Indus Valley Times

ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ପରେ ହଟିଲେ ସଚିବ, ବିଷ୍ଣୁପଦ ସେଠୀଙ୍କ ଜାଗାରେ ଅରବିନ୍ଦ ଅଗ୍ରଓ୍ଵାଲଙ୍କୁ ଦାୟିତ୍ଵ

 Breaking News

ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ପରେ ହଟିଲେ ସଚିବ, ବିଷ୍ଣୁପଦ ସେଠୀଙ୍କ ଜାଗାରେ ଅରବିନ୍ଦ ଅଗ୍ରଓ୍ଵାଲଙ୍କୁ ଦାୟିତ୍ଵ

ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ପରେ ହଟିଲେ ସଚିବ, ବିଷ୍ଣୁପଦ ସେଠୀଙ୍କ ଜାଗାରେ ଅରବିନ୍ଦ ଅଗ୍ରଓ୍ଵାଲଙ୍କୁ ଦାୟିତ୍ଵ
June 09
20:28 2023

ଭୁବନେଶ୍ୱର,୯/୬ : ଉଚ୍ଚଶିକ୍ଷା ବିଭାଗର ମନ୍ତ୍ରୀ ରୋହିତ ପୂଜାରୀଙ୍କୁ ବହିଷ୍କାର କରାଯିବାର କିଛି ଘଣ୍ଟା ମଧ୍ୟରେ ଉଚ୍ଚଶିକ୍ଷା ବିଭାଗର ପ୍ରମୁଖ ସଚିବ ବିଷ୍ଣୁପଦ ସେଠୀଙ୍କୁ ସମସ୍ତ ଦାୟିତ୍ୱରୁ ହଟାଇ ଦିଆଯାଇଛି । ତାଙ୍କୁ ପନିସମେଂଟ ସ୍ୱରୂପ ସାଧାରଣ ପ୍ରଶାସନ ବିଭାଗରେ ଓଏସଡି ଭାବେ ଅବସ୍ଥାପିତ କରାଯାଇଛି। ଗୋଟିଏ ଦିନରେ ଉଚ୍ଚଶିକ୍ଷା ବିଭାଗର ଉଭୟ ମନ୍ତ୍ରୀ ଓ ସଚିବଙ୍କୁ ବିତାଡ଼ିତ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେବାକୁ ନେଇ ଏବେ ସାଧାରଣରେ ଚର୍ଚ୍ଚା।
ଆଜି ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ ଉଚ୍ଚଶିକ୍ଷା ବିଭାଗର ପ୍ରମୁଖ ସଚିବ ତଥା ଓଏଚପିସି ଅଧ୍ୟକ୍ଷ ୧୯୯୫ ବ୍ୟାଚ୍ ଆଇଏଏସ୍ ବିଷ୍ଣୁପଦ ସେଠୀଙ୍କ ସବୁ ଦାୟିତ୍ୱ କାଢ଼ି ନିଆଯାଇ ସାଧାରଣ ପ୍ରଶାସନ ବିଭାଗର ଅଫିସର ଅନ୍ ସ୍ପେଶାଲ ଡ୍ୟୁଟି(ଓଏସଡି) ଭାବେ ବଦଳି କରାଯାଇଛି । ଶ୍ରୀ ସେଠୀ ଏବେ କେବଳ ବିନା କାର‌୍ୟ୍ୟରେ ସାଧାରଣ ପ୍ରଶାସନ ବିଭାଗରେ ହାଜିରା ପକାଇବେ।
ସେହିପରି ଅର୍ଥ ବିଭାଗର ପ୍ରମୁଖ ସଚିବ ୧୯୯୬ ବ୍ୟାଚ୍ ଆଇଏଏସ୍ ବିଶାଳ କୁମାର ଦେବଙ୍କୁ ଅତିରିକ୍ତ ଭାବେ ଓଡ଼ିଶା ଜଳବିଦ୍ୟୁତ ନିଗମ(ଓଏଚପିସି) ଅଧ୍ୟକ୍ଷ ଭାବେ ଦାୟିତ୍ୱ ମିଳିଛି । ସେହିପରି ୨୦୦୭ ବ୍ୟାଚ୍ ଆଇଏଏସ୍ ଅରବିନ୍ଦ ଅଗ୍ରୱାଲଙ୍କୁ ଉଚ୍ଚଶିକ୍ଷା ବିଭାଗର କମିଶନର ତଥା ସଚିବ ଭାବେ ବଦଳି କରାଯାଇଛି ।
ଏହି ନୂଆ ଦାୟିତ୍ୱ ସହ ଶ୍ରୀ ଅଗ୍ରୱାଲ ଗ୍ରାମ୍ୟ ଉନ୍ନୟନ ବିଭାଗ ନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଇବେ । ଶ୍ରୀ ଅଗ୍ରୱାଲ ଏବେ ସାମାଜିକ କଲ୍ୟାଣ ନିର୍ଦ୍ଦେଶକ ଭାବେ କାର‌୍ୟ୍ୟ କରୁଥିବାବେଳେ ମହିଳା ବିକାଶ ସମବାୟ ନିଗମ ପରିଚାଳନା ନିର୍ଦ୍ଦେଶକ ଓ ଗ୍ରାମ୍ୟ ଉନ୍ନୟନ ବିଭାଗର ନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଉଛନ୍ତି।
ସୂଚନାଯୋଗ୍ୟ, ଗୋଟିଏ ଦିନରେ ଉଚ୍ଚଶିକ୍ଷା ବିଭାଗର ମନ୍ତ୍ରୀ ଓ ସଚିବଙ୍କୁ ବିଦା କରି ସରକାର ସମ୍ପୃକ୍ତ ବିଭାଗରେ କୌଣସି ବଡ଼ଧରଣର କେଳେଙ୍କାରୀରେ ସେମାନଙ୍କ ସମ୍ପୃକ୍ତି ରହିଥିବା ଆଡ଼କୁ ଇଙ୍ଗିତ କରିଥିବା ଚର୍ଚ୍ଚା ହେଉଛି।

About Author

indadmin

indadmin

Related Articles

Archives

Calendar

May 2024
M T W T F S S
 12345
6789101112
13141516171819
20212223242526
2728293031