Indus Valley Times

ଇଓଡବ୍ଲୁ ହାତରେ ଏସବିଆଇ ଡେପୁଟି ମ୍ୟାନେଜର, ୮କୋଟି ଠକେଇ ଅଭିଯୋଗରେ ଗିରଫ

 Breaking News

ଇଓଡବ୍ଲୁ ହାତରେ ଏସବିଆଇ ଡେପୁଟି ମ୍ୟାନେଜର, ୮କୋଟି ଠକେଇ ଅଭିଯୋଗରେ ଗିରଫ

ଇଓଡବ୍ଲୁ ହାତରେ ଏସବିଆଇ ଡେପୁଟି ମ୍ୟାନେଜର, ୮କୋଟି ଠକେଇ ଅଭିଯୋଗରେ ଗିରଫ
April 06
14:04 2023

ଭୁବନେଶ୍ବର,୬/୪: କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲୁ) ଜାଲରେ ଫୁଲବାଣୀ ଏସବିଆଇର ଡେପୁଟି ମ୍ୟାନେଜର। ୮ କୋଟି ଟଙ୍କା ଠକେଇ ଏବଂ ଅର୍ଥ ହେରଫେର ମାମଲାରେ ଡେପୁଟି ମ୍ୟାନେଜର ଆଶୁତୋଷ ଆଚାର‌୍ୟ୍ୟଙ୍କୁ କଟକରୁ ଗିରଫ କରିଛି ଇଓଡବ୍ଲୁ। ଗତକାଲି ଗିରଫ ହୋଇଥିବା ଆଶୁତୋଷ ଆଚାର‌୍ୟ୍ୟଙ୍କୁ ଆଜି ଫୁଲବାଣୀ ଏସଡିଜେଏମ କୋର୍ଟରେ ହାଜର କରାଯିବ।
ତାଙ୍କ ବିରୋଧରେ ୪୦୯, ୪୨୦, ୪୬୭, ୪୬୮,୪୭୧ ଓ ୧୨୦ବି ଧାରାରେ ମାମଲା କରାଯାଇଛି। ବ୍ୟାଙ୍କର ରିଜିଓନାଲ ମ୍ୟାନେଜର ଏ ନେଇ ଇଓଡବ୍ଲୁରେ ଅଭିଯୋଗ କରିବା ପରେ ଏହି କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରିଛି ପୁଲିସ। ଏକ୍ସପ୍ରେସ୍ କ୍ରେଡିଟ୍ ଲୋନ୍ ଦେବା ନାଁରେ ୮ କୋଟିରୁ ଉର୍ଦ୍ଧ୍ବ ଟଙ୍କା ଠକେଇ ହୋଇଥିବା ଅଭିଯୋଗ ରହିଛି। ଡେପୁଟି ମ୍ୟାନେଜର ଆଶୁତୋଷ ଆଚାର‌୍ୟ୍ୟ ନକଲି କାଗଜପତ୍ର ଜରିଆରେ ୫୯ ଜଣଙ୍କୁ ଋଣ ଦେଇଥିବା ନେଇ ଅଭିଯୋଗ ହୋଇଛି। ସେ ନିଜର ସଂପର୍କୀୟ ଓ ପରିଚିତ ଲୋକଙ୍କୁ ୮ କୋଟି ୧ ଲକ୍ଷ ୮୭ ହଜାର ଟଙ୍କା ଋଣ ଦେଇଥିବା ଜଣାଯାଇଛି।
୨୦୨୧ ସେପ୍ଟେମ୍ବରରୁ ୨୦୨୨ ସେପ୍ଟେମ୍ବର ମଧ୍ୟରେ ହୋଇଛି ଏହି ଠକେଇର ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ହୋଇଥିବା ଜଣାଯାଇଛି।ଅଭିଯୁକ୍ତ ଡେପୁଟି ମ୍ୟାନେଜରଙ୍କ ଅନୁମୋଦନ କ୍ରମେ ୫୯ ଲୋକଙ୍କୁ ଋଣ ଦିଆଯାଇଥିଲା।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031