Indus Valley Times

ଇରାକରେ ଆମେରିକୀୟ ଦୂତାବାସ ଉପରେ ଖସିଲା ୬ ରକେଟ୍! ପରିସରରେ ଭୟାବହ ଅଗ୍ନିକାଣ୍ଡ

 Breaking News

ଇରାକରେ ଆମେରିକୀୟ ଦୂତାବାସ ଉପରେ ଖସିଲା ୬ ରକେଟ୍! ପରିସରରେ ଭୟାବହ ଅଗ୍ନିକାଣ୍ଡ

ଇରାକରେ ଆମେରିକୀୟ ଦୂତାବାସ ଉପରେ ଖସିଲା ୬ ରକେଟ୍! ପରିସରରେ ଭୟାବହ ଅଗ୍ନିକାଣ୍ଡ
March 13
10:28 2022

ନୂଆଦିଲ୍ଲୀ, ୧୩/୩: ଇରାକରେ ଥିବା ଆମେରିକା ଦୂତାବାସ ଉପରେ ଭୟଙ୍କର ଆକ୍ରମଣ। କ୍ୟାମ୍ପସ ଉପରକୁ ଘନ ଘନ ମିସାଇଲ୍ ମାଡ ହୋଇଛି। ବାଲାଷ୍ଟିକ ମିସାଇଲ ମାଡ ପରେ ଦୂତାବାସ ପରିସରେ ଭୟଙ୍କର ଧରଣର ନିଆଁ ଲାଗିଛି। ଇଷ୍ଟର୍ଣ୍ଣ ୟୁରୋପିୟନ୍ ମିଡିଆ ନେକ୍ଟା ମୁତାବକ, ଇରାନ୍ ଅଞ୍ଚଳରୁ ଏରବିଲ୍ ଉପରେ ରକେଟ୍ ହମଲା ହୋଇଛି।
ଇରାକର ସୁରକ୍ଷା ବାହିନୀର ଅଧିକାରୀମାନେ କହିଛନ୍ତି ଯେ, ଶନିବାର ବିଳମ୍ବିତ ରାତିରେ ହୋଇଥିବା ଏହି ଆକ୍ରମଣରେ କେତେ ଜଣ ମୃତାହତ ହୋଇଛନ୍ତି ସେ ସମ୍ପର୍କରେ କୌଣସି ଖବର ନାହିଁ।
ସେପଟେ ଆଉ କିଛି ଇରାନର ସମାଚାର ଏଜେନ୍ସି ଇରାକର ଏର୍ବିଲରେ ଥିବା ଆମେରିକାର ଦୂତାବାସ ଉପରେ ୬ଟି ବାଲିଷ୍ଟିକ୍ ମିସାଇଲ ମାଡ କରାଯାଇଥିବା ନେଇ ସ୍ପଷ୍ଟ କରିଛନ୍ତି। ପ୍ରାଥମିକ ରିପୋର୍ଟ ଅନୁଯାୟୀ, ଇରବିଲ୍ ଆଡକୁ ତାବ୍ରିଜ୍ ଇରାନର ଖାସାବାଦ ବେସରୁ ୬ ଟି ଫତେହ -୧୦୧ କ୍ଷେପଣାସ୍ତ୍ର ବୋଧହୁଏ ଉତକ୍ଷେପଣ କରାଯାଇଛି। ଅନ୍ୟପକ୍ଷରେ ଆମେରିକାର ସୈନ୍ୟବାହିନୀ ଏହି ଆକ୍ରମଣ ସମ୍ପର୍କରେ ତୁରନ୍ତ କିଛି କହିବାକୁ ମନା କରିଦେଇଛନ୍ତି।
ତେବେ ଆମେରିକା ଦୂତାବାସ ଉପରେ କିଏ ଏହି ରକେଟ୍ ମାଡ କରିଛି? ସେ ନେଇ ବର୍ତ୍ତମାନ ଯାଏଁ କିଛି ସ୍ପଷ୍ଟ ହୋଇନାହିଁ। ଗତ ସପ୍ତାହରେ ସିରିଆରେ ଇସ୍ରାଏଲର ଏକ ଏୟାର ଷ୍ଟ୍ରାଇକ୍ରେ ଦୁଇଜଣ ଇସଲାମିକ୍ ରିଭୋଲ୍ୟୁସନାରୀ ଗାର୍ଡ କର୍ପସ (ଆଇଆରଜିସି) ଅଧିକାରୀଙ୍କ ମୃତ୍ୟୁ ହେତୁ ଇରାନ ପ୍ରତିଶୋଧ ନେବାକୁ ଧମକ ଦେଇଛି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031