Indus Valley Times

ଏକ ଅଭିନବ ପ୍ରୟାସ ମହାନଦୀରେ ମାଛ ଜାଆଁଳ ଛାଡିଲେ ଅତିଥିବୃନ୍ଦ :ମହାନଦୀରେ ବୃଦ୍ଧି ପାଇବ ମାଛ ଜାଆଁଳ, ସରକାରୀ ସ୍ତରରେ ଉଦ୍ୟମ ଆରମ୍ଭ

 Breaking News

ଏକ ଅଭିନବ ପ୍ରୟାସ ମହାନଦୀରେ ମାଛ ଜାଆଁଳ ଛାଡିଲେ ଅତିଥିବୃନ୍ଦ :ମହାନଦୀରେ ବୃଦ୍ଧି ପାଇବ ମାଛ ଜାଆଁଳ, ସରକାରୀ ସ୍ତରରେ ଉଦ୍ୟମ ଆରମ୍ଭ

ଏକ ଅଭିନବ ପ୍ରୟାସ ମହାନଦୀରେ ମାଛ ଜାଆଁଳ ଛାଡିଲେ ଅତିଥିବୃନ୍ଦ :ମହାନଦୀରେ ବୃଦ୍ଧି ପାଇବ ମାଛ ଜାଆଁଳ, ସରକାରୀ ସ୍ତରରେ ଉଦ୍ୟମ ଆରମ୍ଭ
February 23
10:52 2024

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୨୩/୨: ବୌଦ୍ଧ ଜିଲ୍ଲାରେ ପ୍ରଥମଥର ପାଇଁ ମହାନଦୀରେ ଜାଆଁଳ ବୃଦ୍ଧି ନିମନ୍ତେ ସରକାରୀ ସ୍ତରରେ ଉଦ୍ୟମ ଆରମ୍ଭ ହୋଇଯାଇଛି । ଦିନକୁ ଦିନ ମହାନଦୀରେ ବେଆଇନ ବ୍ଳାଷ୍ଟିଙ୍ଗ ତଥା ବିଷ ପ୍ରୟୋଗକୁ ଦୃଷ୍ଠିରେ ରଖି ବୌଦ୍ଧ ଜିଲ୍ଲାରେ ପ୍ରଥମ ଥର ପାଇଁ ମହାନଦୀରେ ମାଛ ଜାଆଁଳ ବୃଦ୍ଧି ନିମନ୍ତେ ସରକାରୀ ସ୍ତରରେ ଉଦ୍ୟମ ଆରମ୍ଭ ହୋଇଯାଇଛି ।
ଏଥିପାଇଁ ବୌଦ୍ଧ ବ୍ଲକର ଖୁଣ୍ଟବନ୍ଧ ପଞ୍ଚାୟତର ଚଣ୍ଡିଗଡ ଏବଂ ବାଉଁଶୁଣୀ ମହାନଦୀ ଘାଟ ଠାରେ ଏ ନେଇ ସ୍ଵତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଦୁଇଟି ବିଶାଳକାୟ ଚାପ ମଧ୍ୟରେ ଅଙ୍ଗୁଳୀକ ଜାଆଁଳା ଗୁଡିକୁ ମହାନଦୀର ଗଭୀର ଜଳରାଶି ମଧ୍ୟରେ ଛଡା ଯାଇଛି ।
ଏଥି ସହ ମହାନଦୀରେ ମତ୍ସ୍ୟ ସମ୍ପଦର ବିକାଶ ଓ ମତ୍ସ୍ୟ ଉତ୍ପାଦନ ବୃଦ୍ଧି ନିମନ୍ତେ ଉନ୍ନତମାନର ଅଙ୍ଗୁଳୀକ। ମାଛ ଜାଆଁଳା ଛାଡିବା କାର୍ଯ୍ୟକ୍ରମ ଓ ସଚେତନତା ଶିବିର ଖୁଣ୍ଟବନ୍ଧ ର ଚଣ୍ଡିଗଡ ଘାଟ ଠାରେ ମତ୍ସ୍ୟ ବିଭାଗ ପକ୍ଷରୁ ମତ୍ସ୍ୟଜୀବୀ ଏବଂ ସ୍ଥାନୀୟ ଜନସାଧାରଣଙ୍କୁ ନେଇ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି ।
ଏଥି ସହ ମହାନଦୀ ଉପତ୍ୟକାରେ ମାଛ ଚାଷକୁ ନେଇ ଏକ ବାଲୁକା କଳା ପ୍ରଦର୍ଶିତ ହୋଇ ବାଲୁକା ଶିଳ୍ପୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ମହାନଦୀ ପଠାରେ ଏକ ଅଭିନବ ଉପାୟରେ ଏହି ସଚେତନତା ଶିବିର ଅନୁଷ୍ଠିତ ହୋଇଥିବାରୁ ସ୍ଥାନୀୟ ଜନସାଧାରଣଙ୍କ ମଧ୍ୟରେ ଏକ ଅପୂର୍ବ ଉତ୍ସାହ ପରିଲକ୍ଷିତ ହୋଇଥିଲା ଏବଂ ଅତିଥିମାନେ ମଧ୍ୟ ଏ ପ୍ରକାର ଅଭିନବ ପ୍ରୟାସ ପାଇଁ ଜିଲ୍ଲା ପ୍ରଶାସନର ଭୂୟସୀ ପ୍ରଶଂସା କରିଥିଲେ ।
ମୁଖ୍ୟ ଅତିଥି ଭାବେ ବିଧାୟକ କଣ୍ଟାମାଳ ତଥା ଜିଲ୍ଲା ଯୋଜନା ବୋର୍ଡର ଅଧ୍ୟକ୍ଷ ମହୀଧର ରଣା, ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ପ୍ରଭାସିନୀ ଦାସ, ବିଜେଡି ପର୍ଯ୍ୟବେକ୍ଷକ ଅମରେଶ ଜେନା, ମୁଖ୍ୟ ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ ରବିନାରାୟଣ ତ୍ରିପାଠୀ, କଣ୍ଟାମାଳ ବ୍ଲକ ଅଧ୍ୟକ୍ଷା ସସ୍ମିତା ସେନାପତି, ବୌଦ୍ଧ ବ୍ଲକର ପୂର୍ବତନ ଭାଇସ ଚେୟାରମ୍ୟାନ ମନୋରଞ୍ଜନ ପୁରୋହିତ, ପଦ୍ମନପୁର ସରପଞ୍ଚ ସୌଦାମିନୀ ବାରିକ, ଖୁଣ୍ଟବନ୍ଧ ସରପଞ୍ଚ ଟୁନି ମହାନନ୍ଦିଆ, ତେଲିବନ୍ଧ ସରପଞ୍ଚ ରତ୍ନାକର ନାୟକ ଯୋଗ ଦେଇ ମହାନଦୀରେ ବେଆଇନ ବ୍ଳାଷ୍ଟିଙ୍ଗ ତଥା ବିଷ ପ୍ରୟୋଗ ନ କରିବା, ମାଛ ଜାଆଁଳା ସୁରକ୍ଷା, ଛୋଟମାଛକୁ ନ ମାରି ମାଛକୁ ବଡ ହେବାକୁ ଦେବା ପାଇଁ ଜନସାଧାରଣଙ୍କୁ ଆହ୍ଵାନ କରିଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ଏପିଡି (ରୁରାଲ ହାଉସିଂ) ସନ୍ଧ୍ୟାରାଣୀ ମହାପାତ୍ର, ଏପିଡି (ସ୍କିଲ ଡେଭଲପମେଣ୍ଟ ) ଅମ୍ରିତା ପଣ୍ଡା, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରୀତାକାନ୍ତି ବଳିଆରସିଂହ, ଜିଲ୍ଲା ମତ୍ସ୍ୟ ଅଧିକାରୀଙ୍କ କାର୍ଯ୍ୟା।ଳୟର ସମସ୍ତ ଅଧିକାରୀ ଏବଂ କର୍ମଚାରୀ, ମତ୍ସ୍ୟଜୀବୀ, ଜନସାଧାରଣ ଯୋଗ ଦେଇଥିଲେ ।
ସମସ୍ତ କାର୍ଯ୍ୟକ୍ରମକୁ ଜିଲ୍ଲା ମତ୍ସ୍ୟ ଅଧିକାରୀ ଲୀପସା ପଟ୍ଟନାୟକ ପରିଚାଳନା କରିଥିଲେ ।
ସୂଚନା ଯୋଗେ ଯେ, ଏ ବର୍ଷ ୧୦୦୦ କୁଇଣ୍ଟାଲ ମାଛ ଜାଆଁଳ। ସ୍ୱୟଂ ସହାୟିକା ଗୋଷ୍ଠୀଙ୍କ ଦ୍ୱାରା ପଂଚାୟତ ପୋଖରୀରେ ଛଡାଯାଇଛି । ଖୁଣ୍ଟବନ୍ଧ ଏବଂ ବାଉଁଶୁଣୀ ମହାନଦୀ ମୁହାଁଣ ରେ ୧୦ କୁଇଣ୍ଟାଲ (୭.୫ ଲକ୍ଷ) ଆଙ୍ଗୁଳିକା ଜାଆଁଳା ଛଡ଼ାଯାଇଛି ।
ଉନ୍ନତମାନର ସଡକ ଦ୍ୱାରା ସଂଯୋଗ ହେବ କଣ୍ଡରା, ରାଜ୍ୟ ସରକାରଙ୍କ ମଞ୍ଜୁରୀ କୁ ସ୍ୱାଗତ କଲେ ଅଂଚଳବାସୀ
ବୌଦ୍ଧ,୨୩/୨: ସରକାରଙ୍କ ଦ୍ୱାରା ଜାତୀୟ ରାଜପଥ ଠାରୁ କଣ୍ଡରା ସଡକ ପ୍ରକଳ୍ପକୁ ଅନୁମୋଦନ କୁ ଅଂଚଳବାସୀ ସ୍ୱାଗତ କରିଛନ୍ତି । ୫୭ ନମ୍ବର ଜାତୀୟ ରାଜପଥ ଠାରୁ କଣ୍ଡରା କୁ ମୁଖ୍ୟମନ୍ତ୍ରୀ ସଡକ ଯୋଜନା – TRIP ଯୋଜନାରେ ୧୨ କିଲୋମିଟର ରାସ୍ତା ନିର୍ମାଣ ପାଇଁ ୧୨ କୋଟି ୧୬ ଲକ୍ଷ ଟଙ୍କାର ପ୍ରକଳ୍ପକୁ ରାଜ୍ୟ ସରକାର ଅନୁମୋଦନ କରିଛନ୍ତି ।
ବୌଦ୍ଧ ଜିଲାର ଦୁର୍ଗମ ଅପହଞ୍ଚ ଇଲାକା ଭାବେ ପରିଚିତ କଣ୍ଡରା କୁ କାଚପାଜୁ , ସିଲକେଟି ଦେଇ ଏହି ରାସ୍ତା ନିର୍ମାଣ କରାଯିବ । ଏହି ରାସ୍ତା ନିର୍ମାଣ ପାଇଁ ପୂର୍ବତନ ଜିଲାପାଳ ସତ୍ୟ ରଞ୍ଜନ ସାହୁ ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ୱାରା ଏକ ଯୋଜନା ପ୍ରସ୍ତୁତ କରି ସରକାରଙ୍କୁ ପଠାଇଥିଲେ ।
ଏହି ରାସ୍ତା ନିର୍ମାଣ ପାଇଁ ଅଞ୍ଚଳବାସୀ ଅନେକ ଦାବି ଆନ୍ଦୋଳନ କରିଥିବା ବେଳେ ରାଜ୍ୟ ସରକାରଙ୍କ ମଞ୍ଜୁରୀ କଣ୍ଡରା – କାଚପାଜୁ ଅଂଚଳରେ ଆନନ୍ଦର ଲହରୀ ଖେଳାଇ ଦେଇଛି । ଜିଲାପାଳ ଜେ. ସୋନାଲ ଙ୍କ କଣ୍ଡରା ପରିଦର୍ଶନ କରିବା ସମୟରେ ଏବଂ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରଦୀପ କୁମାର ଅମାତଙ୍କୁ ପୂର୍ବରୁ ଅନେକଥର ଏହି ରାସ୍ତା ନିର୍ମାଣ ପାଇଁ ଅଞ୍ଚଳବାସୀ ଦାବି କରିଥିଲେ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031