Indus Valley Times

ଉଦଘାଟିତ ହେବ ବହୁ ପ୍ରତିକ୍ଷତି ସେଣ୍ଟ୍ରାଲ ଭିଷ୍ଟା ପ୍ରକଳ୍ପ

 Breaking News

ଉଦଘାଟିତ ହେବ ବହୁ ପ୍ରତିକ୍ଷତି ସେଣ୍ଟ୍ରାଲ ଭିଷ୍ଟା ପ୍ରକଳ୍ପ

ଉଦଘାଟିତ ହେବ ବହୁ ପ୍ରତିକ୍ଷତି ସେଣ୍ଟ୍ରାଲ ଭିଷ୍ଟା ପ୍ରକଳ୍ପ
September 08
13:59 2022

ନୂଆଦିଲ୍ଲୀ,୮/୯: ରାଜଧାନୀ ଦିଲ୍ଲୀରେ ବହୁପ୍ରତୀକ୍ଷିତ ସେଣ୍ଡାଲ ଭିଷ୍ଟା ପ୍ରକଳ୍ପକୁ ଆଜି ସନ୍ଧା ୭ଟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉନ୍ମୋଚନ କରିବେ । ରାଷ୍ଟ୍ରପତି ଭବନରୁ ଇଣ୍ଡିଆ ଗେଟ୍ ପର୍ଯ୍ୟନ୍ତ ବିସୃତ ରାସ୍ତା ନାମ ପରିବର୍ତ୍ତନ ହୋଇ କର୍ତ୍ତବ୍ୟ ପଥ ହେବ । ସେହିପରି ଇଣ୍ଡିଆ ଗେଟ୍ ରେ ନେତାଜୀଙ୍କ ପ୍ରତିମୂର୍ତ୍ତି ଅବସ୍ଥାପିତ କରାଯିବ।
ସେଣ୍ଟ୍ରାଲ ଭିଷ୍ଟା ଆଭେନ୍ୟୁର ନୂଆ ଲୁକ୍। ତେବେ କ’ଣ ଏହି ସେଣ୍ଟ୍ରାଲ ଭିଷ୍ଟା ଆଭେନ୍ୟୁ। ଏଥିରେ କଣ ରହିଛି ଆସନ୍ତୁ ଜାଣିବା। ଇଣ୍ଡିଆ ଗେଟରୁ ରାଷ୍ଟ୍ରପତି ଭବନ ଯାଏଁ ରାଜପଥରୁ ଦୁଇ ପଟ ଅଞ୍ଚଳ ସେଣ୍ଟ୍ରାଲ ଭିଷ୍ଟା ଆଭେନ୍ୟୁ ବୋଲି କୁହାଯାଏ। ଏଥିରେ ରାଷ୍ଟ୍ରପତି ଭବନ ଠାରୁ ଆରମ୍ଭ କରି, ସଂସଦ ଭବନ, ରକ୍ଷା ଭବନ, ଉଦ୍ୟୋଗ ଭବନ ଏମିତି ସରକାରଙ୍କ ବହୁ ଗୁରୁତ୍ବପୂର୍ଣ୍ଣ କେନ୍ଦ୍ରୀୟ କକ୍ଷ ରହିଛି। ଫେବ୍ରୁଆରି ୨୦୨୧ରେ ସେଣ୍ଟ୍ରାଲ ଭିଷ୍ଟାର ପୁନଃ ନିର୍ମାଣ ଆରମ୍ଭ ହୋଇଛି। ଯେଉଁଥିରେ ୩ ଲକ୍ଷ ୯୦ ହଜାର ସ୍କୋୟାରମିଟର ଗ୍ରିନେରୀ ରହିଛି। ଏହି ଇଲାକାରେ ମୋଟ ୧୬ କିଲୋମିଟର ରାସ୍ତାକୁ ନୂଆ କରି ତିଆରି କରାଯାଇଛି। ଯେଉଁଥିରେ ରେଡଷ୍ଟୋନ ବ୍ୟବହାର କରାଯାଇଛି। ସେଣ୍ଟ୍ରାଲ ଭିଷ୍ଟାରେ ୪ଟି କୋଠା ନୂଆ ଭାବରେ ନିର୍ମାଣ କରାଯାଇଛି – ସଂସଦ ଭବନ, ସେଣ୍ଟ୍ରାଲ ସେକ୍ରେଟାରିଏଟ୍, ପ୍ରଧାନମନ୍ତ୍ରୀ ଆବାସ ଏବଂ ଉପରାଷ୍ଟ୍ରପତି ଆବାସ।
ଇଣ୍ଡିଆ ଗେଟରୁ ରାଷ୍ଟ୍ରପତି ଭବନ ରାସ୍ତା ଯାହାକୁ ରାଜପଥ କୁହାଯାଉଛି ତାହାକୁ ଏବେ କର୍ତ୍ତବ୍ୟପଥ ଭାବେ ନାମିତ କରାଯିବ। ଜନ ସେବାରେ ସରକାରଙ୍କ କର୍ତ୍ତବ୍ୟକୁ ସ୍ମରଣ କରାଇଦେବା ଉଦ୍ଦେଶ୍ୟରେ ଏହାକୁ ଏଭଳି ନାମ କରଣ କରାଯାଇଛି। ସେହିପରି ଦୁଇପଟେ ଥିବା ଜଳାଶୟକୁ ମଧ୍ୟ ଖୁବ ସନ୍ଦର ଭାବେ ସଜାଯାଇଛି। ବିଶେଷ କରି ଲୋକେ ଚାଲିଚାଲି ଏହି ଅଞ୍ଚଳକୁ ବୁଲି ପାରିବେ। ଏଠାରେ ୧ ହଜାର କାର ୪୦ଟି ବସ ପାର୍କିଂ ପାଇଁ ବ୍ୟବସ୍ଥା ରହିବ। ଇଣ୍ଡିଆ ଗେଟ ନିକଟରେ ନେତାଜୀଙ୍କ ନୂଆ ପୂର୍ଣ୍ଣଅବୟବ ପ୍ରତିମୂର୍ତ୍ତିକୁ ଲଗାଯାଉଛି। ଜାନୁଆରୀ ୨୩ରେ ପ୍ରଧାନମନ୍ତ୍ରୀ ସେଠାରେ ନେତାଜୀଙ୍କ ହଲୋଗ୍ରାମର ଉନ୍ମୋଚନ କରିଥିବା ବେଳେ ନେତାଜୀଙ୍କ ପ୍ରତିମୂର୍ତ୍ତି ସେଠାରେ ଲଗାଯିବା ନେଇ ଘୋଷଣା କରିଥିଲେ। ୨୮ ଫୁଟର ଏହି ପ୍ରତିମୂର୍ତ୍ତିକୁ ଅରୁଣ ଯୋଗୀରାଜ ନିର୍ମାଣ କରିଛନ୍ତି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031