Indus Valley Times

ଇ- ଯାନ ପଲିସିକୁ ମଞ୍ଜୁରୀ ଦେଲା ରାଜ୍ୟ କ୍ୟାବିନେଟ୍‌; ୧ ଲକ୍ଷ ଟଙ୍କା ଯାଏଁ ମିଳିବ ରିହାତି

 Breaking News

ଇ- ଯାନ ପଲିସିକୁ ମଞ୍ଜୁରୀ ଦେଲା ରାଜ୍ୟ କ୍ୟାବିନେଟ୍‌; ୧ ଲକ୍ଷ ଟଙ୍କା ଯାଏଁ ମିଳିବ ରିହାତି

August 27
20:38 2021

ଭୁବନେଶ୍ୱର, ୨୭/୮: ବିଦ୍ୟୁତ ଚାଳିତ ଗାଡ଼ି ବା ଇ-ଯାନ ପଲିସିକୁ ମଞ୍ଜୁରୀ ଦେଇଛି ରାଜ୍ୟ କ୍ୟାବିନେଟ୍ । ପ୍ରଦୂଷଣ ରୋକିବାକୁ ଇ-ଯାନ ପଲିସୀ ଆପଣାଇଛି ଓଡ଼ିଶା । ବିଦ୍ୟୁତ ଚାଳିତ ଯାନକୁ ଲୋକପ୍ରିୟ କରିବାକୁ ଯୋଜନା କରାଯାଇଛି । ବିଦ୍ୟୁତ ଚାଳିତ ଯାନ କିଣିବା ପାଇଁ ସରକାର ଦେବେ ପ୍ରୋତ୍ସାହନ ।
ଦୁଇ ଚକିଆ ଯାନ ପାଇଁ ୫ ହଜାର ଟଙ୍କାର ରିହାତି ଦିଆଯିବା ବ୍ୟବସ୍ଥା ରହିଛି । ସେହିପରି ତିନି ଚକିଆ ପାଇଁ ୧୨ ହଜାର ଓ ୪ ଚକିଆ ପାଇଁ ସର୍ବାଧିକ ୧ ଲକ୍ଷ ଟଙ୍କା ରିହାତି ମିଳିପାରେ ।
ସରକାରୀ ଅଫିସ୍ ଓ କମ୍ପାନୀ ବିଦ୍ୟୁତ ଚାଳିତ ଯାନ କିଣିଲେ ରିହାତି ଅଧିକ ମିଳିବ ବୋଲି ପଲିସିରେ ରହିଛି । ଏହାସହ ରୋଡ୍ ଟ୍ୟାକ୍ସ ଓ ପଞ୍ଜିକରଣ ଫି ଛାଡ କରାଯାଇପାରେ । ସେହିପରି ବିଦ୍ୟୁତ ଚାଳିତ ଯାନ ନିର୍ମାଣକୁ ପ୍ରୋତ୍ସାହିତ କରାଯିବ ।
ବିଦ୍ୟୁତ ଚାଳିତ ଯାନର ଯନ୍ତ୍ରାଂଶ ଓ ବ୍ୟାଟେରୀ ପ୍ରସ୍ତୁତିକୁ ମଧ୍ୟ ପ୍ରୋତ୍ସାହିତ କରାଯିବ । ରାଜ୍ୟ ସରକାରୀ କର୍ମଚାରୀ ବିଦ୍ୟୁତ ଚାଳିତ ଯାନ କିଣିଲେ ଶତ ପ୍ରତିଶତ ସୁଧ ମୁକ୍ତ ଋଣ ପ୍ରଦାନ କରାଯିବ । ଏ ନେଇ ଇ-ଯାନ ପଲିସୀରେ ମୋହର ମାରିଛି କ୍ୟାବିନେଟ୍ । ଏହାସହ ୧୪ଟି ପ୍ରସ୍ତାବକୁ ମଞ୍ଜୁରୀ ଦେଇଛି ରାଜ୍ୟ କ୍ୟାବିନେଟ୍।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031