Indus Valley Times

ଉମେଶଙ୍କ ପାଇଁ ଧ୍ରୁବଙ୍କ ସାଇତା ସ୍ନେହ

 Breaking News

ଉମେଶଙ୍କ ପାଇଁ ଧ୍ରୁବଙ୍କ ସାଇତା ସ୍ନେହ

ଉମେଶଙ୍କ ପାଇଁ ଧ୍ରୁବଙ୍କ ସାଇତା ସ୍ନେହ
May 22
19:44 2024

ଅକ୍ଷୟ ରାଉତଙ୍କ ରିପୋର୍ଟ
ଯାଜପୁର, ୨୨/୫ : ଯାଜପୁର ଜିଲ୍ଲା ବରୀ ନିର୍ବାଚନ ମଣ୍ଡଳୀରେ ପ୍ରଚାର ଜୋର ଧରିଛି । ପ୍ରାର୍ଥୀ ନିଜ ସପକ୍ଷରେ ଭୋଟ ପାଇଁ ଘରଘର ବୁଲି ପ୍ରଚାର କରୁଥିଲା ବେଳେ ତାଙ୍କ ପରିବାର ଲୋକ ଓ ସମର୍ଥକ ବି ବୁଲିବୁଲି ପ୍ରଚାର କରୁଛନ୍ତି । ଆଜି ବରୀ ବିଜେପି ପ୍ରାର୍ଥୀ ଉମେଶ ଜେନାଙ୍କ ଧର୍ମ ପତ୍ନୀ ଓ ତାଙ୍କ ସହଯୋଗୀ ମନ୍ଦାରୀ ପଞ୍ଚାୟତରେ ପ୍ରଚାର କରୁଥିଲା ବେଳେ ଧ୍ରୁବ ଚରଣ ଜେନାଙ୍କ ଘରକୁ ଯାଇଥିଲେ ।
ସେଠାରେ ଉମେଶଙ୍କ ଏକ ପୁସିଂ କାର୍ଡ ତାଙ୍କୁ ଦେବାରୁ ସେ ଘରକୁ ଯାଇ ଏକ ଜରି ଭିତରେ ଥିବା କିଛି କାଗଜ ଆଣିଥିଲେ । ତା ଭିତରେ ଉମେଶ ଗତ ନିର୍ବାଚନରେ ପ୍ରାର୍ଥୀ ହୋଇଥିଲା ବେଳର ପୁସିଂ କାର୍ଡ ମଧ୍ୟ ରହିଥିଲା । ତାକୁ ଦେଖାଇ ବୟସ୍କ ଧ୍ରୁବ ଉମେଶଙ୍କ ପ୍ରତି ତାଙ୍କ ଭଲ ପାଇବା ପ୍ରକାଶ କରିବା ସହିତ ତାଙ୍କୁ ଆଶୀର୍ବାଦ ପ୍ରଦାନ କରିଥିଲେ । ଏହା ସହିତ ଏକ କାଗଜରେ ନିଜେ କିଛି ଲେଖିଥିବା ମଧ୍ୟ ଦେଖାଇଥିଲେ ।
ସେଥିରେ ଧର୍ମ ଏକା ମହତ ପଣିଆ, ଭଲ ପ୍ରତିନିଧି ବାଛ, ମୁଁ ଚାହେଁ ଗଣତନ୍ତ୍ର ଆଦି ବାର୍ତା ଲେଖା ଥିଲା । ଉମେଶଙ୍କ ପ୍ରତି ଏହା ତାଙ୍କ ହୃଦୟରେ ସାଇତି ରଖିଥିବା ସ୍ନେହ ମାତ୍ର ।

About Author

indadmin

indadmin

Related Articles

Archives

Calendar

June 2024
M T W T F S S
 12
3456789
10111213141516
17181920212223
24252627282930