Indus Valley Times

ଆହୁରି ୫ଦିନ ସୁର୍ଯ୍ୟଙ୍କ ପ୍ରକୋପରେ କଲବଲ ହେବେ ରାଜ୍ୟବାସୀ

 Breaking News

ଆହୁରି ୫ଦିନ ସୁର୍ଯ୍ୟଙ୍କ ପ୍ରକୋପରେ କଲବଲ ହେବେ ରାଜ୍ୟବାସୀ

ଆହୁରି ୫ଦିନ ସୁର୍ଯ୍ୟଙ୍କ ପ୍ରକୋପରେ କଲବଲ ହେବେ ରାଜ୍ୟବାସୀ
April 25
19:30 2022

ଭୁବନେଶ୍ବର,୨୫/୪: ରାଜ୍ୟରେ ମୁଣ୍ଡଫଟା ଖରା ଓ ଅସହ୍ୟ ଗୁଳୁଗୁଳିରେ ଭାଜି ହେଉଛନ୍ତି ଜନସାଧାରଣ । ଗତ କିଛି ଦିନ ହେବ ସୁର୍ଯ୍ୟଙ୍କ ପ୍ରକୋପ ଏତେ ବଢ଼ି ଯାଇଛିଯେ ଦିନ ୧୦ଟା ପରେ ଘରୁ ବାହାରିବା ଏକପ୍ରକାର ଅସମ୍ଭବ ହୋଇପଡିଛି । ସୁର୍ଯ୍ୟଙ୍କ ଏଭଳି ପ୍ରକୋପ ଆହୁରି ୫ଦିନ ଜାରି ରହିବ ବୋଲି କହିଛନ୍ତି ଆଞ୍ଚଳିକ ପଣିପାଗ ବିଭାଗ ।
ଏଥିପାଇଁ ଅନେକ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛନ୍ତି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗ । ତେବେ ଆସନ୍ତା ୨୪ ଘଣ୍ଟା ପାଇଁ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ୟେଲୋ ୱାର୍ଣ୍ଣିଂ ଜାରି ହୋଇଥିବା ଜିଲ୍ଲାଗୁଡ଼ିକ ମଧ୍ୟରେ ଅନୁଗୁଳ, ସୁବର୍ଣ୍ଣପୁର,ବୌଦ୍ଧ, କଟକ, ନୟାଗଡ଼ ଓ ଖୋର୍ଧା ରହିଛି। ଏହି ଗ୍ରୀଷ୍ମ ପ୍ରବାହ ସମୟରେ ନବଜାତ, ବୃଦ୍ଧ ଓ ଅସୁସ୍ଥ ଲୋକଙ୍କ ଅଧିକ ଯତ୍ନ ନେବାକୁ ହେବ। ଜରୁରୀ ନଥିଲେ ଦିନ ୧୧ରୁ ୩ଟା ପର‌୍ୟ୍ୟନ୍ତ ବାହାରକୁ ବାହାରିବା ପାଇଁ ବାରଣ କରାଯାଇଛି।
ସେହିପରି ଏପ୍ରିଲ ୨୬ରୁ ୨୭ ତାରିଖ ମଧ୍ୟରେ ସୁବର୍ଣ୍ଣପୁର, ବୌଦ୍ଧ, ଅନୁଗୁଳ, ବଲାଙ୍ଗୀର ଆଦି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଥିବା ବେଳେ ଏପ୍ରିଲ ୨୭ରୁ ୨୮ ତାରିଖ ମଧ୍ୟରେ ଝାରସୁଗୁଡ଼ା, ସମ୍ବଲପୁର, ସୁବର୍ଣ୍ଣପୁର, ବଲାଙ୍ଗୀର, ଅନୁଗୁଳ ଓ ବୌଦ୍ଧ ଆଦି ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହ ଜାରି ହେତୁ ୟେଲୋ ୱାର୍ଣ୍ଣିଂ କରାଯାଇଛି। ଏଥିସହିତ ଏପ୍ରିଲ ୨୯ରୁ ୩୦ ତାରିଖ ମଧ୍ୟରେ ବଲାଙ୍ଗୀର, ଖୋର୍ଧା, ସୁବର୍ଣ୍ଣପୁର, ବୌଦ୍ଧ ଓ ନୂଆପଡ଼ା ଆଦି ଜିଲ୍ଲାକୁ ବି ଗ୍ରୀଷ୍ମ ପ୍ରବାହ ପାଇଁ ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ରପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031