Indus Valley Times

ଉଜ୍ଜଳା ହିତାଧିକାରୀଙ୍କ ପାଇଁ ପାର୍ବଣ ଉପହାର ! ମିଳିବ ଏଲପିଜି ସିଲିଣ୍ଡର ପିଛା ମିଳିବ ୩୦୦ ଟଙ୍କାର ସବସିଡି

 Breaking News

ଉଜ୍ଜଳା ହିତାଧିକାରୀଙ୍କ ପାଇଁ ପାର୍ବଣ ଉପହାର ! ମିଳିବ ଏଲପିଜି ସିଲିଣ୍ଡର ପିଛା ମିଳିବ ୩୦୦ ଟଙ୍କାର ସବସିଡି

ଉଜ୍ଜଳା ହିତାଧିକାରୀଙ୍କ ପାଇଁ ପାର୍ବଣ ଉପହାର ! ମିଳିବ ଏଲପିଜି ସିଲିଣ୍ଡର ପିଛା ମିଳିବ ୩୦୦ ଟଙ୍କାର ସବସିଡି
October 04
17:17 2023

ନୂଆଦିଲ୍ଲୀ,୪/୧୦: ମୁଦ୍ରାସ୍ଫୀତି ସମୟରେ ସାଧାରଣ ଲୋକଙ୍କୁ ଆଶ୍ୱସ୍ତି ଦେଲେ ସରକାର। ଉଜ୍ୱଳା ଯୋଜନା ଅଧୀନରେ ନିଆଯାଇଥିବା ଏଲପିଜି ସିଲିଣ୍ଡର ଉପରେ ସବସିଡି ବୃଦ୍ଧି କରିଛନ୍ତି କେନ୍ଦ୍ରସରକାର। ଏଣିକି ସିଲିଣ୍ଡର୍ ପିଛା ୩୦୦ ଟଙ୍କା ସବସିଡି ମିଳିବ।
ପ୍ରଧାନମନ୍ତ୍ରୀ ଉଜ୍ୱଳା ଯୋଜନା ଅଧୀନରେ ୯.୬ କୋଟି ହିତାଧିକାରୀ ଏହି ସୁବିଧାର ଲାଭବାନ ହୋଇପାରିବେ। କ୍ୟାବିନେଟ ନିଷ୍ପତ୍ତି ପରେ ସିଲିଣ୍ଡର ପିଛା ୩୦୦ ଟଙ୍କା ସବସିଡି ଘୋଷଣା କରାଯାଇଛି।
ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକ ପରେ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର ଏହି ସୂଚନା ଦେଇଛନ୍ତି। ଉଜ୍ୱଳା ହିତାଧିକାରୀମାନେ ବର୍ତ୍ତମାନ ୧୪.୨ କିଲୋଗ୍ରାମ ଏଲପିଜି ସିଲିଣ୍ଡର ପାଇଁ ୭୦୩ ଟଙ୍କା ଦେଉଥିବାବେଳେ ଏହାର ବଜାର ମୂଲ୍ୟ ୯୦୩ ଟଙ୍କା ରହିଛି।
କେନ୍ଦ୍ର କ୍ୟାବିନେଟର ଏହି ନିଷ୍ପତ୍ତି ପରେ ସେମାନେ ୬୦୩ ଟଙ୍କାରେ ସିଲିଣ୍ଡର ପାଇବେ। କିଛିଦିନ ପୂର୍ବରୁ ଉଜ୍ୱଳା ଯୋଜନାର ହିତାଧିକାରୀଙ୍କୁ ସିଲିଣ୍ଡର ପିଛା ୨୦୦ ଟଙ୍କା ସବସିଡି ମିଳିଥିଲା।

About Author

indadmin

indadmin

Related Articles

Archives

Calendar

May 2024
M T W T F S S
 12345
6789101112
13141516171819
20212223242526
2728293031