Indus Valley Times

ଇଟାମାଟିରୁ ନୟାଗଡ଼ ବିଶାଳ ସାଇକେଲ ଶୋଭାଯାତ୍ରା:ପ୍ରବାଦ ପୁରୁଷଙ୍କ ସ୍ମୃତିରେ ସାଇକେଲ ଶୋଭାଯାତ୍ରା ,ଅରୁଣଙ୍କ ନେତୃତ୍ୱରେ ଦମ ଦେଖାଇଲା ବିଜେଡି

 Breaking News

ଇଟାମାଟିରୁ ନୟାଗଡ଼ ବିଶାଳ ସାଇକେଲ ଶୋଭାଯାତ୍ରା:ପ୍ରବାଦ ପୁରୁଷଙ୍କ ସ୍ମୃତିରେ ସାଇକେଲ ଶୋଭାଯାତ୍ରା ,ଅରୁଣଙ୍କ ନେତୃତ୍ୱରେ ଦମ ଦେଖାଇଲା ବିଜେଡି

ଇଟାମାଟିରୁ ନୟାଗଡ଼ ବିଶାଳ ସାଇକେଲ ଶୋଭାଯାତ୍ରା:ପ୍ରବାଦ ପୁରୁଷଙ୍କ ସ୍ମୃତିରେ ସାଇକେଲ ଶୋଭାଯାତ୍ରା ,ଅରୁଣଙ୍କ ନେତୃତ୍ୱରେ ଦମ ଦେଖାଇଲା ବିଜେଡି
March 13
17:05 2024

ବିଶ୍ୱ ଭୂଷଣ ମହାପାତ୍ରଙ୍କ ରିପୋର୍ଟ
ନୟାଗଡ଼, ୧୩/୩ : ନୟାଗଡ଼ ବିଜୁ ଜନତା ଦଳ ପକ୍ଷରୁ ବିଜୁ ବାବୁଙ୍କ ଜୟନ୍ତୀ ଅବସରରେ ବିଶାଳ ସାଇକେଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି
ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ଶୋଭାଯାତ୍ରାରେ ନୟାଗଡ଼ ବ୍ଲକର ୨୯ ପଞ୍ଚାୟତ ଏବଂ ପୈାର ପରିଷଦର ୩ ହଜାରରୁ ଉର୍ଦ୍ଧ୍ୱ କର୍ମୀ ସାମିଲ ହୋଇଥିଲେ । ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଜଣେ ସାହାସୀ ବ୍ୟକ୍ତିତ୍ୱ ଥିଲେ ।
କଟକରୁ ପେସୱାର ସାଇକେଲରେ ଗସ୍ତ କରିଥିଲେ । ତାଙ୍କର ସ୍ମୃତିକୁ ଉଜ୍ଜ୍ୱିବିତ କରିବା ପାଇଁ ଏହି ସାଇକେଲ ଶୋଭାଯାତ୍ରାର ପରିକଳ୍ପନା କରାଯାଇଥିବା ବିଧାୟକ ଡ. ସାହୁ କହିଥିଲେ । ବିଜୁ ଜନତା ଦଳ ସରକାର ରାଜ୍ୟର ଜନସାଧାରଣଙ୍କ ପାଇଁ ଅନେକ ଜନହିତକର ଯୋଜନା କରିଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୂରଦର୍ଶୀ ଚିନ୍ତାଧାରା ପାଇଁ ସାରା ଭାରତରେ ଓଡ଼ିଶା ସମୃଦ୍ଧିଶାଳୀ ହୋଇ ପାରିଥିବା କହିଥିଲେ ।
ଏହି କାର୍ଯ୍ୟକ୍ରମ ନୟାଗଡ଼ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ ଯୋଗ ଦେଇ ଦଳର ସଂଗଠନକୁ ମଜୁବତ କରିବା ପାଇଁ ନୟାଗଡ଼ ବିଧାୟକ ଡ. ସାହୁଙ୍କ ନିଷ୍ଠା ଓ ପରିଶ୍ରମ ଅନ୍ୟମାନଙ୍କ ପାଇଁ ଉଦାହରଣ ବୋଲି କହିଥିଲେ । ଜଣେ କର୍ତ୍ତବ୍ୟନିଷ୍ଠ ଏବଂ ଜନପ୍ରିୟ ବିଧାୟକ ଭାବେ ସାରା ରାଜ୍ୟରେ ଡ. ସାହୁଙ୍କ ସୁନାମ ରହିଥିବା କହିଥିଲେ ।
କାର୍ଯ୍ୟକ୍ରମରେ ନୟାଗଡ଼ ବ୍ଲକ ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁ, ଜିଲ୍ଲା ପରିଷଦ ସଦସ୍ୟ କ୍ଷୀରୋଦ ମହାପାତ୍ର, ସରୋଜ ରଣସିଂ, ଆଶିଷ ଅଗ୍ରୱାଲ, ସୁବାଷ ଚନ୍ଦ୍ର କହଁର, ପୈାର ପରିଷଦ ଉପାଧ୍ୟକ୍ଷ ଗୁରୁପ୍ରସାଦ ଜେନା, ସମସ୍ତ ପଞ୍ଚାୟତର ସରପଞ୍ଚ ଓ ସମିତିସଭ୍ୟମାନେ ଯୋଗ ଦେଇଥିଲେ ।

ଫାଇଲେରିଆ ବା ବାତଜ୍ଵର ନିରାକରଣ ନିମନ୍ତେ ଏକକାଳୀନ ସାମୁହିକ ଔଷଧ ସେବନ’ କାର୍ଯ୍ୟକ୍ରମ
ନୟାଗଡ଼,୧୩/୩: ତା ୧୦.୦୨.୨୦୨୪ ରିଖ ଠାରୁ ତା ୧୯.୦୨.୨୦୨୪ ରିଖ ପର୍ଯ୍ୟନ୍ତ ଆମ୍ଭ ନୟାଗଡ଼ ଜିଲ୍ଲାର ଦଶପଲ୍ଲା ବ୍ଲକରେ ଫାଇଲେରିଆ ବା ବାତଜ୍ଵର ନିରାକରଣ ନିମନ୍ତେ ‘ଏକକାଳୀନ ସାମୁହିକ ଔଷଧ ସେବନ’ କାର୍ଯ୍ୟକ୍ରମ ହେବାକୁ ଯାଉଅଛି ।
ଏହି କାର୍ଯ୍ୟକ୍ରମ ମାଧ୍ୟମରେ ‘ଡି.ଇ.ସି’ ବଟିକା ସହ ‘ଆଲ୍ବେଣ୍ଡାଜୋଲ’ ବଟିକା ବୟସ ଅନୁପାତରେ ଗୋଟିଏ ମାତ୍ରାର ଔଷଧ ଲୋକମାନଙ୍କୁ ପ୍ରଶିକ୍ଷିତ ଓ ଦକ୍ଷ ଔଷଧ ପ୍ରଦାନକାରୀମାନେ ପ୍ରତ୍ୟକ୍ଷ ଭାବରେ ଖାଇବାକୁ ଦେବେ । ଏହି ଔଷଧ ପ୍ରଦାନକାରୀମାନେ ହେଲେ – ଆଶାକର୍ମୀ, ଅଙ୍ଗନୱାଡିକର୍ମୀ ଓ ସ୍ୱେଚ୍ଛାସେବୀ । ଏହି ଔଷଧ ଏକ ନିରାପଦ ଔଷଧ ଅଟେ ଏବଂ ଏହାର ସାଧାରଣତଃ କୈାଣସି ପାର୍ଶ୍ବ ପ୍ରତିକ୍ରିୟା ନାହିଁ ।
ଏହାକୁ ଯେକୌଣସି ସମୟରେ କିଛି ଖାଦ୍ୟ ଖାଇବା ପରେ ଖାଇବା ଉଚିତ୍ ଓ ଯାହାଙ୍କ ଦେହରେ ପୂର୍ବରୁ ଫାଇଲେରିଆ କୀଟାଣୁ ଥୁବେ ଏହି ଔଷଧ ଖାଇଲା ପରେ ସେହି କୀଟାଣୁ ଗୁଡିକ ତୁରନ୍ତ ମରିଯିବା ହେତୁ ସାମାନ୍ୟ କିଛି ପାର୍ଶ୍ଵ ପ୍ରତିକ୍ରିୟା ଦେଖାଦେଇପାରେ, ଯଥା:- ଦେହରେ ନାଲି ନାଲି ଫଳିଯିବା, ସାମାନ୍ୟ ମୁଣ୍ଡ ବୁଲେଇବା, ବାନ୍ତି ବାନ୍ତି ଲାଗିବା କିମ୍ବା ବାନ୍ତି ହେବା, କୌଣସି ଗଣ୍ଠି ପାଖ ହଠାତ୍ ଫୁଲିଯିବା, ଯାହାକିଛି ସମୟ ପରେ ଆପେ ଆପେ ଭଲ ହୋଇଯାଇଥାଏ । ଏହା କୌଣସି କ୍ଷତିକାରକ ବା ଖରାପ ଲକ୍ଷଣ ନୁହେଁ ।
ଯାହାଙ୍କ ଠାରେ ସେପରି ଦେଖାଦେବ ତାଙ୍କର ଆଶୁ ଚିକିତ୍ସା ବ୍ୟବସ୍ଥା ମଧ୍ୟ ରହିଛି । ସେଥି ପାଇଁ ଜନସାଧାରଣ ବିଚଳିତ ନହେବା ଏବଂ ଔଷଧ ପ୍ରତ୍ୟାଖାନ ନକରିବା ପାଇଁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି । ଆସନ୍ତା ତା ୧୦.୦୨.୨୦୨୪ ରିଖ ଦିବା ୧୦ ଘଟିକା ସମୟରେ ଦଶପଲ୍ଲା ସ୍ଥିତ ଆଦର୍ଶ ବିଦ୍ୟାଳୟ ସ୍କୁଲ ପ୍ରାଙ୍ଗଣରେ ବାତଜ୍ଵର ନିରାକରଣ ନିମନ୍ତେ ଏକକାଳୀନ ସାମୁହିକ ଔଷଧ ସେବନ କାର୍ଯ୍ୟକ୍ରମର ଶୁଭ ଉଦ୍ଦଘାଟନ କରାଯିବ ବୋଲି ସୂଚନା ଦିଆଯାଇଛି। ଏହି କାର‌୍ୟ୍ୟକ୍ରମର ବ୍ୟାପକ ସଚେତନତା ପାଇଁ ରୋଟାରୀ କ୍ଲବ ନୟାଗଡ଼ କାର୍ଯ୍ୟ କରୁଛି।
ନୟାଗଡ଼ ଟାଉନଥାନା ପୁଲିସକୁ ବଡ଼ସଫଳତା
ନୟାଗଡ଼, ୧୩/୩ : ନୟାଗଡ଼ ଟାଉନ ପୋଲିସ ବିଶେଷ ସୁତ୍ରରୁ ଖବର ପାଇ ଜଣେ ବ୍ୟକ୍ତିକୁ ନୟାଗଡ଼ ଟ୍ରାଫିକ୍ ଛକରୁ ସନ୍ଦେହ ଜନକ ଭାବେ ଅଟକ ରଖି ପଚରାଉଚୁରା କରିଥିବା ବେଳେ ତାଙ୍କ ବ୍ୟାଗରୁ ୨୬୯ ଗ୍ରାମ ସୁନା ହାର ଜବତ ହେବା ସହ ୪ଲକ୍ଷ ୮୯ ହଜାର ୧୦୦ ଟଙ୍କା ଟାଉନ ପୁଲିସ ଜବତ କରିଥିଲା।
ଏହି ସବୁ ଚୋରି ସାମଗ୍ରୀ ବୋଲି ଜଣା ପଡିବା ପରେ ଅଟକ ଯୁବକ ପଶ୍ଚିମ ବଙ୍ଗର କୁଲପି ଥାନା ବଡ଼ବଇଡ଼ା ଗ୍ରାମର ନାଜୁରୁଲ୍ ମୋଲାଙ୍କ ପୁଅ ଆଲୋମ୍ଗିରି ମୋଲା ବୋଲି ଜଣାପଡ଼ିଛି। ପଶ୍ଚିମବଙ୍ଗ ଯୁବକ ଠାରୁ ଗୋଟିଏ ସାମସଙ୍ଗ ମୋବାଇଲ ଫୋନ୍, ୧୦ ଗୋଟି ସୁନା ହାର, ୬ ଗୋଟି ସୁନା ଚେନ୍, ୩ ଗୋଟି ସୁନା ରାଣୀ ହାର ଲକେଟ୍, ୬ ଗୋଟି ଆମ୍ବକସି ଲକେଟ୍, ୨୮ ଗୋଟି ସୁନା ଟପ୍ସ, ୨ ଗୋଟି ସୁନା ମୁଦି, ୩ ଗୋଟି କାନ ରିଙ୍ଗ ଓ ୨ ଗୋଟି ସୁନା ପିସ୍ ଜବତ କରିଛନ୍ତି ।
ବିଜୁ ଜନତା ଦଳରେ ୨୮ ପରିବାର ସାମିଲ
ନୟାଗଡ଼,୧୩/୩ : ନୟାଗଡ଼ ନିର୍ବାଚନ ମଣ୍ଡଳୀରେ ବିଜୁ ଜନତା ଦଳ ଦିନକୁ ଦିନ ଶକ୍ତିଶାଳୀ ହେଉଛି । ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁଙ୍କ ନେତୃତ୍ୱ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୀତି ଓ ଆଦର୍ଶକୁ ଗ୍ରହଣ କରି ଅନେକ ବିରୋଧି କର୍ମୀ ଓ ନେତା ବିଜେଡିରେ ସାମିଲ ହେଉଛନ୍ତି ।
ନୟାଗଡ଼ ବିଜୁ ଜନତା ଦଳ କାର୍ଯ୍ୟାଳୟଠାରେ ଶନିବାର ରାତିରେ ନାଟୁଗାଁ ପଞ୍ଚାୟତ ଅନ୍ତର୍ଗତ ଖେଡ଼ବାରଣା ଗ୍ରାମର ଓ ବାଲୁଗାଁ ପଞ୍ଚାୟତ ଖେଡ଼ପଡା ସ୍କିମ ସାହିର ବିଜେପି ଦଳର ଆଗ ଧାଡ଼ିର ନେତା ଓ କର୍ମୀମାନେ ବିଦ୍ଧିବଦ୍ଧ ଭାବେ ବିଜୁ ଜନତା ଦଳରେ ଯୋଗ ଦେଇଛନ୍ତି ।
ବାଉରୀବନ୍ଧୁ ଜେନା, ଚିରଞ୍ଜିବି ରାଉତ, ବିଜୟ କୁମାର ରାଉତ, ହରିବନ୍ଧୁ ଜେନା, ଦାମୋଦର ପ୍ରଧାନ, ବ୍ରାହ୍ମଚାରୀ ମାଝୀ, ଜୟକୃଷ୍ଣ ପ୍ରଧାନ, ଶାନ୍ତନୁ ପ୍ରଧାନ, କାର୍ତ୍ତିକ ପ୍ରଧାନ, ଅଧିକାରୀ ପ୍ରଧାନ, ଘନଶ୍ୟାମ ପ୍ରଧାନ, ଧର୍ମାନନ୍ଦ ଜେନା, ନବକିଶୋର ବେହେରା ଓ ସଜାନାପଡା ଗ୍ରାମ ପବିତ୍ର ପ୍ରଧାନ ଆଜି ବିଜେଡିରେ ଯୋଗ ଦେଇଛନ୍ତି ।
ସେହିପରି ବାଲୁଗାଁ ପଞ୍ଚାୟତ ସ୍କିମ ସାହିର ପତିଆ ବିଶ୍ୱାଳ, ଭଗବାନ ଜେନା, ଛବି ଗୁରୁ, ପ୍ରଶାନ୍ତ ପାତ୍ର, ଜିତୁ ମାଝି, ଜଗନ୍ନାଥ ଗୁରୁ, ଅଭିମନ୍ୟୁ ପାତ୍ର, ନବକିଶୋର ପାତ୍ର, ମାନସ ବିଶ୍ୱାଳ, ପ୍ରହଲ୍ଲାଦ ପାତ୍ର, ନିତ୍ୟାନନ୍ଦ ଗୁରୁ, ପ୍ରଦୀପ୍ତ ମୁଦୁଲି, ପ୍ରଫୁଲ୍ଲ ପାତ୍ର ଓ ପ୍ରଦୀପ ଗୁରୁ ପ୍ରମୁଖ ବିଜେଡ଼ିରେ ଯୋଗ ଦେଇଛନ୍ତି ।
ଆଗାମୀ ଦିନରେ ସମସ୍ତେ ଏକତ୍ରିତ ହୋଇ ନାଟୁଗାଁ ଗ୍ରାମ ପଞ୍ଚାୟତ ଓ ବାଲୁଗାଁ ଗ୍ରାମ ପଞ୍ଚାୟତରେ ବିଜେଡିକୁ ଶକ୍ତିଶାଳୀ କରିବା ପାଇଁ ସଂକଳ୍ପ ବଦ୍ଧ । ଏହି ମିଶ୍ରଣ ପର୍ବରେ ବ୍ଲକ ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁ, ଜିଲ୍ଲା ପରିଷଦ ସୁବାଷ ଚନ୍ଦ୍ର କଁଅର, ଜିଲ୍ଲା ପରିଷଦ ସରୋଜ କୁମାର ରଣସିଂ, ବାଲୁଗାଁ ସରପଞ୍ଚ ମନୋଜ କୁମାର ନାୟକ, ବିଜେଡ଼ି ଜିଲ୍ଲା ଉପ ସଭାପତି ପଦ୍ମ ଚରଣ ଉଦୟଭାନୁ, ନୟାଗଡ଼ ନିର୍ବାଚନ ମଣ୍ଡଳୀ ସଭାପତି ଗଙ୍ଗାଧର ପଣ୍ଡା, ନାଟୁଗାଁ ପଞ୍ଚାୟତର ସମାଜସେବୀ ଭଗବାନ ଜେନା, ବାଲୁଗାଁର ରାଜକିଶୋର ପ୍ରଧାନ ପ୍ରମୁଖ ଉପସ୍ଥିତ ରହିଥିଲେ।
ପରକ୍ରିୟା ପ୍ରୀତିର ସାଙ୍ଘାତିକ ପରିଣତି :ସ୍ୱାମୀକୁ ମାରିଲା ସ୍ତ୍ରୀ ନୟାଗଡ଼ ଜିଲ୍ଲା ଓଡଗାଁ ଥାନା କୋମଣ୍ଡ ଅଂଚଳରେ ନୟାଗଡ଼,୧୩/୩ : ଏକ ଅଭାବନୀୟ ଘଟଣା ଘଟିଥିବା ଦେଖିବାକୁ ମିଳିଛି, ୧୪ ବର୍ଷର ସଂପର୍କକୁ ପଛରେ ପକାଇ ନିଜ ପ୍ରେମିକ ସହ ମିଶି ସ୍ୱାମୀକୁ ଜୀବନରେ ମାରି ଘର ଭିତରେ ପୋତି ଦେଇଛି ସ୍ତ୍ରୀ ଘଟଣାକୁ ୧୦ ଦିନ ବିତିଯାଇଥିଲେ ମଧ୍ୟ ଆଜି ଓଡଗାଁ ପୋଲିସ ଗାଁରେ ପହଂଚି ସ୍ତ୍ରୀ ଓ ଶାଶୁକୁ ଉଠାଇ ଆଣିଥିବାବେଳ ପ୍ରେମିକ ଫେରାର ହେବାକୁ ଚେଷ୍ଟା କରି ପୋଲିସ ଜାଲରେ ଧରାପଡ଼ିଛି ।
ଖବର ଅନୁଯାୟୀ ଓଡଗାଁ ଥାନା ରୋହିବାଙ୍କ ଗ୍ରାମର ଗୋଲକ ଚନ୍ଦ୍ର ନାୟକ ପୁଅ ପ୍ରକାଶ ନାୟକ (୩୭) ବର୍ଷ ଜଣେ ଦିନ ମଜୁରିଆ ଭାବେ କାର୍ଯ୍ୟ କରନ୍ତି ।
୧୪ ବର୍ଷ ପୂର୍ବେ ସେ କୋମଣ୍ଡ ଗ୍ରାମର ନାଟୁଆ ପ୍ରଧାନଙ୍କ ଝିଅ ଜୋଛ୍ନାରାଣୀ ନାୟକ (୩୨)ବର୍ଷ ଙ୍କୁ ବୈଦିକ ରୀତିନୀତିରେ ବିବାହ କରିଥିଲେ ।
ତାଙ୍କର ୭ ବର୍ଷର ଗୋଟିଏ ଝିଅ ଓ ୫ ବର୍ଷର ପୁଅ ଅଛନ୍ତି, କିଛିଦିନ ତଳେ କୌଣସି କାରଣକୁ ନେଇ ସ୍ୱାମୀକୁ ହଟାଇବାକୁ ସ୍ତ୍ରୀ ଓ ପ୍ରେମିକ ଯୋଜନା କରିଥିଲେ ।
ଯୋଜନା ଅନୁଯାୟୀ ସ୍ୱାମୀ ପ୍ରକାଶକୁ ଜୀବନରେ ମାରିଦେଇଥିଲେ । କେହି କିଛି ଜାଣିବା ପୂର୍ବରୁ ଘର ଭିତରେ ଗାତ ଖୋଳି ପୋତି ଦେଇଥିଲେ ।
ତା ଉପରେ ଶିଳ, ଘୋରଣା ଆଦି ମଡ଼ାଇ ରଖିଥିଲେ । ପ୍ରକାଶ ପ୍ରତି ୫ ଦିନରେ ହେଉ ଅବା ୭ ଦିନ ବ୍ୟବଧାନରେ ନିଜ ଘରକୁ ଯାଇ ବାପା ମାଙ୍କ ହାଲଚାଲ ବୁଝି କରି ଆସନ୍ତି ।
କିନ୍ତୁ ୧୦ ଦିନ ହେବ ପ୍ରକାଶ ଘରକୁ ନଯିବାରୁ ପ୍ରକାଶର ବାପା ଗୋଲକ ଏନେଇ ଓଡଗାଁ ଥାନାରେ ନିଖୋଜ ମାମଲା ଦାୟର କରିଥିଲେ । ମାତ୍ର ପୁଅର ଆଧାରକାର୍ଡ ନେଇ ନଥିବାରୁ ଆଣିବା ପାଇଁ ପୁଅର ଶଶୁର ଘରକୁ ଯାଇଥିଲେ ।
କିନ୍ତୁ ଘର ମଧ୍ୟରେ ମାଟି ଗଦା ଓ ଗାତ ଖୋଳା ହେବା ଦେଖି ତାଙ୍କ ମନରେ ସନ୍ଧେହ ପ୍ରକାଶ ପାଇଲା ପରେ ଗୋଲକ ଓଡଗାଁ ଥାନାରେ ପହଂଚି ଲିଖିତ ଅଭିଯୋଗ କରିବା ପରେ ପୋଲିସ କୋମଣ୍ଡ ଗ୍ରାମରେ ପହଂଚି ଖୋଳତାଡ ଆରମ୍ଭ କରି ସ୍ତ୍ରୀ ଓ ଶାଶୁ ଡୁମୁଣୀ ପ୍ରଧାନକୁ ଥାନାକୁ ଆଣି ପଚରା ଉଚୁରା କରୁଥିବା ବେଳେ ଘଟଣାକୁ ସତ ବୋଲି ମାନି ନେଇଥିଲେ ଖବର ପାଇ ପ୍ରେମିକ ଖସି ଯାଉଥିବାବେଳେ ତାକୁ ମାଛିପଡା ନିକଟରୁ ପୋଲିସ କାବୁ କରିନେଇଥିଲା ।
ଏହି ଖବର ପ୍ରକାଶିତ ହେବାପରେ ଶରଣକୂଳ ଏସଡିପିଓ ସୁଧାକର ସାହୁ, ଓଡଗାଁ ଥାନା ଅଧିକାରୀ ରଶ୍ମୀରଞ୍ଜନ ସାହୁ, ତହସିଲଦାର ମାନସ ରଞ୍ଜନ ଭୋଇ, ଏସଆଇ ସ୍ୱାଗତ କୁମାର ଦାଶ ଓ ସାଇଣ୍ଟ୍ରିଫିକ ଟିମ ଘଟଣା ସ୍ଥଳରେ ପହଂଚି ଲୋକଙ୍କ ସହାୟତାରେ ପୋତା ଯାଇଥିବା ଗାତକୁ ଖୋଳି ପ୍ରକାଶର ଶବକୁ ବାହାର କରିଛନ୍ତି ।
ଗଣିଆ ଉନ୍ନୟନ କମିଟି ଓ ନାବାର୍ଡ, ନାଵ faoundationମିଳିତ ଭାବରେ ଆଜି ଘଡୁଆଲ ଗ୍ରାମ ପଞ୍ଚାୟତ ଠାରେ ୧୫୦ ଚାଷୀ ମାନଙ୍କୁ ନେଇ ଆର୍ଥିକ ସାକ୍ଷାରତ କର୍ମ ସାଳା ପ୍ରଥ ପ୍ରାନ୍ତ ନାଟକ ଓ ସଚେତନ ରଥ ଅନୁଷ୍ଠିତ
ନୟାଗଡ଼,୧୩/୩: ଗଣିଆ ଉନ୍ନୟନ କମିଟି ଓ ନାବାର୍ଡ, ନାଵ faoundationମିଳିତ ଭାବରେ ଆଜି ଘଡୁଆଲ ଗ୍ରାମ ପଞ୍ଚାୟତ ଠାରେ ୧୫୦ ଚାଷୀ ମାନଙ୍କୁ ନେଇ ଆର୍ଥିକ ସାକ୍ଷାରତ କର୍ମ ସାଳା ପ୍ରଥ ପ୍ରାନ୍ତ ନାଟକ ଓ ସଚେତନ ରଥ ଅନୁଷ୍ଠିତ
ହୋଇଥିଲା ।
ଏହା ପରେ ସଚେତନତା ରଥ ର ୨୦ ଟି ଗ୍ରାମରେ ବୁଲିବା ପାଇଁ ଶୁଭ ଉଧାଘାଟଣା ହୋଇଥିଲା ।
କୃଷି ବଜାର ସ୍ଥାନରେ ଗ୍ରାମୀଣ ସଶକ୍ତି କରଣ ପାଇଁ ଡ଼ିଜିଟାଇଜେସନ
ଭାରତର ଗ୍ରାମଞ୍ଚଳରେ ଡିଜିଟାଲ କାରବାର ବ୍ୟବସ୍ଥାର କମ୍ ଗ୍ରହଣୀୟତା ରହିଅଛି । ଆର୍ଥିକ ସ୍ୱାକ୍ଷରତାର ଅଭାବ ଏବଂ ପରିପକ୍ବ ଦେୟ ଗ୍ରହଣ ଭିତ୍ତିଭୂମିର ଅଭାବ ଏହାର ମୂଖ୍ୟ କାରଣ ଅଟେ ।
ଏହି ପରିପ୍ରେକ୍ଷୀରେ ଡିଜିଟାଲ କାରବାର ଉପରେ ସଚେତନତା ସୃଷ୍ଟି କରିବା ପାଇଁ ମଣ୍ଡି / ବଜାର ସ୍ଥାନକୁ ଚିହ୍ନଟ କରି ଏକ ସାମଗ୍ରିକ ଉପାୟ ଅବଲମ୍ବନ କରାଯିବା ଆବଶ୍ୟକ।
କାର୍ଯ୍ୟକ୍ରମର ମୂଖ୍ୟ ଉଦ୍ଦେଶ୍ୟ
ବିଭିନ୍ନ ଆର୍ଥିକ ଉତ୍ପାଦ ଓ ସେବା ଉପରେ ଉପଭୋକ୍ତା ସଚେତନତା ।
ଞ୍ଚ ଡିଜିଟାଲ ଦେୟ ଭିତ୍ତିଭୂମିର ବ୍ୟବହାର ବୃଦ୍ଧି।
ଞ୍ଚ ଡିଜିଟାଲ ଦେୟ ସମ୍ବନ୍ଧୀୟ ବିପଦ ଓ ଏହାର ମୁକାବିଲା ଉପରେ ସଚେତନତା ସୃଷ୍ଟି
ଞ୍ଚଞ୍ଚ ପରମ୍ପରାକୁ ପରିବର୍ତ୍ତନ କରିବା, ପ୍ରଯୁକ୍ତି ବିଦ୍ୟାକୁ ଆପଣାଇବା ଟଙ୍କା ଗ୍ରହଣ ପାଇଁ କୌଣସି କ୍ୟୁ.ଆର.କୋଡ଼ ସ୍କାନ କରିବା ନାହିଁ
କୌଣସି ଅଜଣା ଲିଙ୍କ ଉପରେ କ୍ଲିକ୍ କରିବା ପୂର୍ବରୁ ଯାଞ୍ଚ କରିବା।
ଅନଲାଇନ କାରବାର କରିବା ସମୟରେ ସର୍ବସାଧାରଣ ଓ୍ବାଇ ଫାଇ ବ୍ୟବହାର କରି ବାଠାରୁ ଦୂରରେ ରହିବା
UPI ମାଧ୍ୟମରେ ଟଙ୍କା ଗ୍ରହଣ କରିବା ସମୟରେ କେବେବି ଆମ୍ଭର ପିନ୍ ନମ୍ବର ଦେବା ନାହିଁ
ଟଙ୍କା ଦେବା ଆରମ୍ଭ କରିବା ପୂର୍ବରୁ ପ୍ରାପ୍ତିକାରୀଙ୍କ ନାମ ଯାଞ୍ଚ କରିବା।
ଫୋନ ଦ୍ୱାରା ପଚରାଯାଉଥିବା କୌଣସି PIN, Password କିମ୍ବା OTP ଅନ୍ୟକୁ ଜଣାଇବା ନାହି ।
କେ.ଓ୍ୱାଇ.ସି ଯାଞ୍ଚ କିମ୍ବା ଆକାଉଣ୍ଟ ବ୍ଲକ୍ ସମ୍ବନ୍ଧୀୟ କୌଣସି କଲ’ର ଉତ୍ତର ଦେବାନାହିଁ।
ବ୍ୟାଙ୍କ ପ୍ରତିନିଧୂ ଭାବରେ ପରିଚୟ ଦେଇ ଆକାଉଣ୍ଟ କିମ୍ବା କାର୍ଡ଼ର ତଥ୍ୟମାଗୁଥିବା ବ୍ୟକ୍ତିଙ୍କୁ କୌଣସି ସୂଚନା ଦେବାନାହିଁ।
( ସାବଧାନ ରୁହନ୍ତୁ, ସଚେତନ ହୁଅନ୍ତୁ, ସୁରକ୍ଷିତ ରୁହନ୍ତୁ)
ଏହି କାର୍ଯ୍ୟକ୍ରମରେ ଏଲଡିମ ଶସୀ ଶେଖର ପଟନାୟକ, ନାବାର୍ଡ ଡ଼ିଡ଼ି ଏମ ତୃପ୍ତି ତାପସୀ, ଗଣିଆ ଉନ୍ନୟନ କମିଟି ସଭାପତି ଉସାରାଣୀ ପଟ୍ଟନାୟକ, ମଣ୍ଡି ଅଧିକାରୀ ପ୍ରଭାସ କୁମାର ସାହୁ, ସରପଞ୍ଚ ଘଡୁଆଲ ସଂଯୁକତା ମହାପାତ୍ର ଙ୍କ ଦ୍ୱାରା ବିଭିନ୍ନ ପୋଷ୍ଟର ଓ ଲିଫିଲେଟ ଉନ୍ମୋଚନ କରା ଯାଇଥିଲା ।

About Author

indadmin

indadmin

Related Articles

Archives

Calendar

May 2024
M T W T F S S
 12345
6789101112
13141516171819
20212223242526
2728293031