Indus Valley Times

ଆୟ ବହିର୍ଭୂତ ସଂପତ୍ତି ଠାବ: ଆରଡବ୍ଲୁଏସଏସ ଅଧୀକ୍ଷଣ ଯନ୍ତ୍ରୀଙ୍କୁ ଗିରଫ କଲା ଭିଜିଲାନ୍ସ

 Breaking News

ଆୟ ବହିର୍ଭୂତ ସଂପତ୍ତି ଠାବ: ଆରଡବ୍ଲୁଏସଏସ ଅଧୀକ୍ଷଣ ଯନ୍ତ୍ରୀଙ୍କୁ ଗିରଫ କଲା ଭିଜିଲାନ୍ସ

ଆୟ ବହିର୍ଭୂତ ସଂପତ୍ତି ଠାବ: ଆରଡବ୍ଲୁଏସଏସ ଅଧୀକ୍ଷଣ ଯନ୍ତ୍ରୀଙ୍କୁ ଗିରଫ କଲା ଭିଜିଲାନ୍ସ
January 09
15:54 2023

ଭୁବନେଶ୍ୱର,୯/୧: ଗିରଫ ହେଲେ ଭୁବନେଶ୍ୱର ଆରଡବ୍ଲ୍ୟୁଏସ୍ଏସ୍ ଡିଭିଜନର ଅଧୀକ୍ଷଣ ଯନ୍ତ୍ରୀ ବିଜୟାନନ୍ଦ ସାହୁ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସୋମବାର ତାଙ୍କୁ ବାନ୍ଧିଛି ଭିଜିଲାନ୍ସ। ତାଙ୍କ ଠାରୁ ୩ କୋଟି ୧୩ ଲକ୍ଷ ୭୬ ହଜାର ୫୯୯ ଟଙ୍କାର ସଂପତ୍ତି ଠାବ କରାଯାଇଛି। ଏହି ସଂପତ୍ତି ତାଙ୍କ ଆୟ ଠାରୁ ୨୨୧% ଅଧିକ। ଏହି ଘଟଣାରେ ବିଜୟାନନ୍ଦଙ୍କ ପତ୍ନୀଙ୍କ ନାଁରେ ମଧ୍ୟ ଭିଜିଲାନ୍ସ ପକ୍ଷରୁ ମାମଲା ରୁଜୁ କରାଯାଇଛି।
ଗତ ଶନିବାର ଭିଜିଲାନ୍ସ ପକ୍ଷରୁ ବିଜୟାନନ୍ଦଙ୍କର ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଅନ୍ତର୍ଗତ ଡିହାଡ଼ୋଳ ସ୍ଥିତ ୨ ମହଲା କୋଠା ସମେତ ଭୁବନେଶ୍ୱରର ଆଇଗିଣିଆରେ ଥିବା ୩ ମହଲା କୋଠା ଓ ଅନୁଗୋଳର ଶୁଶୁଡ଼ାରେ ଥିବା ୩ ମହଲା ଘରେ ଚଢ଼ାଉ କରାଯାଇଥିଲା। ସେହିପରି ଭୁବନେଶ୍ୱରର ଖଣ୍ଡଗିରି ଅଞ୍ଚଳରେ ଥିବା ବିଜୟାନନ୍ଦଙ୍କ ସରକାରୀ ଅଫିସ୍ ସହିତ ନାଲ୍କୋ ଟାଉନ୍ସିପ୍ରେ ଥିବା ତାଙ୍କ ସଂପର୍କୀୟଙ୍କ ଘର ଓ ପଙ୍ଗାତିରରେ ଥିବା ତାଙ୍କ ଶ୍ୱଶୂର ଘରେ ଚଢ଼ାଉ କରାଯାଇଥିଲା।
ଚଢ଼ାଉ ବେଳେ ବିଜୟାନନ୍ଦଙ୍କର ୧୪ଟି ପ୍ଲଟ୍ ଥିବା ବି ଜଣାପଡ଼ିଥିଲା। ସେଥିରୁ ୧୧ଟି ତାଙ୍କ ଶାଳକ ଓ ଶାଳୀ ନାଁରେ ଥିବା ଜଣାପଡ଼ିଥିଲା। ଏହା ବିଜୟାନନ୍ଦଙ୍କ ବେନାମୀ ସମ୍ପତ୍ତି ବୋଲି ଭିଜିଲାନ୍ସ ସନ୍ଦେହ କରୁଥିବା ବେଳେ ଏନେଇ ଅଧିକ ସୂଚନା ମିଳିନାହିଁ। ସେହିପରି ତାଙ୍କ ଠାରୁ ନଗଦ ୧.୮ ଲକ୍ଷ ଟଙ୍କା ସହିତ ୧୫ ଲକ୍ଷ ଟଙ୍କା ବ୍ୟାଙ୍କ ଜମା ଓ ଗୋଟିଏ ଚାରି ଚକିଆ ଗାଡ଼ି ଜବତ କରାଯାଇଥିଲା।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031