Indus Valley Times

ଉତ୍କଳ-କଳିଙ୍ଗ-କୋଶଳ ମିଶି ଓଡ଼ିଶା ତିଆରି ହୋଇଥିଲା, ବନ୍ଦେ ଉତ୍କଳ ଜନନୀରେ କେବଳ ଓଡ଼ିଶାର ପ୍ରଶଂସା ଅଛି : ଜୟନାରାୟଣ

 Breaking News

ଉତ୍କଳ-କଳିଙ୍ଗ-କୋଶଳ ମିଶି ଓଡ଼ିଶା ତିଆରି ହୋଇଥିଲା, ବନ୍ଦେ ଉତ୍କଳ ଜନନୀରେ କେବଳ ଓଡ଼ିଶାର ପ୍ରଶଂସା ଅଛି : ଜୟନାରାୟଣ

ଉତ୍କଳ-କଳିଙ୍ଗ-କୋଶଳ ମିଶି ଓଡ଼ିଶା ତିଆରି ହୋଇଥିଲା, ବନ୍ଦେ ଉତ୍କଳ ଜନନୀରେ କେବଳ ଓଡ଼ିଶାର ପ୍ରଶଂସା ଅଛି : ଜୟନାରାୟଣ
March 11
17:42 2025

ଭୁବନେଶ୍ୱର,୧୧/୩: କୋଶଲ ପ୍ରସଙ୍ଗ ଉପରେ ଦେଇଥିବା ବୟାନକୁ ନେଇ ମଙ୍ଗଳବାର ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର ମୁହଁ ଖୋଲିଛନ୍ତି। ମୁଁ ସ୍ପଷ୍ଟ କରୁଛି ଯେ, ସୁପ୍ରିମକୋର୍ଟ କହିଛନ୍ତି ରାଜ୍ୟ ସଙ୍ଗୀତ ନାହିଁ। ଏପରିକି ରାଜ୍ୟ ସଙ୍ଗୀତ, ରାଜ୍ୟ ପତାକା ରହିପାରିବ ନାହିଁ। କେନ୍ଦ୍ରର ଗୋଟିଏ ଜାତୀୟ ସଙ୍ଗୀତ, ଗୋଟିଏ ଜାତୀୟ ପତାକା। ଉତ୍କଳ, କଳିଙ୍ଗ, କୋଶଳ ମିଶି ଓଡ଼ିଶା ହୋଇଛି ବୋଲି ଜୟନାରାୟଣ କରିଛନ୍ତି। ବନ୍ଦେ ଉତ୍କଳ ଜନନୀରେ କେବଳ ଉତ୍କଳର ପ୍ରଶଂସା ରହିଛି। ବନ୍ଦେ ଓଡ଼ିଶା ଜନନୀ ହେଲେ ମୋର ଆପତ୍ତି ନାହିଁ। ସମସ୍ତ ଅଞ୍ଚଳର ବିକାଶ ହେଲେ ଓଡ଼ିଶାର ବିକାଶ ହେବ ବୋଲି ଗଣମାଧ୍ୟମ ଆଗରେ ସମ୍ବଲପୁର ବିଧାୟକ ଜୟନାରାୟଣ କହିଛନ୍ତି।
ସୂଚନା ଯୋଗ୍ୟ, ଗତ ଶନିବାର ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ସୁଭଦ୍ରା ଯୋଜନାରେ ମହିଳାଙ୍କୁ ଦ୍ୱିତୀୟ କିସ୍ତି ସହାୟତା ରାଶି ବଣ୍ଟନ କାର‌୍ୟ୍ୟକ୍ରମ ଗଙ୍ଗାଧର ମେହେର ବିଶ୍ୱ ବିଦ୍ୟାଳୟ ଅଡିଟୋରିୟମରେ ଆୟୋଜନ କରାଯାଇଥିଲା। ଏଥିରେ ସମ୍ମାନିତ ଅତିଥି ଭାବେ ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର ଯୋଗ ଦେଇଥିଲେ।
ଜୟନାରାୟଣ ଭାଷଣରେ ପଶ୍ଚିମ ଓଡ଼ିଶା ପ୍ରତି ରାଜ୍ୟ ସରକାର ପାତରଅନ୍ତର କରୁଥିବା ଏବଂ ଏଠାକାର ଭାଷା ସଂସ୍କୃତିକୁ ଦବେଇ ଦେବାର ଷଡଯନ୍ତ୍ର କରୁଥିବା ନେଇ ଗମ୍ଭୀର ଅଭିଯୋଗ ଅଣିଥିଲେ।
ଏପରିକି ଭାଷଣରେ କହିଥିଲେ, ସମ୍ବଲପୁରର ଲୋକମାନଙ୍କୁ ଜାଣି ରଖିବା କଥା ଉତ୍କଳ କହିଲେ କଟକ, ପୁରୀ, ବଲେଶ୍ୱର । ଉତ୍କଳ, କଳିଙ୍ଗ, କୋଶଳ ମିଶି ଓଡ଼ିଶା ଗଠନ ହୋଇଛି। କେବଳ ଉତ୍କଳର ଜୟଗାନ ଗାଇବ, ବାକି କୋଶଳ ଏବଂ କଳିଙ୍ଗର ସମ୍ମାନ କିଛି ନାହିଁ। ଆମର ଅର୍ଥ, ଜଙ୍ଗଲ, ପାଣି, ଚାଷା, ଚାକିରି ସବୁଥିରେ ଶୋଷଣ କଲ। ତା’ ସହିତ ଆଜି ତୁମେ ସାଂସ୍କୃତିକ ଭାବେ ମଧ୍ୟ ଆମକୁ ଶୋଷଣ କରିବାକୁ ଚାହୁଁଛ ବୋଲି କହିଥିଲେ। ପୂର୍ବରୁ ମଧ୍ୟ ସେ ବିରୋଧୀ ଦଳରେ ଥିବା ସମୟରେ ଓଡ଼ିଶା ସରକାରଙ୍କ ପଶ୍ଚିମ ଓଡ଼ିଶା ପ୍ରତି ପାତରଅନ୍ତର କରୁଥିବା କଥା କହି ଆସୁଥିଲେ।
ଅନ୍ୟପକ୍ଷେ କୋଶଲ ପ୍ରସଙ୍ଗରେ ସମ୍ବଲପୁର ବିଧାୟକ ଜୟନାରାୟଣଙ୍କ ବୟାନ ଦେବା ପରେ କୋଶଲ ଆନ୍ଦୋଳନ ତେଜି ଉଠିଛି। ସୋମବାର ସନ୍ଧ୍ୟାରେ କୋଶଲ ସେନାର ସଂଗ୍ରାମୀମାନେ ବରଗଡ଼ ଗାନ୍ଧୀଛକରେ ସମବେତ ହୋଇ ଜୟନାରାୟଣଙ୍କ ବୟାନକୁ ସମର୍ଥନ କରିଥିଲେ।
ଏହା ସହିତ ବନ୍ଦେ ଉତ୍କଳ ଜନନୀକୁ ବିରୋଧ କରିଥିଲେ। ଏହି କ୍ରମରେ କୋଶଲ ସଂଗ୍ରାମୀମାନେ ବନ୍ଦେ ଉତ୍କଳ ଜନନୀ ଲେଖାଥିବା ବ୍ୟାନର ଜାଳିଥିଲେ ଏବଂ ସ୍ବତନ୍ତ୍ର କୋଶଲ ପ୍ରଦେଶ ଗଠନ ଦାବି କରିଥିଲେ। ପଶ୍ଚିମ ଓଡ଼ିଶାର ସମସ୍ତ ବିଧାୟକ ସ୍ବର ଉଠାଇବା ପାଇଁ ସେମାନେ ଆହ୍ବାନ କରିଥିଲେ।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031