Indus Valley Times

‘ଆହୁରି ୭ ଦିନ ଜାରି ରହିପାରେ ବର୍ଷା, ମେ’ ୨୭ରେ ଲଘୁଚାପ କ୍ଷେତ୍ର ସମ୍ଭାବନା‘

 Breaking News

‘ଆହୁରି ୭ ଦିନ ଜାରି ରହିପାରେ ବର୍ଷା, ମେ’ ୨୭ରେ ଲଘୁଚାପ କ୍ଷେତ୍ର ସମ୍ଭାବନା‘

‘ଆହୁରି ୭ ଦିନ ଜାରି ରହିପାରେ ବର୍ଷା, ମେ’ ୨୭ରେ ଲଘୁଚାପ କ୍ଷେତ୍ର ସମ୍ଭାବନା‘
May 25
18:47 2025

ଭୁବନେଶ୍ୱର,୨୫/୫: ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ମିଳିଥିବା ସୂଚନ ଅନୁଯାୟୀ ଓଡ଼ିଶାରେ ଆଗାମୀ ୭ ଦିନ ପର୍ଯ୍ୟନ୍ତ ଅଧିକାଂଶ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। ଏହା ସହିତ ଝଟ୍‌କା ପବନ ମଧ୍ୟ ବହିବ। ଆଗାମୀ ୨୭ ତାରିଖ ବେଳକୁ ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗର ଓ ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି।
ତେବେ ଏହା ବାତ୍ୟା ରୂପ ନେବାର କୌଣସି ଆଶଙ୍କା ନାହିଁ ବୋଲି ପାଣିପାଗ କେନ୍ଦ୍ର ସ୍ପଷ୍ଟ କରିଛି। ଏନେଇ ଭାରତୀୟ ପାଣିପାଗ ବିଭାଗ (ଓଗଊ) ପକ୍ଷରୁ ବାତ୍ୟା ସମ୍ପର୍କିତ କୌଣସି ସୂଚନା ଜାରି କରାଯାଇ ନାହିଁ, ଏବଂ ବାତ୍ୟା ନେଇ ଚାଲିଥିବା ଗୁଜବକୁ ଅପପ୍ରଚାର ବୋଲି କୁହାଯାଇଛି।
ଭାରତୀୟ ପାଣିପାଗ କେନ୍ଦ୍ର ଅନୁସାରେ, ଓଡ଼ିଶାକୁ ମୌସୁମୀ ପହଞ୍ଚିବା ପାଇଁ ଆହୁରି କିଛି ସମୟ ଲାଗିବ। ଉତ୍ତରପୂର୍ବାଞ୍ଚଳର ରାଜ୍ୟଗୁଡ଼ିକୁ ମୌସୁମୀ ପ୍ରବେଶ କରିବା ପରେ ଓଡ଼ିଶାକୁ ଏହା ଆସିବ। ଏହି ସମୟରେ ରାଜ୍ୟବାସୀଙ୍କୁ ବର୍ଷା ଓ ଝଟ୍‌କା ପବନ ପାଇଁ ପ୍ରସ୍ତୁତ ରହିବାକୁ ପରାମର୍ଶ ଦିଆଯାଇଛି।
ପାଣିଯାଗ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ସୋମବାର ରାଜ୍ୟର ଅଧା ଜିଲାକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଥିଲା ବେଳେ ବାକି ସମସ୍ତ ଜିଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି। ସେହିପରି ମଙ୍ଗଳବାର ସମ୍ପୂର୍ଣ୍ଣ ଓଡିଶାକୁ ବିଜୁଳି ଘଡଘଡି ସହିତ ବର୍ଷା ପାଇଁ ୟେଲୋ ଆଲର୍ଟ ଜାରି କରାଯାଇଛି।
ଏହାପରେ ସୃଷ୍ଟି ହେବାକୁ ଥିବା ଲଘୁଚାପ ପ୍ରଭାବରେ ବୁଧବାର ନୂଆପଡା, ନବରଙ୍ଗପୁର, ବଲାଙ୍ଗୀର, ସୋନପୁର, ବୌଦ୍ଧ, ନୟାଗଡ଼, ଖୋର୍ଦ୍ଧା, ପୁରୀ, କନ୍ଧମାଳ, କଳାହାଣ୍ଡି, କୋରାପୁଟ, ରାୟଗଡା, ଗଜପତି, ଗଞ୍ଜାମ ଜିଲାକୁ ବିଜୁଳି ଘଡଘଡି ସହିତ ବର୍ଷା ପାଇଁ ୟେଲୋ ଆଲର୍ଟ ଜାରି କରାଯାଇଛି। ବୁଧବାର ସମଗ୍ର ଓଡ଼ିଶାରେ ପ୍ରବଳ ବର୍ଷା ସହିତ ଗୁରୁବାର ପାଇଁ ମଧ୍ୟ ବିଜୁଳି ଘଡଘଡି ସହିତ ବର୍ଷା ହେବା ନେଇ ୟେଲୋ ଆଲର୍ଟ ଜାରି କରାଯାଇଛି।
ସେପଟେ ଦକ୍ଷିଣ-ପଶ୍ଚିମ ମୌସୁମୀ କେରଳରେ ନିର୍ଦ୍ଧାରିତ ସମୟ ଜୁନ୍ ୧ ତାରିଖ ଠାରୁ ପ୍ରାୟ ଆଠ ଦିନ ଆଗରୁ ପହଞ୍ଚିଛି। ଗତ ୩୦ ବର୍ଷରେ ଏହା କେବଳ ତୃତୀୟ ଏଭଳି ଘଟଣା; ଏହା ପୂର୍ବରୁ ୧୯୯୦ (ମେ ୧୯) ଏବଂ ୨୦୦୯ (ମେ ୨୩) ରେ ମୌସୁମୀ ଆଗୁଆ ପହଞ୍ଚିଥିଲା। ୨୦୨୪ ରେ ମୌସୁମୀ ଆରମ୍ଭ ମେ ୩୦ ତାରିଖରେ ରିପୋର୍ଟ ହୋଇଥିଲା।
ତେବେ ଚଳିତ ବର୍ଷର ଆଗୁଆ ଆଗମନ ମୌସୁମୀର ଉତ୍ତରକୁ ପୂର୍ବ ଏବଂ ମଧ୍ୟ ଭାରତ, ଓଡ଼ିଶା ସମେତ, ଶୀଘ୍ର ଅଗ୍ରଗତି କରିବ ବୋଲି ଆଶା କରାଯାଉଛି। ପାଣିପାଗ ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି ଯେ ଆଗୁଆ ମୌସୁମୀ ଏବଂ ବିକାଶଶୀଳ ଲଘୁଚାପ ସିସ୍ଟମ୍‌ର ମିଳିତ ପ୍ରଭାବ ଓଡ଼ିଶାରେ ମୌସୁମୀ ବର୍ଷାର ଆରମ୍ଭକୁ ସାଧାରଣ ଜୁନ୍ ୧୦–୧୨ ସମୟସୀମା ତୁଳନାରେ ଅନେକ ଆଗରୁ ଆଣିପାରେ।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930