Indus Valley Times

ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା ବୈଠକ ଅନୁଷ୍ଠିତ

 Breaking News

ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା ବୈଠକ ଅନୁଷ୍ଠିତ

August 07
20:09 2020

ଯାଜପୁର,୭/୮ : କରୋନା ପାଇଁ ବିବିଧ କାର‌୍ୟ୍ୟକ୍ରମରେ ଅଧିକାରୀମାନେ ବ୍ୟସ୍ତତା ସତ୍ତ୍ୱେ ଅନ୍ୟାନ୍ୟ ଊନ୍ନୟନ କାର୍ଯ୍ୟକୁ ଅଣଦେଖା କରାଯାଇପାରିବ ନାହିଁ । ତେଣୁ ଏହାକୁ ତ୍ୱରାନ୍ୱିତ କରିବାକୁ ଜିଲ୍ଲାପାଳ ରଂଜନ କୁମାର ଦାସ ନିର୍ଦ୍ଦେଶ ଦେଇଚ୍ଥନ୍ତି । ଶୁକ୍ରବାର ଅପରାହ୍ନରେ ସ୍ଥାନୀୟ ସର୍କିଟ ହାଉସ ଠାରେ ଜିଲ୍ଲାର ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ମାନଙ୍କର ଊନ୍ନୟନ କାର୍ଯ୍ୟର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା ।

ଏଥିରେ ଅଧ୍ୟକ୍ଷତା କରି ଜିଲ୍ଲାପାଳ ଶ୍ରୀ ଦାସ ବିଭିନ୍ନ ଆବାସ ଯୋଜନା, ମନରେଗା. ଜୀବିକା ମିଶନ ଇତ୍ୟାଦି ଯୋଜନା ଗୁଡିକର ସମୀକ୍ଷା କରିଥିଲେ । ଆବାସ ଯୋଜନାରେ ସାମିଲ ହୋଇ କାର୍ଯ୍ୟ।ଦେଶ ପାଇଥିବା ଘର ଗୁଡିକୁ ତୁରନ୍ତ ପୂର୍ଣ୍ଣାଙ୍ଗ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ଅପର ପକ୍ଷରେ ବିଭିନ୍ନ ବ୍ଳକକୁ ପ୍ରଦାନ କରାଯାଇଥିବା ଗୃହ ଆବଣ୍ଟନର ଧାର୍ଯ୍ୟଲକ୍ଷ୍ୟକୁ ଯଦି ପୂରଣ କରାଯାଇନାହିଁ ତେବେ ତାହାକୁ ଉପଯୁକ୍ତ କାରଣ ଦର୍ଶାଇ ସରକାରଙ୍କୁ ପେଂରସ୍ତ କରିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ ।

ଊପଯୁକ୍ତ ହିତାଧିକାରୀଙ୍କୁ ଯେପରି ବାଦ ଦିଆ ନଯାଏ ବା ଅଯୋଗ୍ୟ ହିତାଧିକାରୀଙ୍କୁ ଯେପରି ସାମିଲ ନ କରାଯାଏ ଏହା ସଠିକ ଅନୁଧ୍ୟାନ କରି ତଥ୍ୟ ପ୍ରଦାନ ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଚ୍ଥନ୍ତି ।

ସେହିପରି ମନରେଗା ଯୋଜନାରେ ର୍ବମାନ ସମସ୍ତ ବ୍ଳକରେ ବ୍ୟାପକ ବୃକ୍ଷ ରୋପଣ କରାଇବା ସହ ପ୍ରତ୍ୟେକ ବ୍ଳକ ମାନଙ୍କରେ ଗୋଟିଏ ଗୋଟିଏ ସୁନ୍ଦର ଉଦ୍ୟାନ ସୃଷ୍ଟି କରିବାକୁ ଜିଲ୍ଲାପାଳ ଦେଇଥିଲେ । କେତେକ ବ୍ଳକରେ କିଚ୍ଥି କର୍ମଚାରୀମାନେ କାର୍ଯ୍ୟରେ ଅବହେଳା ପ୍ରଦର୍ଶନ ସଂପର୍କରେ ଜିଲ୍ଲାପାଳ ସ୍ପଷ୍ଟ କରିଦେଇଚ୍ଥନ୍ତି ଯେ, ଯେଉଁମାନେ ଅବହେଳା କରୁଚ୍ଥନ୍ତି ବା ସେମାନଙ୍କର ପ୍ରଦର୍ଶନରେ ଊଲ୍ଲେଖନୀୟ ଊନ୍ନତି ନ ଘଟୁଚ୍ଥି ସେମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ । ୫ଟି ବ୍ୟବସ୍ଥା ଲାଗୁ ହେବାପରେ କୈାଣସି ଅଧିକାରୀ ବା କର୍ମଚାରୀ ବିନା କାମ ବା ଉଲ୍ଲେଖନୀୟ ପ୍ରଦର୍ଶନ ନଥିଲେ କାର୍ଯ୍ୟନୁଷ୍ଠାନର ସମ୍ଭାବନା ରହିଚ୍ଥି । ତେଣୁ ପ୍ରତ୍ୟେକ ନିଷ୍ଠାର ସହ କାର‌୍ୟ୍ୟ କରିବାକୁ ସେ ସତର୍କ କରାଇ ଦେଇଚ୍ଥନ୍ତି ।

ସେହିପରି ଜିଲ୍ଲାରେ ଗୋ-ପାଳନ ସଂଖ୍ୟା ବୃଦ୍ଧି ପାଇଥିବାରୁ ଚଳିତ ବର୍ଷ ଠାରୁ ବ୍ୟାପକ ଘାସ ଚାଷର ବ୍ୟବସ୍ଥା ହୋଇଚ୍ଥି । ଗୋଚର ଜମି ମାନଙ୍କରେ ସ୍ୱୟଂ ସହାୟକ ଗୋଷ୍ଠୀ ସହାୟତାରେ ଏହାକୁ କରାଯିବାକୁ ସେ ସୂଚନା ଦେଇଥିଲେ । ଏହା ପଂଳରେ ସଂପୃକ୍ତ ଜମିର ସୁରକ୍ଷା ଘଟିବା ସହ ଜବରଦଖଲ ସମ୍ଭାବନା ରହିବ ନାହିଁ । ଅପର ପକ୍ଷରେ ବ୍ଳକ ଗୁଡିକର ସମ୍ୱଳ ଓ ସମ୍ଭାବନାକୁ ଦେଖି ପ୍ରକଳ୍ପମାନ ଚୟନ କରାଯାଉଚ୍ଥି । ସୁକିନ୍ଦା ଓ ଦାନଗଦୀ ବ୍ଳକ ରେ ଚ୍ଥେଳ ଚାଷ ଏକ ଭଲ ପ୍ରକଳ୍ପ ହିସାବରେ ନିଆଯିବ ବୋଲି ମଧ୍ୟ ସେ ସୂଚନା ଦେଇଥିଲେ । ବିଭିନ୍ନ ବ୍ଳକର ଉନ୍ନୟନ କାର‌୍ୟ୍ୟର ସମୀକ୍ଷା ପାଇଁ ଦାୟିତ୍ୱ ଦିଆଯାଇଥିବା ବରିଷ୍ଠ ଅଧିକାରୀମାନେ ନିୟମିତ ସଂପୃକ୍ତ ବ୍ଳକ ମାନଙ୍କର ସମୀକ୍ଷା କରିବାକୁ ଜିଲ୍ଲାପାଳ

ପରାମର୍ଶ ଦେଇଥିଲେ ।
ପ୍ରାରମ୍ଭରେ ପ୍ରକଳ୍ପ ନିର୍ଦ୍ଦେଶକ ଇନ୍ଦ୍ରମଣି ନାୟକ ସମସ୍ତଙ୍କୁ ସ୍ୱାଗତ କରିବା ସହ ବ୍ଳକ ଅନୁସାରେ ବିଭିନ୍ନ ଯୋଜନାର ତଥ୍ୟ ଊପସ୍ଥାପନ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଆଇ.ଏ.ଏସ୍. ପ୍ରୋବେସନର ସଚିନ ପାୱାର, ଅତିରିକ୍ତ ଜିଲ୍ଲାପାଳ ମିହିର ପ୍ରସାଦ ମହାନ୍ତି, ଜିଲ୍ଲାର ସମସ୍ତ ବ୍ଳକ ର ବି.ଡି.ଓ., ଜିଲ୍ଲା ପାୟତ ଅଧିକାରୀ ଅଶୋକ କୁମାର ସେଠୀ, ଏ.ପି.ଡି. ସୋହାନା ବେଗମ୍, ମନରେଗାର ସଂଯୋଜକ ଚିନ୍ମୟ ସିଂ ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031