Indus Valley Times

ଇଫକୋ ପକ୍ଷରୁ ଗୋମଙ୍ଗଳ ସମିତିକୁ ଗୋଖଦ୍ୟ ପ୍ରଦାନ

 Breaking News

ଇଫକୋ ପକ୍ଷରୁ ଗୋମଙ୍ଗଳ ସମିତିକୁ ଗୋଖଦ୍ୟ ପ୍ରଦାନ

ଇଫକୋ ପକ୍ଷରୁ ଗୋମଙ୍ଗଳ ସମିତିକୁ ଗୋଖଦ୍ୟ ପ୍ରଦାନ
November 27
09:22 2022

By Pravakar Sahoo

ପାରାଦୀପ,୨୬/୧୧: କେନ୍ଦ୍ରାପଡାରେ ଥିବା ଶ୍ରୀଶ୍ରୀ ସିଦ୍ଧବଳଦେବ ଜିଉ ଗୋମଙ୍ଗଳ ସମିତିକୁ ପାରାଦୀପ ଇଫକୋ ପକ୍ଷରୁ ଗୋଖାଦ୍ୟ ପ୍ରଦାନ କରାଯାଇଛି । ଏହି ଗୋମଙ୍ଗଳ ସମିତିରେ ୬୦ରୁ ଉର୍ଦ୍ଧ୍ୱ ଗାଇଗୋରୁ ରହୁଥିବା ବେଳେ ଆର୍ଥିକ ସଂକଟ ଯୋଗୁଁ ସେମାନଙ୍କୁ ସଠିକ ଭାବେ ଗୋଖାଦ୍ୟ ଯୋଗାଯାଇ ପାରୁ ନଥିବାରୁ ସମିତି ପକ୍ଷରୁ ଇଫକୋ ପାରାଦୀପ ୟୁନିଟର ନିର୍ଦ୍ଦେଶକ କେ.ଜେ.ପଟେଲଙ୍କୁ ସହଯୋଗ ନିମନ୍ତେ ଅନୁରୋଧ କରାଯାଇଥିଲା ।

ଏହି ମର୍ମରେ ଇଫକୋ କର୍ତୃପକ୍ଷ ତୁରନ୍ତ ଦୁଇ ଟନରୁ ଉର୍ଦ୍ଧ୍ୱ ଗୋଖାଦ୍ୟ ସାମଗ୍ରୀ ଏହି ଗୋମଙ୍ଗଳ ସମିତିକୁ ପ୍ରଦାନ କରିଥିଲେ । ଇଫକୋ ଲୋକ ସମ୍ପର୍କ ଅଧିକାରୀ ପ୍ରଶନ୍ନ କୁମାର ବେଉରାଙ୍କ ନେତୃତ୍ୱରେ ଏକ ଟିମ ସେଠାରେ ପହଁଚି ସମିତିର ସଭାପତି ଫକିର ଚରଣ ଖଟୁଆ, ସମ୍ପାଦକ ସୁଶିଲ କୁମାର ସାମଲ ଏବଂ ଅନ୍ୟ ସଦସ୍ୟଙ୍କ ଉପସ୍ଥିତିରେ ଏହି ସାମଗ୍ରୀ ପ୍ରଦାନ କରିଥିଲେ । ସୂଚନା ଥାଉକି, ଜଗତସିଂହପୁର ଓ କେନ୍ଦ୍ରାପଡା ଜିଲ୍ଲା ସମେତ ଓଡିଶାର ବିଭିନ୍ନ ସ୍ଥାନରେ ଇଫକୋ ପକ୍ଷରୁ ଏଭଳି ଜନମଙ୍ଗଳକାରୀ କାର୍ଯ୍ୟ ଜାରୀ ରହିଛି ବୋଲି ଶ୍ରୀ ବେଉରା କହିଛନ୍ତି ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031