Indus Valley Times

ଋଷ୍ୟଶୃଙ୍ଗ ଆଶ୍ରମ ଓ ପାତାଳି ଶ୍ରୀକ୍ଷେତ୍ର ପରିଦର୍ଶନ କଲେ ବୌଦ୍ଧ ଜିଲ୍ଲାପାଳ

 Breaking News

ଋଷ୍ୟଶୃଙ୍ଗ ଆଶ୍ରମ ଓ ପାତାଳି ଶ୍ରୀକ୍ଷେତ୍ର ପରିଦର୍ଶନ କଲେ ବୌଦ୍ଧ ଜିଲ୍ଲାପାଳ

November 15
21:07 2020

କମ୍ଭୁଧର କ୍ଷେତୀଙ୍କ ରିପୋର୍ଟ
ବୌଦ୍ଧ,୧୫/୧୧: ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ୍ ବାମଣ୍ଡା ପଞ୍ଚାୟତ ନାୟକପଡା ଠାରେ ଅବସ୍ଥିତ ଋଷ୍ୟଶୃଙ୍ଗ ଆଶ୍ରମ ଓ ଶ୍ରୀଜଗନ୍ନାଥଙ୍କ ପାତାଳି ଶ୍ରୀକ୍ଷେତ୍ରକୁ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ପରିଦର୍ଶନରେ ଯାଇଥିଲେ । ଜିଲ୍ଲା ପ୍ରଶାସନ ଉକ୍ତସ୍ଥାନକୁ ଏକ ସୁନ୍ଦର ମନୋରମ ପର୍ଯ୍ୟଟନସ୍ଥଳୀ କରିବାକୁ ରୋଡ଼ ମେପ ତିଆରି ହୋଇ ରାଜ୍ୟ ଓ କେନ୍ଦ୍ର ସରକାର ଙ୍କୁ ପ୍ରସ୍ତାବ ପଠେଇଥିବା ବେଳେ ସ୍ଥାନୀୟ ପଂଚାୟତ ଓ ବ୍ଲକ ଦ୍ୱାରା ଭିତ୍ତିଭୂମି ତିଆରି କରିବାକୁ ନିର୍ଦ୍ଦେଶ ଦେବା ସହିତ ସ୍ଥାନୀୟ କମିଟି ଓ ଜନସାଧାରଣଙ୍କୁ ସହଯୋଗ ନିମନ୍ତେ ଅନୁରୋଧ କରିଥିଲେ । ଏଠାରେ ମୃଗ ବିହାର, ଔଷଧୀୟ ଉଦ୍ୟାନ, ଆଶ୍ରୟ ସ୍ଥଳୀ, ଦୋକାନ ସହିତ ଆନୁସଙ୍ଗିକ ଭିତିଭୂମି ପାଇଁ ପ୍ରତିଶ୍ରୁତି ଦେଇଥିଲେ । ଏହି ଅବସରରେ ଆଶ୍ରମ ର ଅନ୍ତେବାସୀ ମାନକୁ ମାକ୍ସ, ମଶାରୀ ଓ କମଳ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ସହକାରୀ ଜିଲ୍ଲାପାଳ ତଥା ଜିଲ୍ଲା ଜରୁରୀ କାଳୀନ ଅଧିକାରୀ ଅବିନାଶ ପାଣ୍ଡିଆ, ହରଭଙ୍ଗା ବ୍ଲକ ବିଡିଓ ନୀଳକଣ୍ଠ ବେହେରା, ଆର୍କିଟେକ ତଥା ସମାଜସେବୀ ସୁମନ ଷଡ଼ଙ୍ଗୀ, ସରପଂଚ ଲଳିତ ମୋହନ ଥାଟି ପ୍ରମୁଖ ଉପସ୍ଥିତ ଥିଲେ ।


ବୈାଦ୍ଧଜିଲ୍ଲାର ବିଭିନ୍ନ ହାଇସ୍କୁଲରେ ଶିଶୁଦିବସ ପାଳିତ
ବୌଦ୍ଧ,୧୫/୧୧: ପବିତ୍ର ଶିଶୁ ଦିବସ ଅବସରରେ ବୈାଦ୍ଧଜିଲ୍ଲାର ବିଭିନ୍ନ ବିଦ୍ୟାଳୟରେ ଶିଶୁ ଦିବସ ପାଳିତ ହୋଇଯାଇଛି । ବୈାଦ୍ଧ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ତଥା ଗୋଷ୍ଠୀ ଶିକ୍ଷା ଅଧିକାରୀ ଧ୍ରୁବଚରଣ ଘିବେଲାଙ୍କ ଅଧ୍ୟକ୍ଷତାରେ ଶିଶୁଦିବସ ପାଳିତ ହୋଇଯାଇଛି । ଶ୍ରୀ ଘିବେଲା ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହରୁଙ୍କ ଜିବନୀ ଉପରେ ଆଲୋକପାତ କରିଥିଲେ । ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ସତ୍ୟନାରାୟଣ ଦେହୁରୀ ଓ ତେଲିବନ୍ଧ ସିଆରସିସି ରାଜକୁମାର ପ୍ରଧାନ ମତପ୍ରକାଶ କରିଥିଲେ । ବିଦ୍ୟାଳୟର ଶିକ୍ଷକ ପଦ୍ମନାଭ ସୁବୁଦ୍ଧି, ଅଶୋକ ସୁବୁଦ୍ଧି, କାପ୍ତାୟିନୀ ପାଣି, କନକପ୍ରଭା ପଟ୍ଟନାୟକ, ରଞ୍ଜିତ ନାୟକ, ସତ୍ୟନାରାୟଣ ସ୍ୱାଇଁ, ପ୍ରଫୁଲ୍ଲ ପାଣିଗ୍ରାହୀ, ମୁଣ୍ଡିପଦର ସିଆରସିସି ସ୍ୱରାଜ କଅଁର ପ୍ରମୁଖ ଉପସ୍ଥିତ ଥିଲେ । ସେହିପରି ବାଉଁଶୁଣୀ ସରକାରୀ ଉଚ୍ଚ ବିଦ୍ୟାଳୟ ପ୍ରାଙ୍ଗଣରେ ଶିଶୁ ଦିବସ ପାଳିତ ହୋଇଯାଇଛି । ଏଥିରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଧନେଶ୍ୱର ମଣ୍ଡଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଲିଙ୍ଗରାଜ ପ୍ରଧାନ, ଖଗେଶ୍ୱର ମେହେର, ଉପେନ୍ଦ୍ର ପ୍ରଧାନ, ସୁରେନ୍ଦ୍ର ଦାସ, ସନ୍ତୋଷ ଥନାପତି, ସୁନିତା ଜଗଦଲା, ପଙ୍କଜିନୀ ପୃଷ୍ଟି, ମୃତ୍ୟୁଜଂୟ ହାତୀ, ମନୋଜ ଖମାରୀ ଉପସ୍ଥିତ ରହି ପଣ୍ଡିତ ଜବାହାରଲାଲ ନେହେରୁଙ୍କ ଜୀବନି ଉପରେ ଆଲୋକପାତ କରିଥିଲେ । ସେହିପରି ମୁଣ୍ଡିପଦର ନୋଡାଲ ଉଚ୍ଚ ବିଦ୍ୟାଳୟ ପରିସରରେ ପ୍ରଧାନ ଶିକ୍ଷୟତ୍ରୀ ସଚଳା ଗୁରୁଙ୍କ ଅଧ୍ୟକ୍ଷତାରେ ଶିଶୁ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଅନୁଷ୍ଠିତ ସଭାରେ ଅରୁଣ ସାହୁ,ନିଲୁପାଣି ମହାକୁଡ, ଧୀରେନ ପ୍ରଧାନ, ମନୋଜ ରଣା, ଆନନ୍ଦ ବେହେରା, ବରୁଣ ରଣା, ସଂଗୀତା ମେହେର, ସୁଜିତ ମହାନ୍ତି, ବେଣୁଧର ପୃଷ୍ଟି, ରୀତାଂଜଳି ପୁରୋହିତ, ଚୁମୁକି ଦାସ, ବୈକୁଣ୍ଠ ମହାକୁଡ ଯୋଗଦେଇଥିଲେ ।
ବୌଦ୍ଧ ଜିଲ୍ଲାରେ ୧୦ ଟି ଗ୍ରାମ ବାଲ୍ୟବିବାହ ମୁକ୍ତ ଘୋଷିତ
ବୌଦ୍ଧ,୧୫/୧୧: ବୌଦ୍ଧ ଗ୍ରାମ୍ୟଉନ୍ନୟନ ସଂସ୍ଥାର ସମ୍ମଳନୀ କକ୍ଷରେ ଜିଲ୍ଲାସ୍ତରୀୟ ଶିଶୁ ଦିବସ ପାଳନ ଓ ବାଲ୍ୟବିବାହମୁକ୍ତ ଗ୍ରାମ ଘୋଷଣା ପାଇଁ ଏକ କାର୍ଯ୍ୟକ୍ରମ ଜିଲ୍ଲାପ୍ରଶାସନ ଦ୍ୱାରା ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଏନ୍‌.ସି. ଜ୍ୟୋତିରଞ୍ଜନ ନାଏକ ଯୋଗଦେଇ ଶିଶୁଦିବସ ତଥା ଶିଶୁ ଅଧିକାର ଉପରେ ନିଜର ବକ୍ତବ୍ୟ ଦେଇଥିଲେ ଏବଂ ବାଲ୍ୟବିବାହ ପ୍ରଥା ଦ୍ୱାରା ଶିଶୁମାନଙ୍କର ଶାରୀରିକ, ମାନସିକ ଓ ବୌଦ୍ଧିକ ବିକାଶରେ ବାଧା ସୃଷ୍ଟିକରୁଥିବା ପ୍ରକାଶକଲେ । ଏହି ଅବସରରେ ବିଗତ ୩ ବର୍ଷ ଧରି ବାଲ୍ୟବିବାହକୁ ରୋକିବାପାଇଁ ଅନେକ ସଚେତନ ମୁଳକ କାର୍ଯ୍ୟକ୍ରମ ଜିଲ୍ଲାରେ କରାଯାଇଥିବା ବିଷୟରେ କହିଥିଲେ । ବୌଦ୍ଧଜିଲ୍ଲାର ୧୦ଟି ଗ୍ରାମର ଗ୍ରାମ୍ୟ ଶିଶୁ ସୁରକ୍ଷା କମିଟି ନିଜ ଗ୍ରାମରୁ ବାଲ୍ୟବିବାହକୁ ସଂପୂର୍ଣ୍ଣଭାବେ ବନ୍ଦ କରିଥିବା ଯୋଗୁଁ ବୌଦ୍ଧବ୍ଲକର ଚନ୍ଦ୍ରପୁର, କୁସୁମଝୁଲି, କନକପୁର, ହରଭଙ୍ଗାବ୍ଲକର ନୁଆପଡା, ସାନ ବୁଟୁପାଲି, ମାରଦିଙ୍ଗ୍ ,ଲୁଣିବାହାଲଏବଂ କଣ୍ଟାମାଳବ୍ଲକର ଦେଉଳି, ସୁବର୍ଣ୍ଣପାଲି, ଶୁଳିଆ ଏହି ସମସ୍ତ ଗ୍ରାମକୁ ବାଲ୍ୟବିବାହ ମୁକ୍ତ ଗ୍ରାମ ହିସାବରେ ଘୋଷଣା କରିଥିଲେ ଏବଂ ବୌଦ୍ଧ ବ୍ଲକର ତିନିଟି ଗ୍ରାମର ପ୍ରତିନିଧିମାନଙ୍କୁ ମାନପତ୍ର ଦେଇ ସମ୍ମାନିତ କରାଯାଇଥିଲା । ଶ୍ରୀ ନାଏକ ଏହି ଅବସରରେ ଶିଶୁ ସୁରକ୍ଷା କମିଟିର ସଦସ୍ୟ ସଦସ୍ୟାମାନଙ୍କର ପ୍ରଚେଷ୍ଟାକୁ ପ୍ରଶଂସା କରିଥିଲେଏବଂ ଆଗାମି ବର୍ଷକ ମଧ୍ୟରେ ଜିଲ୍ଲାର ୫୦୦ ଗ୍ରାମକୁ ଚୟନ କରି ସେଠାରେ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ କରି ବାଲ୍ୟ ବିବାହମୁକ୍ତ ଗ୍ରାମ ଘୋଷଣା କରିବାକୁ ପ୍ରୟାସ କରିବା ପାଇଁ ସମସ୍ତ ଅଧିକାରକୁ ଉତ୍ସାହିତ କରିଥିଲେ । କାର୍ଯ୍ୟକ୍ରମରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଲକ୍ଷପତି ଭୋଇ ସ୍ୱାଗତ ତଥା ପରିଚାଳନା କରିଥିଲେ । ଅନ୍ୟତମ ଅତିଥି ଭାବେ ଜିଲ୍ଲା ଶିଶୁସୁରକ୍ଷା ଅଧିକାରୀ ରାହୁଲ ପ୍ରଧାନ ଯୋଗ ଦେଇ ଶିଶୁ ଅଧିକାର ଓ ବାଲ୍ୟବିବାହ ଆଇନ ଉପରେ ଆଲୋଚନା କରିବା ସଙ୍ଗେ ସଙ୍ଗେ ଜିଲ୍ଲାକୁ ବାଲ୍ୟ ବିବାହମୁକ୍ତ କରିବା ପାଇଁ ନିଆଯାଇଥିବା ସମସ୍ତ ପଦକ୍ଷେପ ଗୁଡ଼ିକୁ ଆଲୋଚନା କରିଥିଲେ । ଅନ୍ୟତମ ଅତିଥି ଭାବେ ୟୁନିସେଫ ଏବଂ ଆକ୍ସନଏଡ଼ର ଜିଲ୍ଲା ସଂଯୋଜିକା ଅନସୂୟା ହୋତା ଯୋଗଦେଇ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ତଥା ବାଲ୍ୟ ବିବାହମୁକ୍ତ ଗ୍ରାମ ଘୋଷଣାର ଲକ୍ଷ୍ୟ ଓ କାର୍ଯ୍ୟପନ୍ଥା ବିଷୟରେ ଆଲୋଚନା କରିଥିଲେ । ଅନ୍ୟତମ ଅତିଥି ଭାବେ ବଘିଆପଡ଼ା ସରପଂଚ ଶୈଳେନ୍ଦ୍ରୀ ମହାକୁଡ ଓ ପଦ୍ମନପୁର ସରପଞ୍ଚ ପ୍ରତାପ ପରିଡା ଯୋଗଦେଇ ମତବ୍ୟକ୍ତ କରିଥିଲେ । ଏହି ଅବସରରେ ଜାତୀୟ ଚିତ୍ରାଙ୍କନ ପ୍ରତିଯୋଗିତାର କୃତି ପ୍ରତିଯୋଗୀମାନଙ୍କୁ ମାନପତ୍ର ଓ ଟ୍ରଫି ଦେଇ ପୁରସ୍କୃତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଅଙ୍ଗନଓା୍ୱଡିକର୍ମୀ, ସୁପରଭାଇଜର ଆଇ.ସି.ଡି.ଏସ୍‌, ବ୍ଲକ ସଂଯୋଜିକା ମିଶନଶକ୍ତି, ସ୍ୱୟଂସହାୟିକାଗୋଷ୍ଠୀର ସଦସ୍ୟା, ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମ ଶେଷରେ ବୌଦ୍ଧ ସି.ଡି.ପି.ଓ, ତଥା ବାଲ୍ୟବିବାହ ନିଷେଧ ଅଧିକାରିଣୀ ମିନତି ଦେଓ ଧନ୍ୟବାଦ ଅର୍ପଣକରିଥିଲେ । ଶିଶୁସୁରକ୍ଷାୟୁନିଟ ର ସୁଶାନ୍ତ ଭୋଇ, ସତ୍ୟନାରାୟଣ ନାଏକ ଓ ଦିଲୁ ମାଝି ସହଯୋଗ କରିଥିଲେ ।


ବୌଦ୍ଧ: ଭୈରବୀ ଓ ଶିବାନୀ ମାର୍କେଟରେ କାଳୀପୂଜା


ବୌଦ୍ଧ,୧୫/୧୧-ବୈାଦ୍ଧ ସହରର ଭୈରବୀ ମାର୍କେଟ ଓ ଶିବାନୀ ମାର୍କେଟରେ କାଳୀପୂଜା ଆରମ୍ଭ ହୋଇଯାଇଛି । ଏହି ଉପଲକ୍ଷେ ଭୈରବୀ ମାର୍କେଟ ପୂଜା କମିଟି ତରଫରୁ ମହାନଦୀରୁ କଳସରେ ଜଳବୁଡାଇ ପୂଜାସ୍ଥାନରେ ସ୍ଥାପନ କରାଯାଇଥିଲା । ଏହାପରେ ମା’ଙ୍କ ଜୀବଦାନ ସହିତ ନବ ଶକ୍ତିପୂଜା କରାଯାଇଥିଲା । ଯୋଗିଣୀଗଣକୁ ନେଇ ପୂଜାର୍ଚ୍ଚନା ଓ ଅଗ୍ନିସ୍ଥାପନ କରାଯାଇଥିଲା । ପୂଜାରେ କର୍ତ୍ତାଭାବେ କୈଳାସ ବେହେରା (ରିଣ୍ଟୁ) ବସିଥିବାବେଳେ ପୂଜକ ଭାବେ ସଞ୍ଜିବ କୁମାର ପଣ୍ଡା ଦାୟିତ୍ୱ ତୁଲାଇଥିଲେ । ସଭାପତି ସୁବାସ ସାହୁଙ୍କ ସମେତ ରବୀନ୍ଦ୍ର ମହାକୁଳ, କାର୍ତ୍ତିକ ମହାପାତ୍ର, ଶମ୍ଭୁ ବାରିକ, ସୁବାସ ପଣ୍ଡାଙ୍କ ସମେତ ସମସ୍ତ ସଦସ୍ୟ ପୂଜାକାର୍ଯ୍ୟରେ ସହଯୋଗ କରୁଛନ୍ତି । ସେହିପରି ଶିବାନୀ ମାର୍କେଟରେ କର୍ତ୍ତାଭାବେ ପ୍ରଭାତ ମହାପାତ୍ର ପୂଜାରେ ବସିଥିବାବେଳେ ପୂଜକ ମାନସ ମିଶ୍ର ପୂଜାକାର୍ଯ୍ୟ କରିଥିଲେ । କୋଭିଡ ଗାଇଡ ଲାଇନ ଅନୁସାରେ ପୂଜାସ୍ଥାନରେ ୭ଜଣ ରହି ପୂଜା କାର୍ଯ୍ୟ କରୁଥିବା ଦେଖିବାକୁ ମିଳିଥିଲା ।


ବାଉଁଶୁଣୀ ଠାରେ କାଳୀ ପୂଜା ଆରମ୍ଭ
ବୈାଦ୍ଧ,୧୫/୧୧: ବୈାଦ୍ଧବ୍ଲକ ବାଉଁଶୁଣୀ ଠାରେ କୋଭିଡ କଟକଣା ମଧ୍ୟରେ କାଳୀ ପୂଜା ଆରମ୍ଭ ହୋଇଯାଇଛି । ଏଥିରେ କର୍ତ୍ତା ଭାବରେ ସଂଜୟ ମେହେର ଓ ପୂଜକ ଭାବରେ ଅକ୍ଷୟ ମିଶ୍ର ଦାୟୀତ୍ୱ ତୁଲାଇଥିଲେ । ସମୀର ମେହେର, ନବିନ ମେହେର, ସୁବୋଧ ମେହେର ପ୍ରମୁଖ ପୂଜା ପରିଚାଳନାରେ ସହଯୋଗ କରିଥିଲେ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031