣତ

 Breaking News

ଆସୁଛି ବଡ଼ ଧରଣ ବର୍ଷା, ଆଜି ସନ୍ଧ୍ୟାବେଳକୁ ବଙ୍ଗୋପସାଗରରେ ଲଘୁଚାପରେ ହେବ ପରିଣତ

ଆସୁଛି ବଡ଼ ଧରଣ ବର୍ଷା, ଆଜି ସନ୍ଧ୍ୟାବେଳକୁ ବଙ୍ଗୋପସାଗରରେ ଲଘୁଚାପରେ ହେବ ପରିଣତ
September 24
10:08 2021

ଭୁବନେଶ୍ୱର ୨୪/୯: ମିଆଁମାରର ୟାଙ୍ଗନ ସହରର ଦକ୍ଷିଣ ଉପକୂଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଏହା ଉତ୍ତର ପଶ୍ଚିମ ଦିଗରେ ଗତି କରି ୨୪ ତାରିଖ ସନ୍ଧ୍ୟାବେଳକୁ ଉତ୍ତର ପୂର୍ବ ଓ ପାଶ୍ୱର୍ବର୍ତ୍ତୀ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପରେ ପରିଣତ ହେବ ।
ଅନୁମାନ କରାଯାଉଛି, ଏହା ୨୬ ତାରିଖବେଳକୁ ଓଡ଼ିଶା ଉପକୂଳ ପାଖରେ ପହଞ୍ଚିବ । ହେଲେ ଏହା ପ୍ରକୋପରେ ୨୫ ରାତିରୁ ବର୍ଷା ଆରମ୍ଭ ହୋଇଯିବ ଓଡ଼ିଶାରେ । ରାଜ୍ୟରେ ପ୍ରବଳ ବର୍ଷା କରାଇବ ଏହି ସମ୍ଭାବ୍ୟ ଲଘୁଚାପ ।
ବର୍ତ୍ତମାନ ଛତିଶଗଡ଼ ଉପରେ ଏକ ଲଘୁଚାପ ରହିଛି । ଏହା ପ୍ରଭାବରେ ମହାନଦୀ ଉପରମୁଣ୍ଡରେ ବି ବର୍ଷା ବଢ଼ିଛି । କୃଷି ପାଣିପାଗ ବିଶାରଦ ଡକ୍ଟର ସୁରେନ୍ଦ୍ରନାଥ ପଶୁପାଳକଙ୍କ ପୂର୍ବାନୁମାନ ଅନୁଯାୟୀ ସମ୍ଭାବ୍ୟ ଲଘୁଚାପ ୨୬ ତାରିଖ (ଶନିବାର) ରାତିରେ ଦକ୍ଷିଣ ଓଡ଼ିଶା ଉପକୂଳ ପାଖରେ ରହିବ ।
୨୭ ତାରିଖରେ ଉତ୍ତର ଭାରତରେ ଥିବା ଲଘୁଚାପ ବଳୟ ସହିତ ଏହା ମିଶିଯିବ । ୨୮ ତାରିଖ ସନ୍ଧ୍ୟା ସୁଦ୍ଧା ଏହା ଦୁର୍ବଳ ହୋଇଯିବା ସମ୍ଭାବନା ଅଛି । ଉପକୂଳରେ ପହଞ୍ଚିଲାବେଳକୁ ଏହା ଦୁର୍ବଳ ହୋଇଯାଇଥିବ ।
ଆକଳନ କରାଯାଉଛି, ଦକ୍ଷିଣ ଓଡ଼ିଶାରେ ୨୫ ତାରିଖ ରାତିରୁ ଓ ଉପକୂଳ ଓଡ଼ିଶାରେ ୨୬ ତାରିଖ ରାତିରୁ ବର୍ଷା ଆରମ୍ଭ ହେବ । ୨୮ ତାରିଖ ସନ୍ଧ୍ୟା ପର୍ଯ୍ୟନ୍ତ ଏହାର ପ୍ରକୋପ ରହିବ । ଉତ୍ତର ଓଡ଼ିଶା ଓ ପଶ୍ଚିମ ଓଡ଼ିଶାରେ ବର୍ଷା କମ୍ ହେବ ଏବଂ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ଅଛି ।
ଜଗତସିଂହପୁର ଜିଲ୍ଲାର ଦକ୍ଷିଣରେ ଥିବା ଉପକୂଳ ଓ ସଂଲଗ୍ନ ଜିଲ୍ଲାରେ ମଧ୍ୟମ ଧରଣର ଓ କେତେକ ଜିଲ୍ଲାରେ ଭାରି (୫୦ ମିମି ପର୍ଯ୍ୟନ୍ତ) ବର୍ଷା ସମ୍ଭାବନା ଅଛି । ଆଭ୍ୟନ୍ତରୀଣ ଦକ୍ଷିଣରେ ମଧ୍ୟମ ଧରଣର ବର୍ଷା ହେବ । ରାଜ୍ୟରେ ବିସ୍ତୃତ ଭାରି ବର୍ଷାର ସମ୍ଭାବନା କମ୍ ।
ଆଉ ଏକ ଆକଳନ ହେଲା, ସମ୍ଭାବ୍ୟ ଲଘୁଚାପ ଆନ୍ଧ୍ର ଉପକୂଳରେ ୨୭ ଓ ୨୮ ତାରିଖ ରହିପାରେ । ଯଦି ଏଭଳି ହୁଏ, ଓଡ଼ିଶାରେ ବର୍ଷା ବହୁତ କମ୍ ରହିବ ।
ପାଣିପାଗ ବିଭାଗ କହିଛି, ଶୁକ୍ରବାର ବିଶେଷ ବର୍ଷା ହେବନି । କାଁ ଭାଁ ବର୍ଷା ହେବ । ୨୫ରୁ ବର୍ଷା ବଢ଼ିବ । ଉପକୂଳ ଓଡ଼ିଶା ଓ ଦକ୍ଷିଣ ଆଭ୍ୟନ୍ତରୀଣରେ ମୁଖ୍ୟତଃ ବର୍ଷା ହେବ । ଯାଜପୁର, କେନ୍ଦ୍ରାପଡ଼ା, କଟକ, ବାଲେଶ୍ୱର, ଭଦ୍ରକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, କେନ୍ଦୁଝର, ମୟୂରଭଞ୍ଜ, ଢେଙ୍କାନାଳ, କୋରାପୁଟ, ମାଲକାନଗିରି ଓ ରାୟଗଡ଼ାରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ ।
୨୬ରେ ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ହେବ । ପୁରୀ, ଗଞ୍ଜାମ, ଗଜପତି, ମାଲକାନଗିରି, କୋରାପୁଟରେ ପ୍ରବଳରୁ ପ୍ରବଳତର ବର୍ଷା ଆଶଙ୍କା ଥିବାବେଳେ ଭଦ୍ରକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଖୋର୍ଦ୍ଧା, ନୟାଗଡ଼, ରାୟଗଡ଼ା, କନ୍ଧମାଳ, କଟକ, ନବରଙ୍ଗପୁରରେ ପ୍ରବଳ ବର୍ଷା ହୋଇପାରେ ।
୨୭ରେ ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷା ହେବ । କେକେତ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ଅଛି । ସମୁଦ୍ର ଅଶାନ୍ତ ରହିବା ଆଶଙ୍କା ଥିବାରୁ ସମୁଦ୍ର ଭିତରକୁ ଯିବା ପାଇଁ ବାରଣ କରାଯାଇଛି ।

About Author

indadmin

indadmin

Related Articles

Archives

Calendar

June 2024
M T W T F S S
 12
3456789
10111213141516
17181920212223
24252627282930