Indus Valley Times

ଋଷିଆ-ୟୁକ୍ରେନ ବିବାଦ: ଯେକୌଣସି ସମୟରେ ୟୁକ୍ରେନ ଉପରେ ଆକ୍ରମଣ ଆଶଙ୍କା

 Breaking News

ଋଷିଆ-ୟୁକ୍ରେନ ବିବାଦ: ଯେକୌଣସି ସମୟରେ ୟୁକ୍ରେନ ଉପରେ ଆକ୍ରମଣ ଆଶଙ୍କା

February 05
18:32 2022

ମସ୍କୋ,୩/୨: ଋଷିଆ-ୟୁକ୍ରେନ ବିବାଦ ଦିନକୁ ଦିନ ତିବ୍ର ହେବାରେ ଲାଗିଛି । ଦୁଇ ଦେଶ ମଧ୍ୟରେ ଲାଗିରହିଥିବହା ବିବାଦ ସମାଧାନ ପାଇଁ ବିଭିନ୍ନ ସ୍ତରରେ ଉଦ୍ୟମ ଚାଲିଥିବାବେଳେ ୟୁକ୍ରେନ ସୀମାରେ ଋଷିଆ ନିଜର ସୈନ୍ୟ ସଂଖ୍ୟା ବଢାଇଚାଲିଛି । ଏହା ସହିତ ୟୁକ୍ରେନ ଉପରେ ଆକ୍ରମଣ ପାଇଁ ଋଷୀୟ ସେନାର ପ୍ରସ୍ତୁତି ଶେଷ ହୋଇଛି ଓ କେବଳ ପୁଟିନଙ୍କ ନିର୍ଦ୍ଦେଶ ମିଳିବା ମାତ୍ରେ ଆକ୍ରମଣ ଆରମ୍ଭ ହୋଇପାରେ ବୋଲି ୟୁକ୍ରେନ ସେନା ପକ୍ଷରୁ ଆକଳନ କରାଯାଇଛି ।
କ୍ରିମିଆ ଉପଦ୍ବୀପରେ ଋଷିଆ ଗତ ସପ୍ତାହରେ ଆଉ ୧୦ ହଜାର ସୈନ୍ୟ ମୁତୟନ କରିଛି । ଏମାନଙ୍କ ମଧ୍ୟରେ ରହିଛନ୍ତି ପଦାତିକ ସୈନ୍ୟ ଓ ସ୍ବତନ୍ତ୍ର ପ୍ରଶିକ୍ଷିତ କମାଣ୍ଡୋ । ଯେକୌଣସି ସମୟରେ ଯୁଦ୍ଧ ପାଇଁ ପ୍ରସ୍ତୁତ ରହିବାକୁ ଏମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ୨୦୧୪ରେ ଋଷିଆ ଏହି କ୍ରିମିଆ ଉପଦ୍ବୀପକୁ ୟୁକ୍ରେନଠାରୁ ଛଡାଇ ଆଣିଥିଲା ।
ୟୁକ୍ରେନ ସେନା ପକ୍ଷରୁ ସଂଗ୍ରହ କରାଯାଇଥିବା ଉପଗ୍ରହ ଚିତ୍ରରୁ ଜଣାପଡ଼ିଛି ଯେ ଗତ କିଛି ସପ୍ତାହରେ କ୍ରିମିଆ ଅଂଚଳରେ ଋଷିଆ ନିଜ ସୈନ୍ୟ ସଂଖ୍ୟା ଯଥେଷ୍ଟ ବୃଦ୍ଧି କରିଛି ।
କେତେକ ଅନ୍ତର୍ଜାତୀୟ ବିଶେଷଜ୍ଞ ମଧ୍ୟ ଆଶଙ୍କା ପ୍ରକାଶ କରିଛନ୍ତି ଯେ ଋଷିଆ ୟୁକ୍ରେନ ଉପରେ ଚଢଉ ପାଇଁ ପ୍ରସ୍ତୁତି ଚୂଡ଼ାନ୍ତ କରିସାରିଛି । ଏପରିକି ସୀମାନ୍ତ ଅଞ୍ଚଳରେ ଋଷିଆ ପକ୍ଷରୁ ଅସ୍ଥାୟୀ ହସପିଟାଲମାନ ସ୍ଥାପନ କରାଯାଇଛି । ଏହା ସହିତ ୟୁକ୍ରେନର ଯୋଗାଯୋଗ ବ୍ୟବସ୍ଥାକୁ ଅକାମି କରିବାକୁ ଇଲେକ୍ଟ୍ରୋନିକ ସିଷ୍ଟମ ଲଗାଯାଇଛି ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031