Indus Valley Times

ଉଭୟ ଉପର ଓ ତଳ ପଡ଼ିଆରେ ହେବ ବାଲିଯାତ୍ରା, ଆସନ୍ତା ବର୍ଷ କେବଳ ତଳ ପଡ଼ିଆରେ ଯାତ୍ରା ପାଇଁ ପଦକ୍ଷେପ ନେବ ପ୍ରଶାସନ

 Breaking News

ଉଭୟ ଉପର ଓ ତଳ ପଡ଼ିଆରେ ହେବ ବାଲିଯାତ୍ରା, ଆସନ୍ତା ବର୍ଷ କେବଳ ତଳ ପଡ଼ିଆରେ ଯାତ୍ରା ପାଇଁ ପଦକ୍ଷେପ ନେବ ପ୍ରଶାସନ

ଉଭୟ ଉପର ଓ ତଳ ପଡ଼ିଆରେ ହେବ ବାଲିଯାତ୍ରା, ଆସନ୍ତା ବର୍ଷ କେବଳ ତଳ ପଡ଼ିଆରେ ଯାତ୍ରା ପାଇଁ ପଦକ୍ଷେପ ନେବ ପ୍ରଶାସନ
November 07
18:40 2024

କଟକ, ୭/୧୧ : ଐତିହାସିକ ବାଲିଯାତ୍ରା ନେଇ ଓଡ଼ିଶା ହାଇକୋର୍ଟ ବଡ଼ ନିର୍ଦ୍ଦେଶ ଦେଇଛନ୍ତି। କେବଳ ଉପର ପଡ଼ିଆରେ ବାଲିଯାତ୍ରାର ଆୟୋଜନ ପାଇଁ ହାଇକୋର୍ଟ ଅନୁମତି ଦେଇଛନ୍ତି। ଚଳିତ ବର୍ଷ ଉଭୟ ଉପର ଏବଂ ତଳ ପଡ଼ିଆରେ ବାଲିଯାତ୍ରା ଅନୁଷ୍ଠିତ ହେବ। କିନ୍ତୁ ଆସନ୍ତା ବର୍ଷ ଉପର ପରିବର୍ତ୍ତେ କେବଳ ତଳ ପଡ଼ିଆରେ ବାଲିଯାତ୍ରା ପାଇଁ ପ୍ରଶାସନ ପଦକ୍ଷେପ ବୋଲି ହାଇକୋର୍ଟ କହିଛନ୍ତି।
ହାଇକୋର୍ଟ କହିଛନ୍ତି ଯେ, ବାଲିଯାତ୍ରାରେ ଅସମ୍ଭାଳ ଭିଡ ନିୟନ୍ତ୍ରଣ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବାର ଆବଶ୍ୟକତା ରହିଛି। ବାଲିଯାତ୍ରା ପାଇଁ ଜିଲ୍ଲା ପ୍ରଶାସନ ରାସ୍ତାର ବ୍ୟବସ୍ଥା କରିବ। ରାସ୍ତାକଡ଼ କିମ୍ବା ଫୁଟପାଥ ଉପରେ ବ୍ୟବସାୟକୁ ସମ୍ପୂର୍ଣ ନିଷେଧ କଲେ ହାଇକୋର୍ଟ। ଆମ୍ବୁଲାନ୍ସ ଏବଂ ଅତ୍ୟାବଶ୍ୟକୀୟ ସେବା ପାଇଁ ଗ୍ରୀନ କରିଡର ବ୍ୟବସ୍ଥା କରୁଛି ପ୍ରଶାସନ। ଗ୍ରୀନ କରିଡର ବାବଦରେ କୋର୍ଟଙ୍କୁ ଅବଗତ କଲେ କଟକ ଜିଲ୍ଲାପାଳ।
ସୂଚନାଯୋଗ୍ୟ, ଆସନ୍ତା ନଭେମ୍ବର ୧୫ରୁ ମହାନଦୀପଠାରେ ବାଲିଯାତ୍ରା ଆରମ୍ଭ ହେବ। ଏହି ଯାତ୍ରା ନଭେମ୍ବର ୨୨ ତାରିଖ ପର‌୍ୟ୍ୟନ୍ତ ଜାରି ରହିବ। କଟକ ଜିଲ୍ଲାପାଳ ପୂର୍ବରୁ ଏନେଇ ଗଣମାଧ୍ୟମକୁ ବିସ୍ତୃତ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ଏଥର ବହୁ ସଂଖ୍ୟାରେ ବ୍ୟବସାୟୀଙ୍କୁ ବ୍ୟବସାୟ ସୁଯୋଗ ମିଳିବ। ବାଲିଯାତ୍ରାକୁ ଆକର୍ଷଣୀୟ କରିବାକୁ ସବୁ ପ୍ରକାର ପ୍ରସ୍ତୁତି କରାଯିବ। ପ୍ରବଳ ଭିଡ଼କୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଆବଶ୍ୟକ ପଦକ୍ଷେପ ନିଆଯିବ।

About Author

indadmin

indadmin

Related Articles

Archives

Calendar

September 2026
M T W T F S S
 123456
78910111213
14151617181920
21222324252627
282930