Indus Valley Times

ଉଠା ଜଳସେଚନ ପ୍ରକଳ୍ପ ଉପରେ ଅସନ୍ତୋଷ ବରଗଡ ଜିଲ୍ଲାର ଚାଷୀ

 Breaking News

ଉଠା ଜଳସେଚନ ପ୍ରକଳ୍ପ ଉପରେ ଅସନ୍ତୋଷ ବରଗଡ ଜିଲ୍ଲାର ଚାଷୀ

ଉଠା ଜଳସେଚନ ପ୍ରକଳ୍ପ ଉପରେ ଅସନ୍ତୋଷ ବରଗଡ ଜିଲ୍ଲାର ଚାଷୀ
April 29
16:21 2023

ବରଗଡ,29/4:  ରାଜ୍ୟ ସରକାରଙ୍କ ଗଙ୍ଗାଧର ମେହେର ଉଠା ଜଳସେଚନ ପ୍ରକଳ୍ପ ଉପରେ ଅସନ୍ତୋଷ ବରଗଡ ଜିଲ୍ଲାର ଚାଷୀ | ଚାଷୀଙ୍କ ପାଇଁ କରାଯାଉଥିବା ପ୍ରକଳ୍ପ କୁନେଇ ଏବେ ଖୋଦ ଚାଷୀଙ୍କ ଭିତରେ ଲାଗିରହିଛି ବିରୋଧାଭାଷ | ଚାଷୀଙ୍କ ବିଲକୁ ବେଆଇନ ଭାବେ କୋଡି ପକାଇ ଜମିକୁ ନଷ୍ଟ କରିଦେଉଥିବା ନେଇ ଠିକା ସଂସ୍ଥା ବିରୋଧରେ ଧୀରେ ଧୀରେ ଚାଷୀଙ୍କ ମଧ୍ୟରେ ତେଜିଲାଣି ଆନ୍ଦୋଳନ |

ବରଗଡ଼ ଜିଲ୍ଲାରେ ଗଙ୍ଗାଧର ମେହେର ଉଠା ଜଳସେଚନ ପ୍ରକଳ୍ପ ପାଇଁ ଚାଲିଛି ମାଟିତଳେ ପାଇପ ଲାଇନ ବିଛାଇବା କାମ | ଏହି ପ୍ରକଳ୍ପ ସଂପୂର୍ଣ୍ଣ ହେଲେ ମରୁଡି ପ୍ରପୀଡିତ ୧୨୯ ଟି ଗ୍ରାମରେ ୨୫,୬୦୦  ହେକ୍ଟର ଚାଷ ଜମିରେ  ଜଳସେଚନ ହୋଇପାରିବ ଏବଂ ପ୍ରାୟ ୩୫,୬୦୦କୃଷକ ଉପକୃତ ହେବେ ଏବଂ  ରାଜ୍ୟ ସରକାର ମୁଖ୍ୟତଃ ଚାଷୀ ମାନଙ୍କ ପାଇଁ ଏହି ପ୍ରକଳ୍ପ କରିଥିବା ବେଳେ କିନ୍ତୁ ନିର୍ମାଣ କାର୍ଯ୍ୟ ତୁଲାଉଥିବା ଠିକା ସଂସ୍ଥାର ଦାଦାଗିରି ପାଇଁ ଆଜି ବରଗଡ ଜିଲ୍ଲାର ଚାଷୀଙ୍କ ମଧ୍ୟରେ ସରକାର ବିରୋଧୀ ମନୋଭାବ ବଢିବାରେ ଲାଗିଛି | ଠିକା ସଂସ୍ଥା ମାନେ ଚାଷୀ ମାନଙ୍କର ଚାଷ ଜମି ଭିତରେ ପଶି ଚାଷୀର ବିନା ଅନୁମତିରେ , ବିନା ସହମତିରେ ରାତାରାତି ଜମିକୁ ଖୋଲିପକାଇ ଚାଷ ଜମି ନଷ୍ଟ କରିପକାଉଛନ୍ତି ପାଇପ ସଂଯୋଗ କରିବାକୁ  | 

ଗୋଟେପଟେ ରାଜ୍ୟ ସରକାର 2024 ନିର୍ବାଚନକୁ ଆଖିଆଗରେ ରଖି ବିରାଟ ପ୍ରକଳ୍ପ ଲୋକଙ୍କ ପାଖକୁ  ଆଣିଥିବା ବେଳେ କିନ୍ତୁ ଅପରପଟେ ଠିକା ସଂସ୍ଥାର ମନମୁଖୀ କାର୍ଯ୍ୟକଳାପ ଠିକ ଓଲଟା ପରିଣତି ପାଇଁ ବିରୋଧୀଙ୍କୁ ଖୁରାକ ଯୋଗେଇଦେଇଛି |

ସୂଚନା ଅନୁଯାୟୀ ଓଡିଶା ସରକାର ଜଳ ସମ୍ପଦ ବିଭାଗ ଆନୁକୁଲ୍ୟରେ ବରଗଡ଼ ଜିଲ୍ଲାର ବିଜେପୁର,ବରପାଲି ଓ ସୋହେଲା ବ୍ଲକସହିତ ସୁବର୍ଣପୁର ଜିଲ୍ଲାର ଡ଼ୁଙ୍ଗୁରୀପାଲି ବ୍ଲକର ମରୁଡି ପ୍ରପୀଡିତ ୧୨୯ ଟି ଗ୍ରାମରେ ୨୫,୬୦୦  ହେକ୍ଟର ଚାଷ ଜମିକୁ ଜଳସେଚନ କରିବା ସକାଶେ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଗତ ତା୨୧.୦୨.୨୦୧୯ ରେ ବିଜେପୁର ଠାରେ ଗଙ୍ଗାଧର ମେହେର ଉଠା ଜଳସେଚନ ପ୍ରକଳ୍ପର ଶିଳାନ୍ୟାସ କରିଥିଲେ । ହୀରାକୁଦ ବନ୍ଧ ଯୋଜନାର ବରଗଡ଼ ମୁଖ୍ୟ କେନାଲର ସମ୍ପୂର୍ଣ ଜଳ ପ୍ରବାହ ସ୍ତର ଠାରୁ ଏହି ଜମି ଗୁଡିକ ଉର୍ଦ୍ଧ୍ଵରେ ଥିବାରୁ ଏହା ଅଣଜଳସେଚିତ ଥିବାରୁ ରାଜ୍ୟ ସରକାର ଏହି ଅଞ୍ଚଳର ଚାଷୀଙ୍କ ପାଇଁ ଏହି ପ୍ରକଳ୍ପ ର ଯୋଜନା କରିଥିଲେ | ତେବେ ଏହି ପ୍ରକଳ୍ପରେ ଜଳ ବଣ୍ଟନ ପାଇଁ ମାଟିତଳେ ପାଣି  ପାଇପ ବିଛାଇବା କାର୍ଯ୍ୟ ସଂପୂର୍ଣ୍ଣ ପାଇଁ M/s Megha Engineering & Infrastructures Limited ନାମକ କମ୍ପାନୀ ଏବଂ L & T Construction କମ୍ପାନୀ ସରକାରଙ୍କ ସହିତ ଚୁକ୍ତିନାମା କରି କାର୍ଯ୍ୟ।ରମ୍ଭ  କରିଥଥିଲେ | ତେବେ 15 ଫୁଟର ଗାତ ଖୋଲି  10 ଫୁଟ ଉଚ୍ଚତା ବିଶିଷ୍ଟ ବିରାଟ ପାଇପ କୁ ମାଟିତଳେ ପୋତାଯିବାର ନିୟମ ରହିଛି ଯେପରି ପରବର୍ତ୍ତୀ ମୁହୂର୍ତ୍ତରେ ଚାଷୀକୁ ତାର ଚାଷ କାମରେ କୌଣସି ଅସୁବିଧା ନହୁଏ | ଅନ୍ୟପଟେ ଚାଷୀ ମାନଙ୍କ ସହିତ ଆପୋଷ ଆଲୋଚନା କରାଯାଇ ସମାଧାନ ପୂର୍ବକ ଏହି ପାଇପ ଲାଇନ କାମ କରାଯିବାର ନିର୍ଦେଶନାମା ରହିଛି | ମାତ୍ର କାମ କରୁଥିବା ଉଭୟ ଠିକା କମ୍ପାନୀ ଚାଷୀଙ୍କ ବିଲକୁ ବେଆଇନ ଭାବେ ପଶି ମନମୁଖୀ ମାଟି ଖୋଲି ଚାଲିଛନ୍ତି ଏବଂ ଚାଷୀ ଏହାକୁ ବିରୋଧ କଲେ ସରକାରଙ୍କ ନିର୍ଦେଶ ଅନୁଯାୟୀ କାମଚାଲିଛି ଏହାକୁ ଅଟକାଇଲେ ଜେଲ ଯିବାକୁ ପଡିବ କହି ଚାଷୀଙ୍କୁ ଭୟଭୀତ କରି ଅତ୍ୟାଚାର କରୁଥିବା ଅଭିଯୋଗ ହୋଇଛି |  ତେବେ ଚାଷୀର ବିଳରୁ 15 ଫୁଟ ତଳକୁ ମାଟି ଖୋଲାଯାଇ  ଉଭୟ ପାର୍ଶ୍ଵରେ ପ୍ରାୟ 80 ଫୁଟ ଚାଷ ଜମିରେ ମାଟି ପକାଇଦିଆଯାଇଛି | ଯାହାଫଳରେ ବିଲରେ ମାଟି ଭର୍ତ୍ତି ହୋଇ ଆଉ ଚାଷ ଉପଯୋଗୀ ହୋଇ ରହିନାହି | ଠିକା କମ୍ପାନୀର ଦାଦାଗିରିରେ ବହୁ ପରିଶ୍ରମରେ କରିଥିବା ଚାଷ ଛାଡିବାକୁ ବାଧ୍ୟ ହେଉଛି ଚାଷୀ| ନିଜ ଆଖି ସାମନାରେ ନିଜ ଫସଲକୁ ମାଟିରେ ମିଶୁଥିବା ଦେଖୁଛି ଚାଷୀ | କମ୍ପାନୀ ର ଏପରି ଅତ୍ୟାଚାରରେ ଅତିଷ୍ଟ ହୋଇ ଚାଷୀକୁଳ ପ୍ରଶାସନର ଦ୍ଵାରସ୍ଥ ହେଲେ ମଧ୍ୟ ଶୁଣୁନାହାନ୍ତି କେହି |

ଅନ୍ୟପଟେ ଚାଷୀର ବିଲରେ ମାଡିଥିବା ପାଣି ଗୋଟେ ପଟରୁ ଅନ୍ୟ ପଟକୁ ନଯାଇ ଚାଷ କାମ ସଂପୂର୍ଣ୍ଣ ଠପ ହୋଇପଡିଛି | କମ୍ପାନୀ ନିଜ କାମ ସାରି ଚାଲିଗଲା ପରେ ମଧ୍ୟ ଚାଷୀର ବିଲକୁ ପୁଣି ଚାଷ ଉପଯୋଗୀ କରିବାକୁ ବହୁ ଖର୍ଚ୍ଚାନ୍ତ ହେବାକୁ ପଡିବ ଏବଂ ଦୀର୍ଘ ସମୟ ଲାଗିବ | ଅନ୍ୟପଟେ କିଛି ସ୍ଥାନରେ ମାଟିତଳେ ପୋତାଯାଇଥିବା ବିରାଟ ପାଣି ପାଇପ ଉପରୁ ମଧ୍ୟ ଦେଖାଯାଉଛି | ତେବେ ସେହି ସ୍ଥାନରେ ଚାଷୀ କିପରି ନିଜ ବିଲରେ ଚାଷକାମ କରିପାରିବ ଏହାକୁ ନେଇ ଚାଷୀ ମାନେ ଅଭିଯୋଗ କଲେ ମଧ୍ୟ କମ୍ପାନୀ ଆଦୌ ସୁନୁନଥିବା ଅଭିଯୋଗ ହୋଇଛି | ବର୍ତମାନ କାମ ଚାଲିଥିବା ସମୟରେ କମ୍ପାନୀ ର ଯଦି ଏପରି ମନୋଭାବ ତେବେ ପରେ କଣ କମ୍ପାନୀ ଶୁଣିବ ? କମ୍ପାନୀ ମାନଙ୍କର ବେଆଇନ କାର୍ଜ୍ୟାକଳାପ କୁନେଇ  M/s Megha  Engineering & Infrastructures Limited ନାମକ ଠିକା କମ୍ପାନୀର ପ୍ରୋଜେକ୍ଟ ହେଡ ଭି . ପ୍ରସନ୍ନ ଏବଂ ମେନେଜର ଶ୍ରୀକାନ୍ତ ନାଏକ ନାମକ ଦୁଇ କର୍ମଚାରୀଙ୍କ ବିରୋଧରେ ଥାନାରେ ଏତଲା ହୋଇଥିଲେ ମଧ୍ୟ ଆଦୌ  କାର୍ଯ୍ୟାନୁଷ୍ଠାନ  ହୋଇନଥିଲା  |

   ଗଙ୍ଗାଧର ଜଳ ପ୍ରକଳ୍ପ ପାଇଁ ଚାଷୀ ମାନେ  ସ୍ୱତଃ ସହଯୋଗ କରିବାକୁ ଆଗେଇ ଆସୁଥିବା ବେଲେ ଠିକା କମ୍ପାନୀର ଏପରି ଦାଦାଗିରି ଯୋଗୁଁ ଆଜି ଚାଷୀ ମହଲରେ ଅସନ୍ତୋଷ ଲାଗିରହିଛି l ଠିକା କମ୍ପାନୀର ଏପରି କାର୍ଯ୍ୟକଳାପ ପାଇଁ ଲୋକଙ୍କ ମଧ୍ୟରେ ସରକାର ବିରୋଧୀ ମନୋଭାବ  ବଢ଼ିବାରେ ଲାଗିଛି l ଗୋଟେ ପଟେ  ସରକାର ଏତେ ବଡ଼ ପ୍ରକଳ୍ପ କରି ଚାଷୀଙ୍କ    ଆସ୍ଥା ଓ ବିଶ୍ୱାଶ  ଜିଣିପାରିଥିବା ବେଲେ ଅନ୍ୟପଟେ ଠିକା କମ୍ପାନୀର ଅତ୍ୟାଚାରରେ ସରକାରଙ୍କ ପ୍ରତି ଲୋକଙ୍କ ମଧ୍ୟରେ ଅସନ୍ତୋଷ ର ମାହୋଲ ବଢ଼ିଯାଇଛି l  10 ଫୁଟ ମାଟିତଳେ ପାଇପ ବିଛାଇବା ର ନିୟମ ରହିଥିବା ବେଲେ  ଅନେକ ଚାଷୀଙ୍କ ବିଲରେ ଏହି ପାଇପ ଗୁଡ଼ିକ ଉପରୁ ଦେଖା ଯାଉଛି ଯାହାଫଳରେ ଚାଷୀ ବିଲରେ ଚାଷ କାମ ପାରିନାହିଁ କିମ୍ବା ତାଙ୍କୁ କ୍ଷତିପୂରଣ ମଧ୍ୟ ପ୍ରଦାନ କରାଯାଇନାହିଁ l  ତେବେ ଏହା  ସରକାରଙ୍କ ଯୋଜନା ଏବଂ ସରକାରଙ୍କ ଆଦେଶ ଅନୁଯାୟୀ କାମ ଚାଲିଛି କହି  ଠିକା କମ୍ପାନୀ ଲୋକଙ୍କୁ ଠକି ଚାଲିଛି ଯାହାଫଳରେ ରାଜ୍ୟ ସରକାରଙ୍କ ଉପରେ ବରଗଡ଼ ଜିଲ୍ଲାର ଚାଷୀଙ୍କ ଆକ୍ରୋଶ ଦେଖିବାକୁ ମିଳିଛି l

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031