Indus Valley Times

ଏକାଥରେ ୭ ଶିଶୁଙ୍କୁ ଜନ୍ମ ଦେଲେ ପାକ୍ ମହିଳା: ମା’ ଓ ଶିଶୁ ସୁସ୍ଥ, ମେଡିକାଲ ସାଇନ୍ସ ମଧ୍ୟ ଆଶ୍ଚର୍ଯ୍ୟ

 Breaking News

ଏକାଥରେ ୭ ଶିଶୁଙ୍କୁ ଜନ୍ମ ଦେଲେ ପାକ୍ ମହିଳା: ମା’ ଓ ଶିଶୁ ସୁସ୍ଥ, ମେଡିକାଲ ସାଇନ୍ସ ମଧ୍ୟ ଆଶ୍ଚର୍ଯ୍ୟ

ଏକାଥରେ ୭ ଶିଶୁଙ୍କୁ ଜନ୍ମ ଦେଲେ ପାକ୍ ମହିଳା: ମା’ ଓ ଶିଶୁ ସୁସ୍ଥ, ମେଡିକାଲ ସାଇନ୍ସ ମଧ୍ୟ ଆଶ୍ଚର୍ଯ୍ୟ
October 18
18:13 2021

ନୂଆଦିଲ୍ଲୀ, ୧୮/୧୦ : ମେଡିକାଲ ସାଇନ୍ସ ଦୁନିଆ ଆଶ୍ଚର୍ଯ୍ୟଜନକ। ମେଡିକାଲ ସାଇନ୍ସରେ ଏମିତି ଏମିତି ମାମଲା ସାମ୍ନାକୁ ଆସେ ଯାହା ବେଳେବେଳେ ଲୋକଙ୍କୁ ଚକିତ କରିଦିଅ। ବଡ ବଡ ଡାକ୍ତର ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାନ୍ତି।
ପାକିସ୍ତାନରୁ ଏମିତି ଏକ ମାମଲା ସାମ୍ନାକୁ ଆସିଛି। ଜଣେ ମହିଳା ଏକାଥରେ ୭ ଶିଶୁଙ୍କୁ ଜନ୍ମଦେଇଛନ୍ତି। ତେବେ ମହିଳା ଓ ୭ ଶିଶୁ ସମସ୍ତେ ସୁସ୍ଥ ଅଛନ୍ତି। ୭ ଶିଶୁ ମଧ୍ୟରୁ ୪ ଶିଶୁ ପୁତ୍ର ଓ ୩ ଶିଶୁ କନ୍ୟା ଜନ୍ମ ନେଇଛନ୍ତି। ସ୍ଥାନୀୟ ସ୍ୱାସ୍ଥ୍ୟ ବିଭାଗ ଶିଶୁଙ୍କ ଫଟୋ ସେୟାର କରିଛି।
ମାମଲା ପାକିସ୍ତାନ ଖେବର ପଖ୍ତୁନଖ୍ୱା ସ୍ଥିତ ଏବଟାବାଦ ସହରର। ପାକିସ୍ତାନର ସମା ଟିଭିର ଏକ ଅନଲାଇନ ରିପୋର୍ଟ ଅନୁଯାୟୀ, ଏଠାକାର ଜିନ୍ନା ଇଣ୍ଟରନ୍ୟାଶନାଲ ହସ୍ପିଟାଲରେ ଉକ୍ତ ମହିଳାଙ୍କ ଚିକିତ୍ସା ଚାଲିଥିଲା।
ମହିଳାଙ୍କ ସ୍ୱାମୀଙ୍କ ନାଁ ୟାର ମହମ୍ମଦ। ସେ କହିଛନ୍ତି ଯେ ତାଙ୍କ ପତ୍ନୀ ଗର୍ଭବତୀ ଥିବାବେଳେ ଯାଞ୍ଚ ସମୟରେ ସେ ଜାଣିସାରିଥିଲେ ଯେ ଏକାଧିକ ଶିଶୁ ଅଛନ୍ତି, କିନ୍ତୁ ୭ଟି ଶିଶୁ ଅଛନ୍ତି ବୋଲି ଜାଣିନଥିଲେ।
ମହିଳାଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡି ଯିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଡାକ୍ତରଙ୍କ ଟିମ ମହିଳାଙ୍କ ଚିକିତ୍ସା ଆରମ୍ଭ କରିଥିଲେ। ଅଲଟ୍ରାସାଉଣ୍ଡ ରିପୋର୍ଟରୁ ଜଣାପଡିଥିଲା ଯେ ମହିଳାଙ୍କ ଗର୍ଭରେ ୫ଟି ଶିଶୁ ଅଛନ୍ତି।
ତାପରେ ମହିଳାଙ୍କ ଅପରେସନ କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ମହିଳାଙ୍କ ଅପରେସନ କରାଗଲା ଓ ଗୋଟିଏ ପରେ ଗୋଟିଏ ୭ଟି ଶିଶୁ ଜନ୍ମ ନେଲେ। ମହିଳା ଓ ଶିଶୁଙ୍କ ଅବସ୍ଥା ଭଲ ଅଛି।
ମାମଲାକୁ ନେଇ ବିବିସି ଏକ ବିସ୍ତୃତ ରିପୋର୍ଟ ପ୍ରକାଶିତ କରିଛି। ଏହି ରିପୋର୍ଟ ଅନୁଯାୟୀ ଡାକ୍ତର ହିନା ଫେୟାଜ ମାମଲାରେ ନିଜର ମତାମତ ରଖିଛନ୍ତି। ଏକାଥରେ ୭ଟି ଶିଶୁ ଜନ୍ମ ନେବା କିଭଳି ସମ୍ଭବ ହେଲା ତାହା ମଧ୍ୟ ସେ କହିଛନ୍ତି।
ସେ କହିଛନ୍ତି ଯେ ଗର୍ଭାବସ୍ଥାକୁ ପ୍ରାୟ ୮ ମାସ ହୋଇସାରିଥିଲା। ଏପଟେ ମହିଳାଙ୍କ ରକ୍ତଚାପ ବୃଦ୍ଧି ପାଇଥିଲା। ପେଟ ମଧ୍ୟ ବହୁତ ଫୁଲି ଯାଇଥିଲା।
ହିନା ଫେୟାଜ କହିଛନ୍ତି ଯେ, ଅପରେସନ ପାଇଁ ଏମର୍ଜେନ୍ସି ସ୍ଥରରେ ପ୍ରସ୍ତୁତି କରାଯାଇଥିଲା ଓ ପ୍ରାୟ ଘଣ୍ଟାଏ ଯାଏଁ ମହିଳାଙ୍କ ଅପରେସନ ହୋଇଥିଲା।
ଗର୍ଭାଶୟ ଯାଏଁ ଯାଇ ଗୋଟିଏ ପରେ ଗୋଟିଏ ଶିଶୁକୁ କଢ଼ାଯାଇଥିଲା। ଡାକ୍ତର ବହୁତ ସତର୍କତା ଅବଲମ୍ବନ କରିଥିଲେ। ଏହା ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ ଓ ସୁଖଦ ଅନୁଭୂତି ଥିଲା ବୋଲି ସେ କହିଛନ୍ତି।
ସେ କହିଛନ୍ତି ଯେ ଗର୍ଭଧାରଣ ଔଷଧର ବହୁଳ ବ୍ୟବହାର ଯୋଗୁଁ ଶରୀରରେ ଏକାଧିକ ଅଣ୍ଡା ମେଚ୍ୟୁର ହୋଇଯାଆନ୍ତି। ଉକ୍ତ ମହିଳାଙ୍କ କ୍ଷେତ୍ରରେ ମଧ୍ୟ ଏହା ହିଁ ଘଟିଛି।
ତେବେ ବର୍ତ୍ତମାନ ମହିଳା ଓ ତାଙ୍କ ପରିବାର ବହୁତ ଖୁସି ଅଛନ୍ତି। ୟାର ମହମ୍ମଦଙ୍କ ପୂର୍ବରୁ ଦୁଇଟି ଝିଅ ଅଛନ୍ତି। ଏବେ ପୁଣି ୭ଟି ଶିଶୁ ଜନ୍ମ ନେଇଛନ୍ତି। ୟାର ମହମ୍ମଦ କହିଛନ୍ତି ଯେ ସେ ବହୁତ ଖୁସି ଅଛନ୍ତି।
-ପ୍ରମେୟ

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031