Indus Valley Times

ଉଜ୍ଜ୍ବଳ ଭାରତ ଉଜ୍ଜ୍ୱଳ ଭବିଷ୍ୟତ କାର୍ଯ୍ୟକ୍ରମ ନୟାଗଡ଼ ବିଦ୍ୟୁତ ବିଭାଗ ପକ୍ଷରୁ ଅନୁଷ୍ଠିତ

 Breaking News

ଉଜ୍ଜ୍ବଳ ଭାରତ ଉଜ୍ଜ୍ୱଳ ଭବିଷ୍ୟତ କାର୍ଯ୍ୟକ୍ରମ ନୟାଗଡ଼ ବିଦ୍ୟୁତ ବିଭାଗ ପକ୍ଷରୁ ଅନୁଷ୍ଠିତ

July 28
20:12 2022

କିଶୋର ମହାପାତ୍ରଙ୍କ ରିପୋର୍ଟ
ନୟାଗଡ଼,୨୮/୭: ନୟାଗଡ଼ ଡିଆରଡିଏ ସୃଜନ ଗୃହ ରେ ଜିଲ୍ଲାସ୍ତରୀୟ ଉଜ୍ଜ୍ୱଳ ଭାରତ ଉଜ୍ଜ୍ୱଳ ଭବିଷ୍ୟତ ମହୋତ୍ସବ ବିଦ୍ୟୁତ ବିଭାଗ ଓ ରାଜ୍ୟ ସରକାରଙ୍କ ମିଳିତ ସହଯୋଗରେ ପାଳିତ ହୋଇଯାଇଛି।
ଏହି ସମାରୋହରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ ଯୋଗଦେଇଥିବା ବେଳେ ଅନ୍ୟତମ ଅତିଥି ଭାବେ ନୟାଗଡ଼ ମ୍ୟୁନିସିପାଲଟି ଅଧ୍ୟକ୍ଷା ନିରୁପମା ଖଟେଇ, ପିଡି ଡିଆରଡିଏ ସୁବାସ ଚନ୍ଦ୍ର ରାୟ,ଓ ବିଦ୍ୟୁତ ବିଭାଗରେ ଉଚ୍ଚପଦସ୍ଥ ଅଧିକାରୀ ମାନେ ଯୋଗଦେଇଥିଲେ।
ଦେଶର ୭୫ ବର୍ଷ ପାଳନ ଅବସରରେ ଜାରି ରହିଥିବା ଆଜାଦିକା ଅମୃତ ମହୋତ୍ସବ ର ଆଭିମୁଖ୍ୟ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ।
କେନ୍ଦ୍ର ଓ ରାଜ୍ୟ ସରକାର ଶକ୍ତି ବିଭାଗ ପକ୍ଷରୁ ପ୍ରସ୍ତୁତି କରାଯାଇଥିବା ବିଦ୍ୟୁତ ଉତ୍ପାଦନ, ସେବା ଏବଂ ବିଦ୍ୟୁତ ସଂରକ୍ଷଣ ସମ୍ପର୍କରେ ସମାରୋହରେ ଉପସ୍ଥିତ ଥିବା ମହିଳା ଏସଏସଜି କର୍ମକର୍ତ୍ତା ଙ୍କ ସମ୍ମୁଖରେ ପ୍ରଦର୍ଶିତ କରିଥିଲେ।
କାର୍ଯ୍ୟକ୍ରମ କୁ ଲୋକାଭିମୁଖୀ କରିବା ନିମନ୍ତେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ସହ କିଭଳି ଉପଭୋକ୍ତା ମାନଙ୍କୁ ନିରବଚ୍ଛିନ୍ନ ଭାବେ ବିଦ୍ୟୁତ ସେବା ଯୋଗାଇ ଦିଆଯାଇପାରିବ ସେଥିପ୍ରତି ଗୁରୁତ୍ୱାରୋପ କରାଯାଇଥିଲା।

About Author

indadmin

indadmin

Related Articles

Archives

Calendar

June 2024
M T W T F S S
 12
3456789
10111213141516
17181920212223
24252627282930